ETV Bharat / state

Mukhyamantri Vayu Swasthya Seva: ମାଲକାନାଗିରିକୁ ଗଲେ 5 ଜଣିଆ ବିଶେଷଜ୍ଞ ଦଳ

author img

By ETV Bharat Odisha Team

Published : Aug 29, 2023, 2:20 PM IST

mukhyamantri vayu swasthya seva
mukhyamantri vayu swasthya seva

ରାଜ୍ୟବାସୀଙ୍କ ପାଇଁ ବରଦାନ ପାଲଟିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା। ରୋଗୀଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ଯୋଗାଇବା ପାଇଁ ମାଲକାନଗିରିକୁ ଗଲେ 5 ଜଣିଆ ବିଶେଷଜ୍ଞ ଦଳ। ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ଯୋଗାଇ ଦିଆଯାଉଛି ସ୍ବାସ୍ଥ୍ୟ ସେବା। ରୋଗୀଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ଯୋଗାଇବା ପାଇଁ ଆଜି ଭୁବନେଶ୍ବରରୁ ମାଲକାନଗିରିକୁ ଗଲେ 5 ଜଣିଆ ବିଶେଷଜ୍ଞ ଦଳ। ଏହି ଟିମ୍ ତାଲିକାଭୁକ୍ତ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ 5ଟି କ୍ଲିନିକାଲ୍ ବିଭାଗର 5 ଜଣ ବରିଷ୍ଠ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି । ଏହି ଡାକ୍ତର ଟିମ୍‌ 31 ଅଗଷ୍ଟ ପର୍ଯ୍ୟନ୍ତ ରୋଗୀମାନଙ୍କୁ ସେବା କରିବେ ଏବଂ ଚିକିତ୍ସା କରିବେ । ଟିମ୍‌ରେ ନେଫ୍ରୋଲୋଜିର ଡକ୍ଟର ଏ ଜେନା, କାଡ଼ିଓଲୋଜିଷ୍ଟ ଡକ୍ଟର ବି.କେ ଦାଶ, ସର୍ଜରୀ ବିଶେଷଜ୍ଞ ଏସ ସେଠୀ, ରେଡିଓଲୋଜିଷ୍ଟ୍ ଏବଂ ଆନାସ୍ଥେସିଓଲୋଜିଷ୍ଟ୍ ଡକ୍ଟର ସି ପ୍ରଧାନ ରହିଛନ୍ତି ।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ 2020ରେ ମୁଖ୍ୟମନ୍ତ୍ରୀ ବାୟୁସେବା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ଉପାନ୍ତ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଥିଲା । ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ 4ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମାନକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାବାସୀ ଚିକିତ୍ସା ସୁବିଧା ପାଇଥିଲେ । ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ନଥିବାରୁ ରୋଗୀଙ୍କୁ ଭୁବନେଶ୍ବର, କଟକ ସହରକୁ ଆସିବାକୁ ପଡ଼ୁଥିଲା । ପରିବାର ଲୋକ ମଧ୍ୟ ଅସୁବିଧା ଭୋଗୁଥିଲେ । ହେଲେ ଏହି ସେବା ଦ୍ବାରା ରୋଗୀ ନୁହେଁ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି ଡାକ୍ତର । ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ବାୟୁ ସ୍ବାସ୍ଥ୍ୟ ସେବାର ମୁଖ୍ୟ ଲକ୍ଷ୍ୟ । ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ଚିକିତ୍ସା ଯୋଗାଇ ଦେଉଛନ୍ତି । ଦରକାର ପଡ଼ିଲେ ରୋଗୀଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଅଣାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ବାୟୁ ସ୍ବାସ୍ଥ୍ୟ ସେବା ଆନୁକୂଲ୍ୟରେ ମାଲକାନଗିରିରେ ପହଞ୍ଚିଲେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ପାଲଟିଛି ବରଦାନ । ରୋଗୀମାନେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ହେଉଛନ୍ତି ସକ୍ଷମ । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଯାହା ଫଳରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ପାଇବା ପାଇଁ ଉପାନ୍ତ ଜିଲ୍ଲାମାନଙ୍କର ରୋଗୀଙ୍କୁ ଆଉ ବଡ ବଡ ସହର ଉପରେ ନିର୍ଭର କରିବାକୁ ପଡୁନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.