ETV Bharat / state

Dengue Menace: ‘ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଗଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ’

author img

By ETV Bharat Odisha Team

Published : Sep 12, 2023, 9:26 PM IST

Updated : Sep 12, 2023, 9:48 PM IST

ଡରାଉଛି ଡେଙ୍ଗୁ
ଡରାଉଛି ଡେଙ୍ଗୁ

ଡରାଉଛି ଡେଙ୍ଗୁ । ଦୈନିକ ୨୦୦ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ୫ ହଜାର ୯୭ ପଜିଟିଭ ରହିଥିବା ବେଳେ ଖୋର୍ଦ୍ଧାରୁ କେବଳ ସର୍ବାଧିକ ୨୧୩୩ ଚିହ୍ନଟ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଆତଙ୍କ ରଚୁଛି ଡେଙ୍ଗୁ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆତଙ୍କ । ଗତ ୮ ଦିନ ମଧ୍ୟରେ ୬ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯାହା ପ୍ରସ୍ତୁତି କରିଥିଲା ତାହା ବର୍ତ୍ତମାନ ସମୟରେ ଫେଲ ମାରିବାକୁ ବସିଛି । ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ବେଳେ ଡେଙ୍ଗୁକୁ ନେଇ ଆତଙ୍କିତ ରାଜଧାନୀବାସୀ । ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି।

ରାଜ୍ୟରେ ଡେଙ୍ଗୁ ଆତଙ୍କକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି । ବର୍ଷା ନ ଛାଡ଼ିବା ଯାଏଁ ରୋଗ କମିବ ନାହିଁ । ଡେଙ୍ଗୁ ବଂଶ ବୃଦ୍ଧିର ଏଇଟା ପିକ୍ ସମୟ । ଅନୁକୂଳ ତାପମାତ୍ର ସହ ବର୍ଷା କାରଣରୁ ଡେଙ୍ଗୁ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୫୫୫ ଜଣ, କଟକରୁ ୫୨୦, ବାଲେଶ୍ଵରରୁ ୪୭୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜୁଲାଇରୁ ଅକ୍ଟୋବର ମାସ ବିଶେଷ ଡେଙ୍ଗୁ ପିକ୍ ପିରିୟଡ଼ । ଏଣୁ ସଚେତନ ହିଁ ଏକମାତ୍ର ମାଧ୍ୟମ । ଡେଙ୍ଗୁରୁ ବର୍ତ୍ତିବା ପାଇଁ ନିଜ ଘର ଓ ଚାରିପାଖ ସଫା ରଖନ୍ତୁ। ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ଏଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ଲେଟଲେଟ କାଉଣ୍ଟ ୨୦ହଜାର ପର୍ଯ୍ୟନ୍ତ କମିଲେ ବି ବ୍ୟସ୍ତ ନହୋଇ ଡାକ୍ତର ପରାମର୍ଶ କରନ୍ତୁ ।’’

ଅଧିକ ପଢନ୍ତୁ.. Dengue Menace: ଆଗାମୀ ବର୍ଷ ଆସିବ ଡେଙ୍ଗୁ ଟିକା !

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "କ୍ୟାପିଟାଲ ହସ୍ପିଟାଲରେ ଦୁଇ ସପ୍ତାହ ଧରି ଡେଙ୍ଗୁ ନିୟନ୍ତ୍ରଣାଧୀନ ରହିଛି । ପୂର୍ବରୁ ଯେଭଳି ଡେଙ୍ଗୁ ରୋଗୀ ଆସୁଥିଲେ ବର୍ତ୍ତମାନ ସେହି ଭଳି ଆସୁନାହାନ୍ତି । ଏପଟେ ମଧ୍ୟ ୫୦ ରୁ ୫୫ ବେଡ଼ରେ ଡେଙ୍ଗୁ ରୋଗୀ ରହିଛନ୍ତି । ପ୍ରତ୍ୟେକ ଦିନ ୫୦୦ରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବା ବେଳେ ସେଥିମଧ୍ୟରୁ ୭୦ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 12, 2023, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.