ETV Bharat / state

Odisha Assembly: ଗଣତନ୍ତ୍ର ପ୍ରତିଷ୍ଠା ହେବା ଯାଏଁ ଲଢେଇ ଜାରି ରହିବ କହିଲେ ନରସିଂହ

author img

By

Published : Mar 27, 2023, 6:17 PM IST

ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ହେବାକୁ ନେଇ ଆଜି ଗୃହରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ସରକାର ଏକଛତ୍ରବାଦ ଚଲାଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Odisha Assembly
Odisha Assembly

ଭୁବନେଶ୍ବର: "ଦେଶରେ ଗଣତନ୍ତ୍ର ଭୁଷୁଡି ପଡିଛି । ସମ୍ବିଧାନ ଅନୁସାରେ କିଛି ହେଉନାହିଁ । ଯେଉଁମାନେ କହୁଛନ୍ତି ଆଇନ ଅନୁସାରେ ସବୁ କିଛି ହେଉଛି ସେମାନେ ଆଇନ ଶିଖିବା ଦରକାର । ଗଣତନ୍ତ୍ର କଣ ଜାଣିବା ଦରକାର । ଘଟଣା ଘଟିଲା କର୍ଣ୍ଣାଟକରେ । ମାମଲା ହେଲା ଗୁଜୁରାଟରେ । ରାହୁଲ ଗାନ୍ଧୀ କାହାର ମାନହାନୀ ହେଲା ଭଳି କିଛି କହିନାହାଁନ୍ତି ।" ଆଜି ଅପରାହ୍ନ 4 ଟାରେ ବିଧାନସଭା ଆରମ୍ଭ ହେବା ପରେ ବାଚସ୍ପତିଙ୍କ ଅନୁମତିକ୍ରମେ ଏଭଳି ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ବିଧାନସଭାରେ ନରସିଂହ କହିଛନ୍ତି "ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିବା ବେଆଇନ । ବିଜେପି ସରକାର ଏକଛତ୍ରବାଦ ଚଲାଇଛି । ଯେଉଁ ମାନେ କହୁଛନ୍ତି ଆଇନ ଅନୁସାରେ ସବୁ କିଛି ହେଉଛି ସେମାନେ ଆଇନ ଶିଖିବା ଦରକାର । ଗଣତନ୍ତ୍ର କଣ ଜାଣିବା ଦରକାର । ଘଟଣା ଘଟିଲା କର୍ଣ୍ଣାଟକରେ । ମାମଲା ହେଲା ଗୁଜୁରାଟରେ । ରାହୁଲ ଗାନ୍ଧୀ କାହାର ମାନହାନୀ ହେଲା ଭଳି କିଛି କହିନାହାଁନ୍ତି।" ରାହୁଲ ଗାନ୍ଧୀ ଯେଉଁମାନଙ୍କ ନାଁରେ କହିଛନ୍ତି ସେମାନଙ୍କ ମଧ୍ୟରୁ କେହି କେସ୍‌ ଫାଇଲ କରିନାହାଁନ୍ତି । ଅପରାଧିକ ମାନହାନୀ ଅର୍ଥ ବୁଝିବା ଦରକାର । ସେହି ବ୍ୟକ୍ତି ଅପମାନିତ ହୋଇଥିବା ଦରକାର । ଫେବୃଆରୀରେ ଶୁଣାଣି ଆରମ୍ଭ ହେଲା ମାର୍ଚ୍ଚରେ ଶୁଣାଣି ଶେଷ ହୋଇଗଲା । ଦୃତ ଗତିରେ ସବୁ ଘଟଣା ଘଟିଲା । ଆଉ ତୁରନ୍ତ ସଭ୍ୟ ପଦ ଚାଲିଗଲା ।

ଏହାବି ପଢନ୍ତୁ- ଶିଳ୍ପ ନଗରୀରେ ଗ୍ରାଫାଇଟ ଖଣିର ସନ୍ଧାନ, ବଡ଼କନ୍ତକୁଳର ଉନ୍ନତି ଆଶାରେ ଗ୍ରାମବାସୀ

ନରସିଂହ ଆହୁରି କହିଛନ୍ତି ଏଠି ଆଇନକୁ ପୁରା ଉଲ୍ଲଙ୍ଘନ କରାଯାଇଛି । କଟକ ବାରବାଟୀ ବିଧାୟତଙ୍କ କ୍ଷେତ୍ରରେ ଏପରି ଘଟିଲା ନାହିଁ ତାଙ୍କ ପଦ ଗଲା ନାହିଁ । ଦେଶର ଆଇନ ଓ ସମ୍ବିଧାନ ଉପରେ ବିଶ୍ବାସ ରହିଛି । ରାହୁଲ ଗାନ୍ଧୀ ତାଙ୍କ ପଦ ଫେରିପାଇବେ । ସେହିପରି ରାହୁଲ ଗାନ୍ଧୀ ଲଣ୍ଡନରେ ଯାହା କହିଲେ ତାହା ଭାରତ ବିରୋଧୀ ବୋଲି କୁହାଗଲା । ଗଣତନ୍ତ୍ର ସୁରକ୍ଷା ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନେବା ଅଭିଯୋଗ ଭୁଲ । ଲୋକସଭାରେ ଆଦାନୀ ପ୍ରସଙ୍ଗରେ ରାହୁଲ କହିବାକୁ ଚାହୁଁଥିଲେ । ତାଙ୍କୁ କୁହାଇ ଦିଆଗଲା ନାହିଁ । ମୋଦିଙ୍କ ସହ ଆଦାନୀଙ୍କ ସମ୍ପର୍କ କଣ ? 20 ହଜାର କୋଟି କିଏ ନିବେଶ କରିଛି । ଗାନ୍ଧୀ ପରିବାକୁ ପ୍ରଶଂସା କରି ନରସିଂହ କହିଛନ୍ତି ଏହି ପରିବାର ଦେଶ ପାଇଁ ବହୁତ ତ୍ୟାଗ କରିଛନ୍ତି । ଯାହା ଘଟୁଛି ଲୋକେ ଏହାର ଜବାବ ଦେବେ । ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

ସେପଟେ ନରସିଂହଙ୍କ ବକ୍ତବ୍ୟ ପରେ ମଧ୍ୟ କଂଗ୍ରେସ ସଦସ୍ୟ ହଙ୍ଗାମା ଜାରି ରଖିଥିଲେ । ଫଳରେ ବାଚସ୍ପତି ପ୍ରଥମେ 10 ମିନିଟ ପରେ 15 ମିନିଟ ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ଗୃହକୁ ପୁଣି ଥରେ ସଂଧ୍ୟା 6ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଅନ୍ୟପଟେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ହଙ୍ଗାମା ମଧ୍ୟରେ ଅପରାହ୍ନରେ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଗୃହରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ ୨୦୨୩ କୁ ଗୃହରେ ଆଗତ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.