ETV Bharat / state

ବିକାଶ ନାଁରେ ପ୍ରତିବର୍ଷ ଚୁକ୍ତିନାମା: ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ୧୧୯.୭୧୬ ଏକର ଜମି ହସ୍ତାନ୍ତର

author img

By ETV Bharat Odisha Team

Published : Sep 17, 2023, 8:09 AM IST

୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଜି ହସ୍ତାନ୍ତର କରାଯାଇଛି । ତେବେ ଦେଢ଼ ବର୍ଷ ମଧ୍ୟରେ ଏହା ଦ୍ଵିତୀୟ ଥର ଚୁକ୍ତିନାମା ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Department of transport
Department of transport

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ଶନିବାର ପୁନର୍ବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ସଂଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଗୋପାଳପୁର ବନ୍ଦର ଋତୁକାଳୀନ ଅଣ ବୃହତ ବନ୍ଦର ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ୧୯୮୬-୮୭ ମସିହାରୁ ପରିଚାଳିତ ହେଉଥିଲା । ବନ୍ଦରକୁ ସବୁଦିନିଆ ବନ୍ଦର ରୂପେ ପରିଣତ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା ଆଧାରରେ ଗୋପାଳପୁର ବନ୍ଦର ପ୍ରାଇଭେଟ ଲିମିଟେଡକୁ କାର୍ଯ୍ୟାଦେଶ ଦିଆଯାଇଛି ।



ବନ୍ଦରର ଉନ୍ନତିକରଣ ନିମିତ୍ତ ରାଜ୍ୟ ସରକାର ଗୋପାଳପୁର ବନ୍ଦର ପ୍ରାଇଭେଟ ଲିମିଟେଡଙ୍କ ସହିତ ୧୪ ସେପ୍ଟେମ୍ବର ୨୦୦୬ ମସିହାରେ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଯାହାର ଦୈର୍ଘ୍ୟ ୮୦୦ ମିଟର ଅଟେ । ଏଠାରେ ଏକା ସଙ୍ଗେ ଏକାଧିକ ଜାହାଜ ଦ୍ୱାରା ପଣ୍ୟ ପରିବହନ କାର୍ଯ୍ୟ କରାଯାଇପାରୁଛି । ଏହି ବନ୍ଦରର ପଣ୍ୟ ପରିବହନ କ୍ଷମତା ବାର୍ଷିକ ୨୦ ମିଲିଅନ ମେଟ୍ରିକ ଟନ ଅଟେ । ଏହି ବନ୍ଦର ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି ବନ୍ଦର ଦ୍ୱାରା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହୋଇଛି । ଏହା ସହିତ ଦକ୍ଷିଣ ଓଡ଼ିଶାର ଦ୍ରୁତ ବିକାଶ ହୋଇପାରିଛି । ଗୋପାଳପୁର ବନ୍ଦରର ପ୍ରଥମ ପର୍ଯ୍ୟାୟ ବିକାଶ ନିମିତ୍ତ ୩୯୩.୬୭୦ ଏକର ଜମି ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଶନିବାର ୧୧୯.୭୧୬ ଏକର ଜମି ବନ୍ଦର କର୍ତ୍ତୃପକ୍ଷଙ୍କୁ ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ହସ୍ତାନ୍ତର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ..ମୋ କଲେଜ ଅଭିଯାନ ସହ ଥିଙ୍କ ଜୋନସ୍‌ର ଏମଓୟୁ, ବିଦ୍ୟାର୍ଥୀଙ୍କୁ ବୃତ୍ତି ଦେବ ମହର୍ଷି ମହାବିଦ୍ୟାଳୟ

ସୂଚନା ଅନୁସାରେ, ଗୋପାଳପୁର ବନ୍ଦରର ବିକାଶ ପାଇଁ ୨୦୨୨ ମେ ୨୪ ତାରିଖରେ ଖାରବେଳ ଭବନରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲେ । ବନ୍ଦରର ବିକାଶ ଲାଗି ଏହି ଚୁକ୍ତିନାମା ହୋଇଥିବା ତତ୍କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ । ହେଲେ ଦେଢ଼ ବର୍ଷ ଭିତରେ ପୁନର୍ବାର ଚୁକ୍ତିନାମା କରିଛି ବିଭାଗ । ୨୦୦୬ ସେପ୍ଟେମ୍ବର ୧୪ରେ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ପିପିପି ମୋଡରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ (ଓଏସଏଲ) ଦ୍ଵାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତେବେ ୨୦୧୭ ଜାନୁଆରୀ ୧୮ରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲି. (ଏସଏସଏଲ) ଯୋଗଦାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.