ETV Bharat / state

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ: ଶକ୍ତି ମନ୍ତ୍ରୀ

author img

By

Published : May 31, 2023, 10:37 PM IST

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ ବୋଲି ଯୁକ୍ତି କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଅଛି, ସେଥିପାଇଁ ପାୱାର ଟ୍ରିପ ହେଉଥିବା ମନ୍ତ୍ରୀ ସ୍ବୀକାର କରିଛନ୍ତି । ୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

Energy Department Press Meet
Energy Department Press Meet

Energy Department Press Meet

ଭୁବନେଶ୍ବର: ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ବିଦ୍ୟୁତ ବିଭାଗ ବାରମ୍ବାର ସମାଲୋଚିତ ହେଉଥିଲେ ମଧ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଶକ୍ତି ମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଅଛି, ସେଥିପାଇଁ ପାୱାର ଟ୍ରିପ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ୨୦୨୫ ସୁଦ୍ଧା ଭିତ୍ତିଭୂମି ସଜାଡ଼ିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଓ ସଚିବଙ୍କ ସୂଚନା ଅନୁସାରେ, ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଆ ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଏସବୁ କରୁଛନ୍ତି । ଭୁବନେଶ୍ବର ସମେତ ୩ଟି ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ହୋଇଛି ବୋଲି ବିଭାଗ ସୂଚନା ଦେଇଛି । ୨୦୧୯ ମସିହାରେ OPGCର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି । ଏହି ଅବଧି ମଧ୍ୟରେ GRIDCO ଦ୍ବାରା ୨୨୦୦ ମେଗାୱାଟରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪% ଥିବାବେଳେ ୨୦୨୨-୨୩ରେ ପ୍ରାୟ ୧୦.୭%କୁ ବୃଦ୍ଧି ପାଇଛି । ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପାଇଁ ୨୦୨୨ରେ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କରାଯାଇଛି ।

ସେହିଭଳି ପ୍ରାୟ ୮୦୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ୍ ଚାହିଦା ୫୪୦୦ ମେଗାୱାଟକୁ ସୁଚାର ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି । ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ୍ ଯୋଗାଣ ଅବଧି ୨୦୧୮-୧୯ରେ ୨୦.୧୩ ଘଣ୍ଟାରୁ ଅଧିକ ରହିଥିଲା । ୪୪ଟି EH ଗ୍ରୀନ ଯଥା ୧୫ଟି ୨୨୦/୧୩୨ କେଭି ଗ୍ରିଡ, ୨୮ଟି ୧୩୨/୩୩ ଗ୍ରିଡ୍ ଏବଂ ୪୦୦ କେଭି ମେରାମୁଣ୍ଡଳି- ବି GIS ଗ୍ରୀଡ କାର୍ଯ୍ୟକ୍ଷମ କରାଯାଇଛି । ଯାହାକି ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୃଦୁଢ଼ କରିଛି । ODSSP ଯୋଜନା ମାଧ୍ୟମରେ ୨୩୩ କୋଟି ନୂତନ ୩୩/୧୧ କେଭି ପ୍ରାଥମିକ ସବଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି । ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ODISSP ଯୋଜନାର ୪ ପର୍ଯ୍ୟାୟ କାମ ଆରମ୍ଭ କରାଯାଇଛି । ୧୭ ଲକ୍ଷରୁ ଉର୍ଦ୍ଧ୍ବ LT ଉପଭୋକ୍ତା ଏବଂ ୭୨୦୦ରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ କରାଯାଇଛି । ସାମାଜିକ, ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୦୧୮-୧୯ରେ ୩୦.୫୭% ଥିବାବେଳେ ୨୦୨୨-୨୩ରେ ଏହା ୧୮.୧୨%କୁ ହ୍ରାସ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.