ETV Bharat / state

80 ବର୍ଷରେ ପଦାର୍ପଣ କଲେ ସୁର ରାଉତରାୟ, ନିର୍ବାଚନ ଲଢିବେ ନାହିଁ ବୋଲି ଜନ୍ମଦିନରେ କଲେ ଖୁଲାସା

author img

By

Published : Aug 10, 2023, 3:10 PM IST

mla sura routray birthday
mla sura routray birthday

ଜନ୍ମଦିନରେ ସୁରଙ୍କ ଖୁଲାସା। ମୁଁ ନୁହଁ ମୋ ସାନ ପୁଅ ଆଗାମୀ ନିର୍ବାଚନ ଲଢିବ। ଅଧିକ ପଢନ୍ତୁ

80 ବର୍ଷରେ ପଦାର୍ପଣ କଲେ ସୁର ରାଉତରାୟ

ଭୁବନେଶ୍ବର: ସୁର ରାଉତରାୟ... ଓଡିଶା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ଦମଦାର ଅନ୍ଦାଜ ଓ ବିବାଦୀୟ ମନ୍ତବ୍ୟକୁ ନେଇ ସବୁଦିନ ଖବର ସିରୋନାମାରେ ରହିଥାନ୍ତି ସେ । ବୟସ ବଢ଼ୁଛି ସତ କିନ୍ତୁ ଆଜିବି ସେ ଫିଟ୍‌ । ତାଙ୍କର 'ଛି ଛି ଲଜ୍ୟା...' 'ମାଡି ଚାଲ...' 'ଓଃ ବିୟୁଟିଫୁଲ୍' ପରି ଡାଇଲଗ୍‌ ଏବେ ସମସ୍ତଙ୍କ ମୁହଁରେ। ଆଜି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିନ । 80 ବର୍ଷରେ ପଦାର୍ପଣ କରିଥିବା ଏହି ଚର୍ଚ୍ଚିତ ରାଜନେତା ଆଜି ନିଜର ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଖୁଲାସା କରିଛନ୍ତି । ତାଙ୍କ ବଦଳରେ ତାଙ୍କ ସାନ ପୁଅ ଆଗାମି ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୁର ।

ସୁର ରାଉତରୟ ଜନ୍ମଦିନ ଅବସରରେ କହିଛନ୍ତି ଯେ, ସକ୍ରିୟ ରାଜନୀତିରେ ମୁଁ ଆଉ ରହିବି ନାହିଁ । ମୋ ସାନ ପୁଅ ମନ୍ମଥ ରାଉତରାୟ ମୋ ସ୍ଥାନ ନେବ । ଆଗାିମୀ ନିର୍ବାଚନରେ ସେ ଜଟଣୀ ଆସନରୁ ଲଢ଼ିବ । ସେ କାମ କରିବ । ମୁଁ କିନ୍ତୁ ଜୀବନ ଥିଲା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବି । ଲୋକଙ୍କ ସେବାକୁ ବନ୍ଦ କରିବି ନାହିଁ । ଲୋକଙ୍କ ସହ ସାରା ଜୀବନ ରହିବି ବୋଲି କହିଛନ୍ତି ସୁର ।

ଆଜି ଭୁବନେଶ୍ୱର ମାଉସୀ ମାଆ ମନ୍ଦିରରେ ନିଜ 80ତମ ଜନ୍ମଦିନସ ପାଳନ କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ଶତାଧିକ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ସୁର । ଆଜି ଚାରି ଆଡ଼ୁ ସୁରଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ଜଟଣୀରୁ ନେତା, କର୍ମୀ, ପ୍ରଶଂସକମାନେ ସକାଳୁ ଛୁଟି ଆସିଛନ୍ତି ନିଜର ପ୍ରିୟ ନେତା ତଥା ବିଧାୟକ ସୁର ଭାଇଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାବା ପାଇଁ ।

ଏହା ମଧ୍ୟ ପଢନ୍ତୁ-ପରିବାରବାଦ ବିଜେପି କରୁଛି, ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି: କଂଗ୍ରେସ

ସୁର ରାଉତରାୟ ପ୍ରାୟ 50 ବର୍ଷର ରାଜନୈତିକ ଜୀବନରେ ବିଧାୟକ, ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ କ୍ରୀଡ଼ା ବିଭାଗର ମନ୍ତ୍ରୀ ଥିଲେ । ଭୁବନେଶ୍ୱର ପାଇଁ ସୁରଙ୍କ ଅବଦାନ ରହିଛି । ଜଟଣୀରୁ ସୁର 5ଥର ବିଧାୟକ ରହିଛନ୍ତି । ନିଜର ବେଲଗାମ୍ ତୁଣ୍ଡ ପାଇଁ ସବୁବେଳେ ମିଡିଆ ଫ୍ରଣ୍ଟ୍‌ଲାଇନରେ ରହୁଥିବା ଜଟଣୀ ବିଧାୟକ ପ୍ରତିଦିନ ସକାଳ ହେଲେ ଜଟଣୀ ଯାଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲିବା ତାଙ୍କ ପ୍ରଥମ କାମ । ଲୋକମାନଙ୍କ ସୁଖ ଦୁଃଖରେ ସାଥ୍‌ ଦେଇଥାନ୍ତି ବିଧାୟକ ସୁର ରାଉତରାୟ । ଆଗକୁ ସାନ ପୁଅ ମନ୍ମଥ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବା ପରେ ସୁର ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.