ETV Bharat / state

Hockey World Cup 2023: ହକି ପାଇଁ ପୋଲିସର ହେଲ୍ପଲାଇନ୍, ଭୁବନେଶ୍ୱର ବାଟ ବତାଇବା ହ୍ୱାଟ୍ସଆପ୍ ନମ୍ବର

author img

By

Published : Jan 4, 2023, 4:51 PM IST

FIH Hockey World Cup 2023
FIH Hockey World Cup 2023

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ‘‘ପୋଲିସ ବ୍ୟବସ୍ଥା ଭିତରେ ପଲି (Polly) ଏବେ ପୋଲିସ ପାଇଁ ଏକ ସହଯୋଗର ମାଧ୍ୟମ ସାଜିବ।’’ ଏହି ନମ୍ବର ଅଧାରୁ ଅଧିକ ଲୋକଙ୍କୁ ହକି ସମୟରେ କିଭଳି ସହାୟତା ଦେଇପାରିବ ହକି ଆୟୋଜନକୁ ସୁରୁଖୁରୁରେ କରିବା ପାଇଁ ସହଯୋଗ କରିବ ବୋଲି ଡିସିପି କହିଛନ୍ତି । ଅଧିକ ପଢନ୍ତୁ

କମିଶନରେଟ ପୋଲିସ ଜାରି କଲା ହେଳ୍ପ ଲାଇନ ନମ୍ବର
କମିଶନରେଟ ପୋଲିସ ଜାରି କଲା ହେଳ୍ପ ଲାଇନ ନମ୍ବର

ଭୁବନେଶ୍ବର: ହକି ବିଶ୍ବକପ (FIH Hockey World Cup 2023) ଅପଡେଟ ଦେବ ହ୍ବାଟ୍ସଆପ୍ ନମ୍ବର । କମିସନରେଟ ପୋଲିସ ଜାରି କଲା ହେଲ୍ପଲାଇନ ନମ୍ବର। ହ୍ବାଟସପ ନମ୍ବର ୭୩୭୭୭୭୦୦୭୦ ରେ ମିଳିବ ଟ୍ରାଫିକ, ପାର୍କିଂ, ଷ୍ଟାଡିୟମ ସମ୍ବନ୍ଧୀୟ ସୂଚନା ଲୋକେସନ । ଯାହାର ହ୍ୱାଟ୍ସଆପ୍ ନମ୍ବରକୁ ସର୍ବସାଧାରଣ ପାଇଁ ଜାରି କରିଛି ପୋଲିସ । ଯାହାର ନାଁ ରହିଛି I am Polly ।

ଏହି ନମ୍ବରକୁ ଯେ କେହି ବି ମେସେଜ କରି ହକି ଦେଖିବାକୁ ଅଥବା ହକି ସମୟରେ ବୁଲିବାକୁ ଚାହୁଁଥିଲେ ବ୍ୟବହାର କରିପାରିବେ । ଯଦି କୌଣସି ଇଭେଣ୍ଟ, ଲୋକେସନ, ପାର୍କିଂ ଟ୍ରାଫିକ କି ଷ୍ଟାଡିୟମ ପାଖରେ ପହଞ୍ଚିବା ପାଇଁ ଚାହୁଁଥିଲ ସହାୟତା ନେଇପାରିବେ । କେଉଁ ଟିକେଟରେ କେଉଁପଟେ ଯିବେ? କିପରି ସହଜ ହେବ ସେ ସବୁର ଅପଡେଟ ମୋବାଇଲ ନମ୍ବରକୁ ହ୍ବାଟସପ କଲେ ତାହାର ଅପଡେଟ ପାଇପାରିବେ । ଯଦ୍ବାରା ଯେ କେହି ପର୍ଯ୍ୟଟକ ହେଉ, ସାଧାରଣ ଲୋକ ବା ଅତିଥି ସେମାନେ ଏହି ହ୍ୱାଟ୍ସଆପ୍ ନମ୍ବର ଜରିଆରେ ସମସ୍ତ ପ୍ରକାର ତଥ୍ୟ ପାଇପାରିବେ ହ୍ୱାଟ୍ସଆପ୍ ଜରିଆରେ ।

ଏହାକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ‘‘ପୋଲିସ ବ୍ୟବସ୍ଥା ଭିତରେ Polly ଏବେ ପୋଲିସ ପାଇଁ ଏକ ସହଯୋଗର ମାଧ୍ୟମ ସାଜିବ ।’’ ଏହି ନମ୍ବର ଅଧାରୁ ଅଧିକ ଲୋକଙ୍କୁ ହକି ସମୟରେ କିଭଳି ସହାୟତା ଦେଇପାରିବ ହକି ଆୟୋଜନକୁ ସୁରୁଖୁରୁରେ କରିବା ପାଇଁ ସହଯୋଗ କରିବ ବୋଲି ଡିସିପି କହିଛନ୍ତି ।

ଆସନ୍ତା ୧୩ରୁ ହକି ବିଶ୍ବକପ ଆରମ୍ଭ ହେଉଛି । ବିଶ୍ବକପ ପାଇଁ ଭୁବନେଶ୍ୱର ହକି ଖେଳାଳି ପହଞ୍ଚିବାରେ ଲାଗିଛନ୍ତି । ଖେଳାଳି ଅତିଥି ଓ ସହରର ସୁରକ୍ଷା ପାଇଁ ହୋଟେଲ ଓ ଏୟାରପୋର୍ଟ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାରି ଭିତରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ‌ରଖି ପର୍ଯ୍ୟଟକଙ୍କ ପାଇଁ ଫୁଡ ଫେଷ୍ଟିଭାଲ ସମେତ ଉଦଘାଟିତ ସମାରୋହ ମଧ୍ୟ କଟକରେ ଆୟୋଜନ କରାଯାଉଛି । ଟ୍ରାଫିକ ଠାରୁ ଆରମ୍ଭ କରି ଖେଳ ବେଳେ ଷ୍ଟାଡିୟମ ମଧ୍ୟ ବେସ ସରଗରମ ରହିବ। ମ୍ୟାଚକୁ ସୁରୁଖୁରୁରେ ପରିଚାଳନ ସହ ପୁରା ବିଶ୍ବକପର ସୁପରିଚାଳନା ପାଇଁ କମିଶନରେଟ ପୋଲିସ ହେଳ୍ପ ଲାଇନ ନମ୍ବର ଜାରି କରିଛି ।

ବିଶ୍ବକପ ମ୍ୟାଚ ଦେଖିବାକୁ କେଉଁ ରାସ୍ତାରେ ଯିବେ, କେଉଁ ରାସ୍ତାରେ ଗଲେ ସହଜ ହେବ? କେଉଁ ରାସ୍ତାରେ କଣ ବ୍ୟବସ୍ଥା ରହିଛି, ବ୍ୟତୀତ ଲୋକେସନ ଓ ଅନ୍ୟାନ୍ୟ ସହଯୋଗ ପାଇଁ ସର୍ବସାଧଣ, ପର୍ଯ୍ୟଟକ ଅତିଥି ଜାରି ହୋଇଥିବା ନମ୍ବରର ସହାୟତା ନେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.