ETV Bharat / state

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଓଡ଼ିଶାରେ ରହିବ ଏମିତି ପ୍ରଭାବ

author img

By

Published : Dec 5, 2022, 10:21 PM IST

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଓଡ଼ିଶାରେ ରହିବ ଏମିତି ପ୍ରଭାବ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଓଡ଼ିଶାରେ ରହିବ ଏମିତି ପ୍ରଭାବ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ଓ ଏହାର ଆପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ଓ ଏହାର ଆପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି (Cyclonic circulation over the south Andaman Sea & adjoining area)। ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଡିସେମ୍ବର ୬ ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ପହଞ୍ଚିବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ।

  • Under the influence of cyclonic circulation over the south Andaman Sea & adjoining equatorial Indian ocean­Strait of Malacca, a Low-Pressure Area has formed over the south Andaman Sea & neighborhood and the associated cyclonic circulation extends up to mid-tropospheric levels. pic.twitter.com/jMW3oWjuw3

    — Meteorological Centre, Bhubaneswar (@mcbbsr) December 5, 2022 " class="align-text-top noRightClick twitterSection" data=" ">

ଡିସେମ୍ବର ୬ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଉପକୂଳରେ ଦେଇ ଆଗକୁ ବଢିବ । ଧୀରେ ଧୀରେ ଏହା ଏକ ସାମୁଦ୍ରିକ ଝଡ (Cyclonic Storm)ରେ ପରିଣତ ହୋଇ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ପହଞ୍ଚିବାର ସମ୍ଭାବନା ରହିଛି ।

ଆସନ୍ତା ଡିସେମ୍ବର ୮ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣାଞ୍ଚଳରେ ଏହାର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିବ । ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହି ସମ୍ଭାବ୍ୟ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସେପଟେ ରାଜ୍ୟରେ ଏବେ ଶୀତ ଜାରି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ରାତି ତାପମାତ୍ରା ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇବ । ଏହାପରେ ପାଗରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଦେଖାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.