ETV Bharat / state

ଶୌଚ ହେବାକୁ ଯାଇ ଫେରିଲେନି ମହିଳା, ଅପହରଣ ଅଭିଯୋଗ ଆଣିଲା ପରିବାର

author img

By

Published : Jan 5, 2023, 12:05 PM IST

ଅପହରଣ ଅଭିଯୋଗ
ଅପହରଣ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗ୍ରାମରେ ମହିଳାଙ୍କୁ ଅପହରଣ ଅଭିଯୋଗ । ଥାନାରେ ସ୍ବାମୀଙ୍କ ଏତଲା ସହ ହାତରେ ଫଟୋ ଧରି କାନ୍ଦୁଛନ୍ତି ଦୁଇ ପୁଅ । ଅଧିକ ପଢନ୍ତୁ

ଅପହରଣ ଅଭିଯୋଗ

ଖୋର୍ଦ୍ଧା: ଯେଉଁ ବୟସରେ ମାଆର ପଣତକାନି ଧରି ବାଟ ଚାଲିବା କଥା ସେହି ବୟସରେ ମାଆର ଫଟୋକୁ ଧରି ଲୁହ ଝରାଉଛନ୍ତି ଦୁଇ ପୁଅ । ମାଆକୁ ଖୋଜି ଆଣିବା ପାଇଁ ନିବେଦନ କରୁଛନ୍ତି ଦୁଇ ପୁଅ । ନିଖୋଜ ମହିଳା ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗ୍ରାମର ସବିତା ସେଠୀ । ସ୍ୱାମୀ ଦୁଇ ପିଲାଙ୍କୁ ଧରି ଖୋଜି ଖୋଜି ନାକେଦମ ହେଲେଣି । ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରିନାହାନ୍ତି ସବିତା ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଗଁପୁର ଗ୍ରାମର ସରୋଜ ସେଠୀ ୨୦୧୧ ମସିହା ମାର୍ଚ୍ଚ ମାସରେ ବାଦବାରବାଟୀ ଗ୍ରାମର ବିଜୟ କୁମାର ସେଠୀଙ୍କ ଝିଅ ସବିତା ସେଠୀଙ୍କୁ ବୈଦିକ ନୀତିରେ ବିବାହ କରିଥିଲେ । ସରୋଜ ପୁରୀରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ସବିତା ହଠାତ ଡିସେମ୍ବର ୨୯ ତାରିଖ ଦିନ ସାଢେ ୫ଟାରେ କେଉଁ ଆଡେ ନିଖୋଜ ହୋଇଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ ସବିତାଙ୍କ ଭାଇ ଓ ସରୋଜ ।

ଏହା ମଧ୍ୟ ପଢନ୍ତୁ: Amazon lay-off: ଛଟେଇ କରିବ ଆମାଜନ, 18 ହଜାର କର୍ମଚାରୀ ହରାଇବେ ଚାକିରି

ତେବେ ସବିତା ତାଙ୍କ ଦୁଇ ପୁଅ ଛାଡି ନିଖୋଜ ହୋଇଥିବା ବେଳେ ଅସହାୟ ହୋଇପଡିଛନ୍ତି ସରୋଜ । ସବିତାଙ୍କୁ ଅପହରଣ କରାଯାଇଥିବା ସରୋଜ ସନ୍ଦେହ କରୁଥିବା ବେଳେ ତୁରନ୍ତ ତାଙ୍କ ସ୍ତ୍ରୀ ସବିତାଙ୍କୁ ଖୋଜି ଆଣିବାକୁ ପୋଲିସକୁ ଗୁହାରି କରିଛନ୍ତି ସରୋଜ । ସେହିପରି ମାଆ ଛେଉଣ୍ଡ ଦୁଇ ପିଲା ଏବେ ମାଆକୁ ଝୁରି ମାଆର ଫେରିବା ବାଟକୁ ଚାହିଁ ରହିଛନ୍ତି । ସେପଟେ ବାଘମାରୀ ପୋଲିସ ଅଭିଯୋଗ ପାଇ ପ୍ରଥମେ ନିଖୋଜ ଓ ପରେ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏନେଇ ସବିତାଙ୍କ ସ୍ବାମୀ କହିଛନ୍ତି, " ମୋ ସ୍ତ୍ରୀ ପୋଖରୀକୁ ଯାଇଥିବା ବେଳେ କୁଆଡେ ନିଖୋଜ ହୋଇଯାଇଥିଲା । ଅପହରଣ ହୋଇଥାଇପାରେ ବୋଲି ମୁଁ ଭାବୁଛି । ଗତ ୨୯ ତାରିଖରୁ ଏତଲା ଦେଇଥିଲେ ମଧ୍ୟ କୌଣସି ସୁଫଳ ହେଉନାହିଁ । ପୋଲିସ ଅଧିକାରୀ ସହଯୋଗ କରିବା ବଦଳରେ ଅନ୍ୟଥା କଥା କହୁଛନ୍ତି । ଆମେ ଆମର ଡିଜିଟାଲ ଲାଇନରେ ଖୋଜୁଛି ତୁମେ ତୁମର ଖୋଜ ବୋଲି ପୋଲିସ ଅଧିକାରୀ କହୁଛନ୍ତି । "

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.