ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ ଉଦ୍ୟମ, ଆଗୁଆ ୬ଜଣଙ୍କୁ ଉଠାଇନେଲା ପୋଲିସ

author img

By

Published : Nov 7, 2022, 6:15 PM IST

Updated : Nov 7, 2022, 10:15 PM IST

ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ ଉଦ୍ୟମ, ଆଗୁଆ ୬ଜଣଙ୍କୁ ଉଠାଇନେଲା ପୋଲିସ
ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ ଉଦ୍ୟମ, ୬ ଜଣଙ୍କୁ ଉଠାଇନେଲା ପୋଲିସ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ ଉଦ୍ୟମ । ଖବର ପାଇବା ପରେ ୬ ଜଣ ଛାତ୍ରନେତାଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ତେଜୁଛି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା (BJD ZP Dharmendra Murder case) । ପୋଲିସ ତଦନ୍ତ ନିଷ୍କ୍ରିୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ (Egg attack attempt on CM Naveen) । ଅଣ୍ଡାମାଡ ଉଦ୍ୟମ ଯୋଜନା ବେଳେ ଆଗୁଆ ଗିରଫ କରିଛି ପୋଲିସ । ଛାତ୍ର କଂଗ୍ରେସର ୬ ଜଣ ଛାତ୍ରନେତାଙ୍କୁ ଗୋଡେଇ ଗୋଡେଇ ଗିରଫ କରିଛି ପୋଲିସ । ପ୍ରଗତିବାଦୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଯିବାବେଳେ ଅଣ୍ଡାମାଡ଼ ମାଡ ପାଇଁ ଯୋଜନା କରିଥିଲେ‌ । ଏନେଇ ଖବର ପାଇ କମିଶନରେଟ ପୋଲିସ କେଶରୀ ହଲ ନିକଟରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ ଉଦ୍ୟମ

ଏହା ବି ପଢନ୍ତୁ- ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି

ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ସହ ରଜତ ଚୌଧୁରୀଙ୍କ ସହ ଆଉ ୪ ଜଣ ଛାତ୍ର ନେତାଙ୍କୁ ଗିରଫ କରିଛି ପୋଲିସ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାସିର କହିଛନ୍ତି, " ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପ୍ରମାଣ ମିଳିବା ପରେ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ । ରାଜ୍ୟର ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନ କରିଥିଲା । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିଥିଲା । କିନ୍ତୁ ଦୁଃଖର ବିଷୟ ପୋଲିସ ଆକ୍ରୋଶମୂଳକ ଭାବରେ ଛାତ୍ର କଂଗ୍ରେସ ବିରୁଦ୍ଧରେ ୩୦୭ ଦଫା ଲଗାଇଛି । କିନ୍ତୁ ଛାତ୍ର କଂଗ୍ରେସ ଚୁପ ବସିବ ନାହିଁ । ଏହି ଦଫାକୁ ପ୍ରତ୍ୟାହାର କରନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ସବୁ ପ୍ରମାଣ ଥାଇ ପୋଲିସ ତଦନ୍ତକୁ ଚପାଇ ରଖିଛି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।"

ଏପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡୁଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଛାତ୍ର କଂଗ୍ରେସ । ସେପଟେ ଛାତ୍ର କଂଗ୍ରେସର ନେତ୍ରୀ ସଦସ୍ୟ ଲିପିକା ପାତ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ପିନ୍ଧିବା ଆବଶ୍ୟକ। ଆମେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଉପରୁ ଅଣ୍ଡାମାଡ଼ କଲେ ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷତି ଘଟିବ ନାହିଁ । ପିଲାଙ୍କ ଉପରେ ପ୍ରଭାବ ପଡୁଛି ।ଆଗାମି ଦିନରେ ବିବାଦୀୟ ଗଣ ଶିକ୍ଷାମନ୍ତ୍ରୀଙ୍କଠୁ କଣ ଶିକ୍ଷିବେ ଛାତ୍ରଛାତ୍ରୀ ? ନେତାଙ୍କୁ ସୁରକ୍ଷା ଦେଲେ ବିଭାଗ ଅଧୀନରେ ଥିବା ପିଲାଙ୍କ ଉପରେ କୁପ୍ରଭାବ ପଡିବ।"

ଇଟଭି ଭାରତ, ଭୁବନେଶ୍ବର

Last Updated :Nov 7, 2022, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.