ETV Bharat / state

ବାୟୁ ସ୍ବାସ୍ଥ୍ୟ ସେବା ଆନୁକୂଲ୍ୟରେ ମାଲକାନଗିରିରେ ପହଞ୍ଚିଲେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍

author img

By

Published : Apr 23, 2022, 10:48 PM IST

ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଠାରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଯାଇଛି । ତେବେ ଆଜି(ଶନିବାର) ଏହି ସେବା ମାଧ୍ୟମରେ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଭୁବନେଶ୍ବର ଓ କଟକରୁ ଆସି ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

ବାୟୁ ସ୍ବାସ୍ଥ୍ୟ ସେବା ଆନୁକୁଲ୍ୟରେ ମାଲକାନଗିରି ପହଞ୍ଚିଲେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍
vବାୟୁ ସ୍ବାସ୍ଥ୍ୟ ସେବା ଆନୁକୁଲ୍ୟରେ ମାଲକାନଗିରି ପହଞ୍ଚିଲେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍

ମାଲକାନଗିରି: ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଠାରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଯାଇଛି । ତେବେ ଆଜି(ଶନିବାର) ଏହି ସେବା ମାଧ୍ୟମରେ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଭୁବନେଶ୍ବର ଓ କଟକରୁ ଆସି ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚିଥିଲେ । ଦୁଇ ଦିନିଆ ଗସ୍ତରେ ଆସିଥିବା ଏହି ବିଶେଷଜ୍ଞ ଡ଼ାକ୍ତରୀ ଦଳ ମଧ୍ୟରେ Urology, lap surgery, Hepatology, cardiology, Anesthesia ଭଳି ବିଶେଷଜ୍ଞ ରହିଛନ୍ତି ।

ବାୟୁ ସ୍ବାସ୍ଥ୍ୟ ସେବା ଆନୁକୁଲ୍ୟରେ ମାଲକାନଗିରି ପହଞ୍ଚିଲେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍

ଏହା ଏକ ମାଗଣା ସେବା ହୋଇଥିବାରୁ ଗରିବ ଲୋକ ଏଥିରେ ଉପକୃତ ହୋଇପାରିବେ । ଆଜି ପ୍ରଥମ କରି ଏହି ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ଗୁରୁତର ରୋଗୀଙ୍କୁ ଚିକିତ୍ସା ମଧ୍ୟ କରିଛନ୍ତି । ପୂର୍ବରେ କିନ୍ତୁ ଗୁରୁତର ରୋଗୀଙ୍କୁ କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଭଳି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଏହି ସେବା ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହେ, ତେବେ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାର ରୋଗୀଙ୍କ ସହିତ ପଡ଼ୋଶୀ ରାଜ୍ୟର ଗୁରୁତର ରୋଗୀ ମଧ୍ୟ ଏହି ସେବାର ଲାଭ ଉଠାଇପାରିବେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.