ETV Bharat / state

BSKY ନବୀନ କାର୍ଡରେ ସରକାରୀ କର୍ମଚାରୀଙ୍କୁ ସାମିଲ ପାଇଁ ଦାବି

author img

By ETV Bharat Odisha Team

Published : Dec 30, 2023, 12:03 PM IST

BSKY Nabin Card
ବିଏସକେୱାଇ ନବୀନ କାର୍ଡ

BSKY Nabin Card: ବିଏସକେୱାଇ ନବୀନ କାର୍ଡରେ ସାମିଲ କରିବାକୁ ଦାବି କଲେ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡରୁ ବଞ୍ଚିତ ସରକାରୀ କର୍ମଚାରୀ । ଏହି ଯୋଜନାରେ ସରକାରୀ କର୍ମଚାରୀ ଓ ତାଙ୍କ ପରିବାରକୁ ସାମିଲ କରାଯାଉ ବୋଲି ଜୋର ଧରିଲା ଦାବି । ମୁଖ୍ୟମନ୍ତ୍ରୀ ଯେଉଁ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ଯୋଗାଉଛନ୍ତି ସେଥିରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଏବଂ ତାଙ୍କ ପରିବାରକୁ ବିଏସକେୱାଇ ନବୀନ କାର୍ଡରେ ସାମିଲ କରନ୍ତୁ ବୋଲି ଦାବି କରିଛି ସରକାରୀ ମୁଖ୍ୟ ଦପ୍ତର ଅମଲା ସଂଘ ଓ ଓଡିଶା ସଚିବାଳୟ ସର୍ଭିସ ଅସୋସିଏସନ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ 4 ଲକ୍ଷ ସରକାରୀ କର୍ମଚାରୀଙ୍କ ପରିବାରକୁ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରନ୍ତୁ । ନବୀନ କାର୍ଡ ହେଲେ ଆମେ ଓ ଆମ ପରିବାର ସିଧାସଳଖ ସ୍ୱାସ୍ଥ୍ୟ ସୁବିଧା ପାଇପାରିବୁ ବୋଲି ଓଡିଶା ସରକାରୀ କର୍ମଚାରୀ ସଂଘ ସଭାପତି ବିଜୟ ମଲ୍ଲ କହିଛନ୍ତି ।

ଓଡିଶା ସଚିବାଳୟ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ସ୍ୱାସ୍ଥ୍ୟର ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ଶୁଭାରମ୍ଭ ହୋଇଛି । ହେଲେ ଆମକୁ ଅନ୍ତର୍ଭୁକ୍ତ କରିନାହାନ୍ତି । ସରକାର ତୁରନ୍ତ ଆମକୁ ଆଉ ଆମ ପରିବାରକୁ ଏହି କ୍ୟାସଲେସ ସୁବିଧା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରନ୍ତୁ । ସେହିପରି ମୁଖ୍ୟ ଦପ୍ତର ଅମଲା ସଂଘ ସଭାପତି ସୁଧାଂଶୁ ପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ନବୀନ କାର୍ଡରେ ସମସ୍ତ ସରକାରୀ କର୍ମଚାରୀ ଏବଂ ପରିବାରକୁ ସାମିଲ କରନ୍ତୁ । ଆଇଆରସିଏମରେ ସମସ୍ତ ସୁବିଧା ଉପଲବ୍ଧ ହେଉନାହିଁ ।

ଏହା ମଧ୍ୟ ପଢନ୍ତୁ-BSKY ନବୀନ କାର୍ଡର ଶୁଭାରମ୍ଭ; ଉପକୃତ ହେବେ ୧.୧୦ କୋଟିରୁ ଅଧିକ ପରିବାର

ଶୁକ୍ରବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ଫଳରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡିକରେ କ୍ୟାସଲେସ ସୁବିଧା ପାଇବେ ଗ୍ରାମଞ୍ଚଳର ଲୋକେ । ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ମାଧ୍ୟମରେ ଉପକୃତ ହେବେ । କିନ୍ତୁ ସରକାରୀ କର୍ମଚାରୀ ଏବଂ ଆୟକରଦାତା ଏହି ଯୋଜନାରୁ ବାଦ୍ ପଡିଛନ୍ତି । ଯାହାକୁ ବିରୋଧ କରିଛି ଓଡିଶା ସରକାରୀ କର୍ମଚାରୀ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.