ETV Bharat / state

ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ

author img

By

Published : May 30, 2021, 9:55 PM IST

ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ ପରଲୋକ

ବିଶିଷ୍ଟ ପାଲା ଗାୟକ କୋକିଳ ପ୍ରହଲ୍ଲାଦ ସାହୁ ଆଉ ନାହାନ୍ତି । 88 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ । ରାଜ୍ୟ ତଥା ରାଜ୍ୟ ବାହାରେ ପାଲା ପରିବେଷଣ ନେଇ ରହିଥିଲା ଖ୍ୟାତି । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ....

ଖୋର୍ଦ୍ଧା: ବିଶିଷ୍ଟ ପାଲା ଗାୟକ କୋକିଳ ପ୍ରହଲ୍ଲାଦ ସାହୁ ଆଉ ନାହାଁନ୍ତି। ବେଗୁନିଆ ବ୍ଲକ ସାରୁଅ ଗ୍ରାମରେ ନିଜ ବାସଭବନରେ ୮୮ ବର୍ଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ରୋଗାକ୍ରାନ୍ତ ଥିଲେ । ମୃତ୍ୟୁ ସମୟରେ ପରିବାର ବର୍ଗ, ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପ୍ରହଲ୍ଲାଦ ସାହୁଙ୍କ ମୃତ୍ୟୁରେ ଲୋକକଳା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦୀର୍ଘ ୭୦ ବର୍ଷ ଧରି ସ୍ବର୍ଗତ ସାହୁ ରାଜ୍ୟର ବିଭିନ୍ନ ସ୍ଥାନରେ, ବିଭିନ୍ନ ମଞ୍ଚରେ ପାଲା ପରିବେଷଣ କରି ଅନେକ ଉପାଧିରେ ଭୂଷିତ ହୋଇଥିଲେ। କେବଳ ରାଜ୍ୟ ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର ରାଜ୍ୟର ବିଭିନ୍ନ ମଞ୍ଚରେ ବି ସେ ପାଲା ପରିବେଷଣ କରି ଖ୍ୟାତି ଅର୍ଜନ କରିଛନ୍ତି ।

ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ପାଲା ଗାୟକ ପ୍ରହଲ୍ଲାଦ ସାହୁ, 88 ବର୍ଷ ବୟସରେ ପରଲୋକ

ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର 3ୟ ଶ୍ରେଣୀ ଥିଲା । ୧୫ ବର୍ଷ ବୟସରୁ ବାୟକ, ପରେ ଗାୟକ ହୋଇ ଅନେକ ମଞ୍ଚରେ ବାଦିପାଲା ପରିବେଷଣ କରି ଅନେକ ପ୍ରଶଂସା ଓ ଉପାଧିର ଅଧିକାରୀ ହୋଇପାରିଥିଲେ । ତାଙ୍କର ପରିଚୟ କେବଳ ସେତିକିରେ ସୀମିତ ନଥିଲା । ସେ ଜଣେ ଉଚ୍ଚ କୋଟିର ଗାୟକ ହିସାବରେ ଆକାଶବାଣୀ କଟକ, ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ପାଲା ପରିବେଷଣ କରିଛନ୍ତି । ତାଙ୍କର ପାଲା ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ମଧ୍ୟ ହୋଇଛି ।

ସେ ପାଲା ଭଳି ଏକ ପାରମ୍ପରିକ ଲୋକକଳାକୁ ବଞ୍ଚାଇବା ପାଇଁ ଅନେକ ଛାତ୍ରଛାତ୍ରୀ ଗଢିଛନ୍ତି। ତାଙ୍କର ଶିଷ୍ୟମାନେ ମଧ୍ୟ ବିଭିନ୍ନ ମଞ୍ଚରେ ପାଲା ପରିବେଷଣ କରିବା ଜାରି ରଖିଛନ୍ତି । ଗତ ମହାଶିବରାତ୍ରି ସମୟରେ ରଣପୁରରେ ସ୍ବର୍ଗତ ପ୍ରହଲ୍ଲାଦ ସାହୁ ଶେଷ ପାଲା ପରିବେଷଣ କରିଥିଲେ। ସ୍ବର୍ଗତ ସାହୁଙ୍କ 4 ପୁଅ, 3 ଝିଅ ଅଛନ୍ତି। ବଡପୁଅ ଲକ୍ଷ୍ମୀଧର ସାହୁ ବାପାଙ୍କ ଠାରୁ ଶିକ୍ଷା ପାଇଁ ପାଲା ପରିବେଷଣ କରୁଛନ୍ତି। ଗାୟକ ସ୍ବର୍ଗତ ସାହୁ କଳାକାର ଭତ୍ତା ଗ୍ରହଣ କରି ନ ଥିଲେ।

ତାଙ୍କର ଅନ୍ତିମ ଇଚ୍ଛା ଅନୁଯାୟୀ ସାରୁଅ ଗ୍ରାମ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଇଛି । ବଡ ପୁଅ ଲକ୍ଷ୍ମୀଧର ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଜ୍ବାଇଁ ତଥା ବିଜେଡି ନେତା ବିଭୁପ୍ରସାଦ ସାହୁ, କଂଗ୍ରେସ ନେତା ପ୍ରଦୀପ ସାହୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ପ୍ରହଲ୍ଲାଦ ସାହୁଙ୍କ ମୃତ୍ୟୁରେ ପାଲା ଜଗତରେ ଶୋକର ଛାୟା ଖେଳିଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.