ETV Bharat / state

‘ବିଜେଡି ନେତାଏ କ୍ରୀତଦାସ ଭଳି ରୁହନ୍ତୁ ନ ହେଲେ ଜେଲରେ ରୁହନ୍ତୁ’... କାହିଁକି ଏଭଳି କହିଲେ ବିଜୟ ?

author img

By ETV Bharat Odisha Team

Published : Aug 26, 2023, 4:44 PM IST

ରାଜ୍ୟ ସରକାର ଉଦ୍ୟୋଗ ମାରଣ ନୀତି ଆପଣାଇଛନ୍ତି । ରାଜ୍ୟରେ ଯୁବ ଉଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାର ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

congress targets bjd
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ଉଦ୍ୟୋଗ ମାରଣ ନୀତି ଆପଣାଇଛନ୍ତି । ରାଜ୍ୟରେ ଯୁବ ଉଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାର ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, " ଅଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ କାର୍ଯ୍ୟ ଯୋଗାଇବାକୁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି । ରାଜ୍ୟରେ ଓଡ଼ିଆ ବିଲ୍ଡର କିପରି ଟେଣ୍ଡର ପାଇ ପାରିବେ ନାହିଁ ତା'ର ବ୍ୟବସ୍ଥା କରାଯାଉଛି । ବସୁଧା ଯୋଜନା ପାଇଁ ପ୍ରତି ଅଞ୍ଚଳରେ ଟାଙ୍କି ଛିଡା କରାଯାଉଛି । ହେଲେ ଟାଙ୍କିକୁ ପାଣି ଭର୍ତ୍ତି କରିବାର କି ବାହାରିବାର ବ୍ୟବସ୍ଥା ନାହିଁ । ବିଧାନସଭାରେ ଏଭଳି କେତେ ପ୍ରକଳ୍ପ ଅଧା ପନ୍ତରିଆ ଅଛି । କିଏ ଏହି କାମ ନେଇଛି ତାହାକୁ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ଆସିଛି ।" ଛୋଟ ଛୋଟ ଟେଣ୍ଡରକୁ ମିଶାଇ ବଡ଼ କରିବା କାହା ନିର୍ଦ୍ଦେଶରେ ହେଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ : ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !


ସେ ଆହୁରି ମଧ୍ୟ କହିଛନ୍ତି, ଓବିସିସିକୁ ଜଗନ୍ନାଥ ମନ୍ଦିର କାମ ଦିଆଯାଇଛି । ହେଲେ ସିଏ ଟାଟାକୁ ଦେଇ ଦେଇଛି । ଓବିସିସି 2020 ରୁ 2022 ଭିତରେ 8439 କୋଟି ଟଙ୍କାର କାମ ବାହାର କଣ୍ଟ୍ରକ୍ଟର ପାଇଛନ୍ତି । ମାତ୍ର 7.39 ପ୍ରତିଶତ କାମ ଓଡ଼ିଶାର କଣ୍ଟ୍ରାକ୍ଟର ପାଇଛନ୍ତି । ତେବେ ଶାକ୍ୟସିଂହ ମହାପାତ୍ରଙ୍କ "ସ୍ୱାର୍ଥପର ସରକାର" କୁ ନେଇ ଯେଉଁ କବିତା ଲେଖିଛନ୍ତି ତାହା ତାଙ୍କ କ୍ଷୋଭକୁ ଦର୍ଶାଉଛି । କବିତାରୁ ଗୋଟିଏ ଜିନିଷ ସ୍ପଷ୍ଟ ଯୁବ ଉଦ୍ୟୋଗୀଙ୍କ ପାଇଁ ସରକାର ସବୁ କିଛି କରିଛନ୍ତି ବୋଲି କହୁଛନ୍ତି । ହେଲେ ଟେଣ୍ଡରରେ କିଛି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସ ଅମଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ 1000 ଦିନରେ 1000 ଶିଳ୍ପ ଯୋଜନାର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କଂଗ୍ରେସ ସରକାର ବହୁ କାର୍ଯ୍ୟ କରିଥିଲା । କିନ୍ତୁ ବିଜେଡି ସରକାର ଜନସାଧାରଣଙ୍କୁ ବୋକା ବନାଉଛି ।

ଅନ୍ୟପଟେ ଗଞ୍ଜାମ ହାଇଡ୍ରାମାକୁ ନେଇ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜାମରେ ଘଟିଥିବା ଘଟଣା ବିଜେଡିର ଅଭ୍ୟନ୍ତରୀଣ କନ୍ଦଳକୁ ଦର୍ଶାଉଛି । ଯାହାଙ୍କ ପ୍ରତି ଏଭଳି ଆଚରଣ ହେଲା ସେହି ଜନ ପ୍ରତିନିଧିଙ୍କର ବିଜେଡିରେ ସମ୍ମାନ ନାହିଁ । ତେଣୁ ତାଙ୍କୁ ଦୁଇଟି ଅପସନ ଦିଆଯାଇଛି । ସେମାନେ କ୍ରୀତଦାସ ଭଳି ରୁହନ୍ତୁ ନ ହେଲେ ଜେଲରେ ରୁହନ୍ତୁ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.