ETV Bharat / state

Dengue Menace: ଆଗାମୀ ବର୍ଷ ଆସିବ ଡେଙ୍ଗୁ ଟିକା !

author img

By ETV Bharat Odisha Team

Published : Sep 1, 2023, 8:54 PM IST

ସରିଛି ଡେଙ୍ଗୁର ଫେଜ 1 ଏବଂ ଫେଜ 2 ଟ୍ରାଏଲ । ଡିସେମ୍ବର ମାସରେ ଫେଜ 3ର ଟ୍ରାଏଲ ପରେ ଆସିପାରେ ଡେଙ୍ଗୁ ଭ୍ୟାକ୍ସିନ । ଅଧିକ ପଢନ୍ତୁ

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ
ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାରୀ ସ୍ତରରେ ସଚେତନ କରାଯାଉଥିଲେ ମଧ୍ୟ ଡେଙ୍ଗୁ କମିବାର ନାଁ ଧରୁନି । ତେବେ ଡେଙ୍ଗୁ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ବିଜୟ ମହାପାତ୍ର କହିଛନ୍ତି । ଡେଙ୍ଗୁ ରୋଗର ପ୍ରତିଶେଧକ ନଥିବା ବେଳେ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,"ରାଜ୍ୟରେ ପ୍ରତ୍ଯେକଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ 10ଟି ଡେଙ୍ଗୁ ବେଡ୍‌ର ବ୍ୟବସ୍ଥା କରାଯାଇଛି । ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ପାଇଁ ବେଡ୍‌ ପ୍ରସ୍ତୁତ ହୋଇ ରହିଛି । ଭୁବନେଶ୍ବରରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଆଡମିଶନ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ 50ଟିରୁ 70ଟି ଡେଙ୍ଗୁ ବେଡ୍‌ ବୃଦ୍ଧି କରାଯାଇଛି । ରାଜ୍ୟରେ ଅର୍ବାନ ହସ୍ପିଟାଲମାନଙ୍କରେ ମଧ୍ୟ 10ଟି ଲେଖାଏଁ ବେଡ୍‌ ରଖାଯାଇଛି । ଯଦି କୌଣସି ସ୍ଥାନରେ ବେଡ୍‌ ବଢ଼ାଇବା ଆବଶ୍ୟକ ହୁଏ ତେବେ ସେହି ହସ୍ପିଟାଲରେ ମଧ୍ୟ ବେଡ ସଂଖ୍ୟା ବୃଦ୍ଧି କରାଯାଉଛି । ଅନ୍ୟପଟେ ଡେଙ୍ଗୁ ପାଇଁ କୌଣସି ମେଡ଼ିସିନ କି ଭ୍ୟାକ୍ସିନ ନାହିଁ । ତେଣୁ ସମସ୍ତ ରକ୍ତ ଭଣ୍ଡାର ଏବଂ ହସ୍ପିଟାଲରେ ପ୍ଲେଟଲେଟ୍‌ ଅଧିକ ପରିମାଣରେ ରହିଛି । ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ମଧ୍ୟ ଯୋଗାଇ ଦିଆଯାଉଛି ।"

ଅଧିକ ପଢନ୍ତୁ..୩ ହଜାର ଟପିଲା ଡେଙ୍ଗୁ ପଜିଟିଭ, ପ୍ଲେଟଲେଟ୍‌ କମିଲେ ମଧ୍ୟ ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ଡେଙ୍ଗୁରେ 4ଟି ଭାରିଏଣ୍ଟ ରହିଛି । ଯାହା ଡେନ୍‌ 1, 2, 3, 4 । ଡେନ୍‌ 2 ଭାରିଏସ ଅଧିକ ବିପଦ ଅଟେ । କୋଭିଡ ସମୟରେ ଯେଉଁଭଳି ଭାବରେ ଭେରିଏଣ୍ଟ ପରିବର୍ତ୍ତନ ହୋଇଥାଏ ସେହିଭଳି ଭାବରେ ଡେଙ୍ଗୁର ଭେରିଏଣ୍ଟ ପରିବର୍ତ୍ତନ ହେଉନାହିଁ । ଡେଙ୍ଗୁ ପାଇଁ ଦୁଇଟି ଟୀକା ଫେଜ୍‌ 1 ଏବଂ ଫେଜ୍‌ 2 ଟ୍ରାଏଲ ସରିଛି । ଏହି ଟ୍ରାଏଲ 18 ବର୍ଷରୁ 60 ବର୍ଷ ବୟସଙ୍କ ମଧ୍ୟରେ କରାଯାଇଛି । ଡିସେମ୍ବର ମାସରେ ଫେଜ୍‌ 3ର ଟ୍ରାଏଲ କରାଯିବ । ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବ । ତେବେ ଆଶା କରାଯାଉଛି ଆଗାମୀ ବର୍ଷରେ ଡେଙ୍ଗୁର ଟୀକା ଆସିପାରେ । ଲୋକଙ୍କ ମାନସିକ ପରିବର୍ତ୍ତନ ହେଲେ ଡେଙ୍ଗୁଠାରୁ ଦୂରେଇ ହେବ । ତେଣୁ ଆପଣ ସତର୍କ ରହିଲେ ଡେଙ୍ଗୁ ସମ୍ଭାବନା କମ ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.