ETV Bharat / state

ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ

author img

By

Published : May 12, 2023, 5:55 PM IST

ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ
ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିନାହାନ୍ତି । ଅଧିକ ପଢନ୍ତୁ

ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମଦୂରତା କଥା ଘୋଷଣା କରିଛନ୍ତି । ବିଜେଡି ଆଜି ବି ସେହି ନୀତିରେ ରହିଛି । ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି । ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ । ଏହା କହିଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡିର ସବୁବେଳେ ଗୋଟିଏ ନୀତି ରହି ଆସିଛି । ନିର୍ବାଚନ ଏକାକୀ ଲଢିବୁ ବୋଲି ନବୀନ କହିଥିବା ବେଳେ ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିନାହାନ୍ତି । ତୃତୀୟ ସାମ୍ମୁଖ୍ୟକୁ ନେଇ ଥିବା ଦ୍ବନ୍ଦ୍ବ ସେ ଦୂର କରି ନାହାନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଗରମ ହୋଇଛି । ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେଡି ଏକ ଆଞ୍ଚଳିକ ଦଳ । ରାଜ୍ୟର ବଡ଼ ଦଳ । ବିଜେଡିର ନୀତି ହେଉଛି ସମ ଦୂରତ୍ବ ରକ୍ଷା କରିବା । ଓଡ଼ିଶାର ସ୍ବାର୍ଥ ପାଇଁ ଯେଉଁଠି ଆବଶ୍ୟକ ସେଠାରେ ପ୍ରସଙ୍ଗ ଭିର୍ତ୍ତିକ ସମର୍ଥନ ଦେବୁ । ସେକଥା ପୁନର୍ବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭେଟ ରାଜ୍ୟ ସ୍ବାର୍ଥ ସମ୍ବଳିତ ।

କଂଗ୍ରେସ ପକ୍ଷରୁ ହୋଇଥିବା କଟାକ୍ଷର ଜବାବ ରଖିଛନ୍ତି ଦେବୀ । ସେ କହିଛନ୍ତି, "କଂଗ୍ରେସ ହେଉଛି ଦେଶର ପୁରାତନ ବିରାଟ ଦଳ । ମହାରାଷ୍ଟ୍ରରେ କଂଗ୍ରେସ ନିଜର ଅଘାଡ଼ି ସରକାରଙ୍କୁ ସମ୍ଭାଳି ପାରିଲେନାହିଁ । ସହଯୋଗୀଙ୍କୁ ବୁଝେଇ ପାରିଲେ ନାହିଁ । କଂଗ୍ରେସ ନେତା ନିଜ ଦଳ କଥା ବୁଝନ୍ତୁ । ପ୍ରବଚନ ଦେବାରୁ କ୍ଷାନ୍ତ ରୁହନ୍ତୁ । ନରେନ୍ଦ୍ର-ନବୀନ ସମ୍ପର୍କ କଣ ଅଛି ସବୁ ଜଳ ହୋଇ ଦେଖା ଯାଉଛି । ମନମୋହନ ସରକାର ଥିଲା ବେଳେ ବି ବିଜେଡିର ସମଦୂରତ୍ବ ନୀତି ଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ସମ୍ବଳିତ ଆଲୋଚନା କରୁଥିଲେ, ଆମେ କଣ କଂଗ୍ରେସରେ ମିଶିକି ଥିଲୁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡିର ନିଜସ୍ବ ପରିଚୟ ରହିଛି । ନବୀନ ବାବୁଙ୍କ ନେତୃତବରେ ବିଜୁ ବାବୁଙ୍କ ନାଁରେ ଥିବା ଦଳ । ଓଡିଶା ବିକାଶର ଜାନ । ପୂର୍ବ 5 ଥର ପରି ଷଷ୍ଠ ନିର୍ବାଚନରେ ଏହା ପ୍ରତିଫଳିତ ହେବାକୁ ଯାଉଛି । ନବୀନଙ୍କ ପ୍ରତି ଲୋକଙ୍କ ବିଶ୍ବାସ ଓ ବିକାଶ ଆଭିମୁଖ୍ୟକୁ ସମର୍ଥନ ଦେଇ ଆସୁଛନ୍ତି । ଆଗକୁ ମଧ୍ୟ ଆଶୀର୍ବାଦ ଦେବେ । ରାଜନୈତିକ ସମୀକ୍ଷକ ନିଜ ନିଜର ଏଙ୍ଗେଲରେ ମତ ଦେଇପାରିବେ । ଆମ ଆଙ୍ଗେଲ ସିଧା । ବିକାଶ ଆଭିମୁଖ୍ୟକୁ ସ୍ପଷ୍ଟ ଲକ୍ଷ୍ୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.