ETV Bharat / state

ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

author img

By ETV Bharat Odisha Team

Published : Sep 13, 2023, 10:09 PM IST

ନୂଆଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର
ନୂଆଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

ନରସିଂହ ମିଶ୍ର କହିଛନ୍ତି, ‘‘ଚଳିତ ବର୍ଷ 20 ତାରିଖରେ ନୂଆଁଖାଇ ପଡୁଛି । ନୂଆଖାଇ ପାଇଁ ପଶ୍ଚିମ ଓଡିଶାବାସୀ ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସନ୍ତି । ନୂଆଁଖାଇ ହେଉଛି ଆମ ପରିଚୟ । ନୂଆଁଖାଇ ପାଇଁ ପରିବାର ପ୍ରିୟ ପରିଜନ ଭାଇବନ୍ଧୁ କୁଟୁମ୍ବ ଏକାଠି ହୋଇଥାନ୍ତି । ପରିବାରରେ ଆନନ୍ଦ ଉଲ୍ଲାସ ସହ ବିଭିନ୍ନ କାର୍ଯ୍ୟକ୍ରମ ବି ହୋଇଥାଏ । ବର୍ଷକରେ ଥରେ ପରିବାର ସମସ୍ତେ ଏକାଠି ହୋଇଥାନ୍ତି ।" ଅଧିକ ପଢନ୍ତୁ

ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

ଭୁବନେଶ୍ବର: ଆସନ୍ତା 20 ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବର ନୂଆଖାଇ । 21 ତାରିଖରେ ନୂଆଁଖାଇବାସୀ । ପରମ୍ପରା ଅନୁଯାୟୀ ପଶ୍ଚିମ ଓଡିଶାରେ ଦୁଇ ଦିନ ସରକାରୀ ଛୁଟି ହୋଇଥାଏ । ନୂଆଁଖାଇ ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସିଥାନ୍ତି । କୃଷିଭିତ୍ତିକ ନୂଆଁଖାଇ ପର୍ବ ହେଉଛି ପରମ୍ପରା, ସଂସ୍କୃତି, ଭାଇଚାରାର ନିର୍ଦଶନ । ଏହାକୁ ସରକାର ମଧ୍ୟ ସ୍ବୀକୃତି ଦେଇ ଦୁଇ ଦିନିଆ ଛୁଟି ଘୋଷଣା କରିଥାନ୍ତି । ଏହି ଛୁଟିକୁ ଅଧିକ କରିବା ପାଇଁ ମଧ୍ୟ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି । ହେଲେ ଆସନ୍ତା ନୂଆଁଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ଅନୁଷ୍ଠିତ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ଏହାବି ପଢନ୍ତୁ- Odisha Assembly: ଗଣତନ୍ତ୍ର ପ୍ରତିଷ୍ଠା ହେବା ଯାଏଁ ଲଢେଇ ଜାରି ରହିବ କହିଲେ ନରସିଂହ

ନରସିଂହ ମିଶ୍ର କହିଛନ୍ତି, ‘‘ଚଳିତ ବର୍ଷ 20 ତାରିଖରେ ନୂଆଁଖାଇ ପଡୁଛି । ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାବାସୀ ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସନ୍ତି । ନୂଆଖାଇ ହେଉଛି ଆମ ପରିଚୟ । ନୂଆଖାଇ ପାଇଁ ପରିବାର ପ୍ରିୟ ପରିଜନ ଭାଇବନ୍ଧୁ କୁଟୁମ୍ବ ଏକାଠି ହୋଇଥାନ୍ତି । ପରିବାରରେ ଆନନ୍ଦ ଉଲ୍ଲାସ ସହ ବିଭିନ୍ନ କାର୍ଯ୍ୟକ୍ରମ ବି ହୋଇଥାଏ । ବର୍ଷକରେ ଥରେ ପରିବାର ସମସ୍ତେ ଏକାଠି ହୋଇଥାନ୍ତି । ଏଥିପାଇଁ ଗୋଟିଏ ଦିନ ଯଥେଷ୍ୟ ହୋଇନଥାଏ । ଫଳରେ ନୂଆଖାଇ ବାସୀ ମଧ୍ୟ ପାଳନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ନୂଆଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ରାଜ୍ୟ ସରକାର ବିଧାନସଭା ବାଚସ୍ପତି ନିର୍ବାଚନ ରଖିଛନ୍ତି । ଏପରି ସ୍ଥଳେ ଆମେ (ପଶ୍ଚିମ ଓଡିଶା ବିଧାୟକ) କିପରି ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ।’’

ନରସିଂହ କହିଛନ୍ତି ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାବାସୀ ପୃଥିବୀର ଯେଉଁଠି ଥିଲେ ମଧ୍ୟ ଘରକୁ ଆସିଥାନ୍ତି । ବର୍ଷକରେ ଥରେ ପୁରା ପରିବାର ଏକାଠି ହୋଇଥାଏ ନୂଆଁଖାଇରେ । ମୋ ନିଜ ନାତି ମଧ୍ୟ ଲଣ୍ଡନରୁ ନୂଆଁଖାଇ ପାଇଁ ଘରକୁ ଆସୁଛି । କିନ୍ତୁ ରାଜ୍ୟ ସରକାର ନୂଆଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ବାଚସ୍ପତି ନିର୍ବାଚନ ରଖିଛନ୍ତି । ଏପରି ସ୍ଥିତିରେ ଆମେ ନିର୍ବାଚନରେ ଭାଗ ନେବୁ କିପରି ? ବାଚସ୍ପତି ନିର୍ବାଚନ ପାଇଁ କଣ ନୂଆଁଖାଇ ବନ୍ଦ କରିଦେବୁ? ନୂଆଖାଇ ପଶ୍ଚିମ ଓଡିଶାରେ ଦୁଇ ଦିନ ପାଳନ ହୋଇଥାଏ । ଘରେ ସମସ୍ତେ ଜ୍ଞାତି କୁଟୁମ୍ବ ଥିବେ । ନୂଆଁଖାଇ ଦିନ ଆମେ ଭୁବନେଶ୍ବର ଫେରିପାରିବୁ ନାହିଁ । 21 ତାରିଖରେ ଯଦି ମଧ୍ୟ ଫେରୁ ତେବେ ମଧ୍ୟ ବିଧାନସଭାରେ ପହଞ୍ଚି ପାରିବୁ ନାହିଁ । ସରକାର ଜାଣିଶୁଣି 21 ତାରିଖ ଧାର୍ଯ୍ୟ କରିଛନ୍ତି ନା ଭୁଲବଶତଃ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ? ସରକାରଙ୍କ ଏହି ନିଷ୍ପତି ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ବୈମାତୃକ ମନଭାବ ବୋଲି କହିଛନ୍ତି ।

ସେହିପରି ନରସିଂହ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇ କହିଛନ୍ତି ସରକାରଙ୍କ ସତସାହାସ ଅଛି ରଜ ପର୍ବ ସମୟରେ ବିଧାନସଭା ଚଳାଇ ପାରିବେ? ଥରେ ପରୀକ୍ଷା କରି ଦେଖନ୍ତୁ କଣ ହେବ ବୋଲି କହିଛନ୍ତି ।

ସ୍ବାଭାବିକ ଭାବେ ନରସିଂହ ଉଠାଇଥିବା ପ୍ରଶ୍ନର ପ୍ରାସଙ୍ଗିକତା ରହିଛି । 20 ରେ ନୂଆଁଖାଇ ଥିବା ବେଳେ 21 ରେ ନୂଆଁଖାଇ ବାସୀ । ନୂଆଖାଇ ପାଇଁ ପଶ୍ଚିମ ଓଡିଶାରେ ସାଧାରଣତଃ ଦୁଇ ଦିନ ଛୁଟି ହୋଇଥାଏ । ବିଧାନସଭା ପାଇଁ ନୂଆଁଖାଇ ଦିନ ଘରୁ କୌଣସି ଲୋକ ପ୍ରତିନିଧି ଭୁବନେଶ୍ବରକୁ ଆସିବେ ନାହିଁ । ଯଦି ଆସିବେ 21 ତାରିଖ ଦିନ ଆସିବେ । ଯଦି 21 ତାରିଖ ଆସନ୍ତି ବିଧାନସଭାରେ ପହଞ୍ଚି ପାରିବେ ତ? ବିଧାୟକ ମାନେ ନିଜ ନିଜ ଘରେ ଥିବା ବେଳେ କଳାହାଣ୍ଡି, ସୁନ୍ଦରଗଡ, ଦେଓଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, ନୂଆପଡା, ବରଗଡ ଭଳି ଜିଲ୍ଲାର ବିଧାୟକ ମାନେ ଭୁବନେଶ୍ବର ଆସିବା ପାଇଁ ଅତି କମରେ 5 ଘଣ୍ଟା ସମୟ ଲାଗୁଥିବା ବେଳେ ଅତି ବେଶୀକରେ 8 ଘଣ୍ଟା ସମୟ ଲାଗିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.