ETV Bharat / state

ଶୁଭ ଦେଇ ଭୁଲିଗଲେ ସରକାର, ଗଙ୍ଗୁଆ କଡ ରାସ୍ତା ନହେବା ନେଇ ତାତିଲା କଂଗ୍ରେସ

author img

By ETV Bharat Odisha Team

Published : Dec 19, 2023, 9:08 PM IST

Congress Protest In Bhubaneswar: ରାଜଧାନୀର ଗଙ୍ଗୁଆ କଡ ରାସ୍ତା ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ତାତିଲା କଂଗ୍ରେସ । ପୁରୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ କରି ରାସ୍ତା ଉପରେ ଧାରଣାରେ ବସିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

ଧାରଣାରେ ବସିଲା କଂଗ୍ରେସ
ଧାରଣାରେ ବସିଲା କଂଗ୍ରେସ

ଧାରଣାରେ ବସିଲା କଂଗ୍ରେସ

ଭୁବନେଶ୍ବର: ୧୨ ବର୍ଷ ତଳେ ଶୁଭ ଦେଇ ଭୁଲିଗଲେ ସରକାର । ରାଜଧାନୀର ଗଙ୍ଗୁଆ କଡ ରାସ୍ତା ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ତାତିଲା କଂଗ୍ରେସ । ପୁରୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ କରି ରାସ୍ତା ଉପରେ ଧାରଣାରେ ବସିଲା କଂଗ୍ରେସ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ଗଙ୍ଗୁଆ ନାଳରୁ କପିଳେଶ୍ଵରର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀ ଭୁବନେଶ୍ୱରର ସାମନ୍ତରାପୁର ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ ।

ତେବେ ୨୦୧୪ ଜୁନ ମାସରୁ ଏହି ରାସ୍ତା ପାଇଁ ଶୁଭ ଦିଆ ସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ସରକାରଙ୍କ ପ୍ରଶ୍ନ କରିଥିଲା କଂଗ୍ରେସ । ସେପଟେ ରାସ୍ତା ବନ୍ଦ ପ୍ରଭାବରେ ୪ କିମି ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିବା ବେଳେ ରାସ୍ତାରେ ଅଟକିରହିଥିଲା ହଜାର ହଜାର ଗାଡି । ପରେ ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା । ଆନ୍ଦୋଳନ ସହ ଏଡିଏମଙ୍କୁ ଭେଟି ରାସ୍ତା ରାସ୍ତା କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ଦାବି ପତ୍ର ଦେଇଥିଲେ । ୧୨ ବର୍ଷ ହେବ ସ୍ଥାନୀୟ ଲୋକଙ୍କୁ ରାସ୍ତା ନିର୍ମାଣର ଭ୍ରମରେ ରଖି ପ୍ରତାରିତ କରିଛନ୍ତି ସରକାର ବୋଲି କହି ଉଦବେଗ ପ୍ରକାଶ କହିଛନ୍ତି ବିଧାୟକ । ତେଣୁ ଆଉ ମିଛ ଅଭିନୟ ନକରି ପ୍ରହସନ ନଦେଖାଇ ସରକାର ତୁରନ୍ତ ପ୍ରସ୍ତାବିତ ରାସ୍ତା ନିର୍ମାଣ କରନ୍ତୁ ବୋଲି କହିଛନ୍ତି ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ.....ବିଦ୍ୟୁତ ଭିତ୍ତିଭୂମି ସୁଧାରକୁ ନେଇ ସରକାରଙ୍କ ଘେରିଲା କଂଗ୍ରେସ, ମାଗିଲା 20 ହଜାର କୋଟିର ହିସାବ

ତେବେ ୨୦୧୦ ମସିହାରେ ଅନୁମୋଦିତ ହୋଇଥିଲା ଗଙ୍ଗୁଆ ବ୍ରିଜ୍ ଠାରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିବା ବେଳେ ମାଟି ଟୋକିଏ ବି ପଡ଼ିନାହିଁ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ଯାହା ଆଜି ଯାଏଁ ସରକାରୀ ଶୀତଳଭଣ୍ଡାରରେ ପଡିଛି । ଏହାର କାର୍ଯ୍ୟର ଆରମ୍ଭ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରି ସାଧାରଣ ଲୋକଙ୍କ ସ୍ୱାର୍ଥର ସ୍ବର ସାଜି ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ଯଥାଶୀଘ୍ର ରାସ୍ତା ନିର୍ମାଣ କରୁ ବୋଲି ଦାବି କରିଛି । ଆନ୍ଦୋଳନରେ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.