ETV Bharat / state

ମହିଳା ସଂରକ୍ଷଣ ବିଲ ଏକ ପୋଷ୍ଟ ଡେଟେଡ଼ ବିଲ: କଂଗ୍ରେସ

author img

By ETV Bharat Odisha Team

Published : Sep 25, 2023, 9:29 PM IST

ମହିଳା ସଂରକ୍ଷଣ ବିଲ ଏକ ପୋଷ୍ଟ ଡେଟେଡ଼ ବିଲ: କଂଗ୍ରେସ
ମହିଳା ସଂରକ୍ଷଣ ବିଲ ଏକ ପୋଷ୍ଟ ଡେଟେଡ଼ ବିଲ: କଂଗ୍ରେସ

ମହିଳା ସଂରକ୍ଷଣ ବିଲରେ ତ୍ରୁଟି । ମହିଳା ସରଂକ୍ଷଣ ବିଲ ନେଇ କଂଗ୍ରେସ ଭବନରେ AICC ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲ ଏକ ପୋଷ୍ଟ ଡେଟେଡ଼ ବିଲ: କଂଗ୍ରେସ

ଭୁବନେଶ୍ବର: ମହିଳା ସରଂକ୍ଷଣ ବିଲକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ । ଆଜି ମହିଳା ସରଂକ୍ଷଣ ବିଲରେ ତ୍ରୁଟି ଥିବାନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । AICCରୁ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନଙ୍କ କଂଗ୍ରେସ ଆଜି ଏକ ସାମ୍ବାଦିକ ସମ୍ମିଳନି କରି କଡା ସମାଲୋଚନା କରିଥିଲେ । ରଞ୍ଜିତ ରଞ୍ଜନ କହିଥିଲେ ମହିଳା ସଂରକ୍ଷଣ ବିଲ ,"ଏହା ଏକ ପୋଷ୍ଟ ଡେଟେଡ ବିଲ । ୧୯୮୯ରୁ ଏହି ବିଲ ନେଇ ଆଲୋଚନା ହୋଇ ଆସୁଥିଲା । ଏହା କଂଗ୍ରେସର ବିଲ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଉଠା ଯାଇଥିଲା । ଏଥିସହ କେନ୍ଦ୍ର ସରକାର ବନ୍ଦନା ଅଧିନୟମ ବିଲ ବୋଲି କହୁଛନ୍ତି,ବନ୍ଦନା, ଦେବୀ, ପୂଜା ବନାଇ ପୁରୁଷମାନେ ସବୁବେଳେ ମହିଳାଙ୍କୁ ଠକିଛନ୍ତି । ଏହି ବିଲରେ ବିଜେପି ସରକାର ଆମକୁ ସମାନତାର କଥା ନ କହି ଦୟା ଦେଖାଇଛନ୍ତି । କାହିଁକି ମାତ୍ର ୩୩% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ? କଂଗ୍ରେସର ଦାବି, ମହିଳାଙ୍କୁ ପୁରୁଷଙ୍କ ସହ ସମାନ ଅଧିକାର ଦିଅ ।

ଦ୍ଵିତୀୟରେ ଜନଗଣନା ବିନା ସ୍ଵତନ୍ତ୍ର ଅଧିବେଶନ ଡକାଇ କାହିଁକି ବିଲ ପାସ କିରିଛନ୍ତି କେନ୍ଦ୍ର ସରକାର । ତେଣୁ କଂଗ୍ରେସ ଆଜି ପ୍ରଶ୍ନ କରୁଛି ସ୍ଵତନ୍ତ୍ର ଅଧିବେଶନ କଣ ପାଇଁ ଡକାଇଥିଲେ ସରକାର ? କାହିଁକି ଏତେ ପ୍ରଚାର ପ୍ରସାର ହେଉଥିଲା ? ପୂର୍ବରୁ ଜନଗଣନା କାହିଁକି କରିନଥିଲେ ସରକାର ? ୨୦୨୪ରେ ମହିଳାଙ୍କୁ କାହିଁକି ଆରକ୍ଷଣ ଦେବେ ନାହିଁ ? ଏଥିରୁ ଜଣାପଡୁଛି, ଏହା କେବଳ ଏକ ଝୁନଝୁନା । SC/ST ସମେତ OBC ବର୍ଗରେ ମଧ୍ୟ ମହିଳାଙ୍କୁ ଆରକ୍ଷଣ ଦିଅ । " ଏଭଳି ବିଭିନ୍ନ ପ୍ରଶ୍ନ କରୁଥିଲା କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ....Assembly News: ବିରୋଧୀଙ୍କ ଅଭିଯୋଗ, ସାମ୍ବିଧାନିକ ବ୍ୟବସ୍ଥାରେ ଚାଲୁନାହିଁ ଶାସନ ବ୍ୟବସ୍ଥା !

ଏହି ସମ୍ମିଳନୀରେ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କୁ ଟାରଗେଟ କରି ସିଧାଳଖ RSS କୁ ନିସାନା କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି, 'ବିଜେପିର ମାଷ୍ଟର ମାଇଣ୍ଡ, RSS ଶାଖାର ପ୍ରଚାରକ ମୁଖ୍ୟ ଭାବରେ କାମ କରନ୍ତି ନାହିଁ ମହିଳା । ମୋଦି ସଂସଦର ପ୍ରଥମଆଫିଡେଭିଟରେ ନିଜ ପତ୍ନୀଙ୍କ ଉପରେ କିଛି ଉଲ୍ଲେଖ କରିନଥିଲେ। ଦିତୀୟ ଆଫିଡେଭିଟରେ ପତ୍ନୀ ଅଛନ୍ତି , କିନ୍ତୁ ତାଙ୍କର ସମ୍ପତି କେତେ ତାହା ସେ ଜଣାଇ ନାହାନ୍ତି । ମଣିପୁରରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଗଲା । ପ୍ରଧାନମନ୍ତ୍ରୀ ମଣିପୁର ଗଲେ କି, ନା ସଂସଦରେ କିଛି ପ୍ରତିକ୍ରିୟା ରଖିେଲେ । ତେଣୁ ବିଜେପି ସରକାରର ମହିଳା ପ୍ରୀତି କେତେ ତାହା ଜଣା ପଡିଛି ।' ଏଭଲି କହି ସରକାରକୁ ଦୃଢ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.