ETV Bharat / state

ପ୍ରତିଶୃତି ପୂରଣ କଲେନି ସରକାର, ତୃତୀୟ ଦିନରେ ଡ୍ରାଇଭର ଏକତା ମହାମଞ୍ଚର ଧାରଣା

author img

By

Published : Jul 26, 2023, 11:15 AM IST

driver association stages dharna in bhubaneswar
ଡ୍ରାଇଭର ଏକତା ମହାମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ସରକାର ପ୍ରତିଶୃତି ଦେଇ ପୂରଣ ନକରିବା ଅଭିଯୋଗରେ ଭୁବନେଶ୍ବର ଲୋୟର ପିଏମଜି ଠାରେ ଡ୍ରାଇଭର ଏକତା ମହାମଞ୍ଚର ଧାରଣା । ଅଧିକ ପଢ଼ନ୍ତୁ

ଡ୍ରାଇଭର ଏକତା ମହାମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚ ସେମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖିଥିଲେ । ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅନେକ ଥର ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସାରା ରାଜ୍ୟରେ ତିନି ଥର ଷ୍ଟିୟରିଂ ଛାଡ ଆନ୍ଦୋଳନ ମଧ୍ୟ କରିଥିଲେ। ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ସେମାନଙ୍କର ଦାବି ପୂରଣ ନେଇ ସରକାର ଦିନ ପରେ ଦିନ ଗଡ଼ାଉଥିବା ବେଳେ ଏହି ମିଛ ପ୍ରତିଶୃତିକୁ ବିରୋଧ କରି ଧାରଣରେ ବସି ରହିଛନ୍ତି ଡ୍ରାଇଭର ଏକତା ମଞ୍ଚର ସଦସ୍ୟ ।

ଡ୍ରାଇଭର ଏକତା ମହମଞ୍ଚର ବିଭିନ୍ନ ଦାବି ପୂରଣ ନେଇ ଗତ ସୋମବାର ଠାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ଆଜି ତୃତୀୟ ଦିନରେ ପହଞ୍ଚିଛି । ବିଭିନ୍ନ ଜିଲ୍ଲାରୁ ଶତାଧିକ ଡ୍ରାଇଭର ଆସି ଧାରଣାରେ ସାମିଲ ହୋଇଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଚାଲିବ । ୩୦ ତାରିଖ ଭିତରେ ଯଦି ସମାଧାନ ନହୁଏ ତେବେ ୧ ତାରିଖରୁ ଏକ ବଡ ଧରଣର ଆନ୍ଦୋଳନ ସହ ବନ୍ଦ ପାଳନ ହେବ ବୋଲି କହିଛି ଡ୍ରାଇଭର ସଂଘ । ଏନେଇ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି କହିଛନ୍ତି, "ସରକାର ଆମକୁ ପ୍ରତିଶୃତି ଦେଇ ଭୁଲି ଯାଇଛନ୍ତି । ତେଣୁ ଆମେ ଧାରଣାରେ ବସି ରହିଛୁ । ଯେ ପର୍ଯ୍ୟନ୍ତ ସାମଧାନ ନ ହୋଇଛି ଏଭଳି ଧାରଣାରେ ବସି ରହିବୁ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରତିଶ୍ରୁତି ପୂରଣ କଲେନି ସରକାର ! ଲୋୟର PMGରେ ଆସନ୍ତାକାଲିଠୁ ଧାରଣା ଦେବ ଡ୍ରାଇଭର ଏକତା ମଞ୍ଚ

ତେବେ ଡ୍ରାଇଭର ଏକତା ମଞ୍ଚର ଦାବି ଅନୁସାରେ, ସେମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ବାରମ୍ବାର ଜନ ମଙ୍ଗଳ ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଞ୍ଚୁଛି କିନ୍ତୁ ବୋର୍ଡ ଗଠନ ହେଉନି । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ, ବୋର୍ଡ ନଥିବା କାରଣରୁ ତାହା କିଛି ବି କାମ ଆସୁନାହିଁ । ସରକାର ଗୋଟେ ମାସ ମଧ୍ୟରେ ବୋର୍ଡ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବହୁବାର ଚେଷ୍ଟା କରିବା ମଧ୍ୟରେ ଏଯାବତ୍ ହୋଇନାହିଁ । ଯଦି ଆଗାମୀ ୩୦ ତାରିଖ ମଧ୍ୟରେ ସରକାର ଏନେଇ ନିଷ୍ପତ୍ତି ନନେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ସଂଘ । ଦରକାର ପଡ଼ିଲେ ଡ୍ରାଇଭର ଏକତା ମହମଞ୍ଚ ରାଜନୀତି କରିବ ବୋଲି କହିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.