ETV Bharat / state

ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !

author img

By ETV Bharat Odisha Team

Published : Aug 24, 2023, 10:10 PM IST

ପୁଣି ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ। ରାଜ୍ୟ ନେତୃତ୍ବ ପରିବର୍ତ୍ତନ ନେଇ ଏବେ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି। କିଛି ଗୋଷ୍ଠୀ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା କରୁଥିବା ବେଳେ ଆଉ କିଛି ଗୋଷ୍ଠୀ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି । ବର୍ତମାନ ଯେଉଁମାନେ ନେତୃତ୍ବରେ ଅଛନ୍ତି ତାଙ୍କ ନେତୃତ୍ବରେ ଓଡ଼ିଶାରେ ନିର୍ବାଚନ ଲଢ଼ାଯିବ ବୋଲି ଅଣ୍ଟା ଭିଡିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ଟଣାଓଟରାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

ନିର୍ବାଚନ  ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !
ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !

ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !

ଭୁବନେଶ୍ବର: କଂଗ୍ରେସରେ ଲଗାତାର ପୁଞ୍ଜିଭୁତ ଅସନ୍ତୋଷ ସହିତ ଦଳରେ ବିଦ୍ରୋହର ସ୍ଥିତି । ଏହା ସହିତ ଲାଗି ରହିଛି ଚିରାଚରିତ ପିସିସି ସଭାପତି ପରିବର୍ତ୍ତନ ପାଇଁ ନେତା ମାନଙ୍କ ନିରନ୍ତର ଉଦ୍ୟମ । ଏହା କଂଗ୍ରେସକୁ 9 ରୁ 90 ରେ ପହଞ୍ଚାଇବ ନା ଶୂନ କରିଦେବ? ରାଜ୍ୟରେ ନିର୍ବାଚନ ଆସନ୍ନ । ଚଳିତ ବର୍ଷ ଶେଷ ସୁଦ୍ଧା ହୋଇପାରେ ସପ୍ତଦଶ ବିଧାନସଭା ନିର୍ବାଚନ । ସରକାର ଆଗୁଆ ନିର୍ବାଚନକୁ ଯିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଆଲୋଚନା ଚାଲିଛି । ହେଲେ କଂଗ୍ରେସ ଯେଉଁ ତିମିକୁ ସେହି ତିମିରେ ।

ପୁଣି ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ। ରାଜ୍ୟ ନେତୃତ୍ବ ପରିବର୍ତ୍ତନ ନେଇ ଏବେ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି। କିଛି ଗୋଷ୍ଠୀ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା କରୁଥିବା ବେଳେ ଆଉ କିଛି ଗୋଷ୍ଠୀ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି । ବର୍ତମାନ ଯେଉଁମାନେ ନେତୃତ୍ବରେ ଅଛନ୍ତି ତାଙ୍କ ନେତୃତ୍ବରେ ଓଡ଼ିଶାରେ ନିର୍ବାଚନ ଲଢ଼ାଯିବ ବୋଲି ଅଣ୍ଟା ଭିଡିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ଟଣାଓଟରାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ ।


ଏହାବି ପଢନ୍ତୁ- ଗର୍ବ ଭାଙ୍ଗିବ, ପଶ୍ଚିମ ଓଡିଶାରେ ବିଜେଡିର ପ୍ରଭାବ ନାହିଁ କହିଲେ ପିସିସି ସଭାପତି

କଂଗ୍ରେସ କର୍ମୀ ନରେଶ ମହାନ୍ତି କହିଛନ୍ତି କିଛି ମୁଷ୍ଟିମେୟ ଲୋକଙ୍କୁ ନେଇ ପିସିସି ସଭାପତି ଚାଲୁଛନ୍ତି । ଯାହାକୁ ଆମେ ବିରୋଧ କରୁଛୁ । କଂଗ୍ରେସ ରାଜ୍ୟରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର ଅଛି। ଏବେ ପିସିସି ସଭାପତି ପରିବର୍ତ୍ତନ ହେଲେ କଣ ହେବ । ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ଏଠି ସଭାପତି ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସ ସଂଗଠନ କୁ ପ୍ରାଧାନ୍ୟ ଦେଇ ଲୋଜଙ୍କ ବିଶ୍ବାସ ଜିତନ୍ତୁ।9 ରୁ 90 ସଂକଳ୍ପକୁ ସାଧନ କରିବାକୁ କଂଗ୍ରେସକୁ ଏକାଠି ହୋଇ ଲଢ଼ିବାକୁ ପଡିବ ।

ଚର୍ଚ୍ଚା ହେଉଛି ବଦଳିବେ ରାଜ୍ୟ କଂଗ୍ରେସର ଚେହେରା। ଦଳର ମଙ୍ଗ ଧରି ପାରନ୍ତି ନୂଆ ନେତୃତ୍ବ। ଖୁବଶୀଘ୍ର ପିସିସି ସଭାପତି ଏବଂ ପ୍ରଭାରୀ ବଦଳିବା ନେଇ କଂଗ୍ରେସ ଭବନ ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ନିକଟରେ ଏଆଇସିସି ଦଳର କାର୍ଯ୍ୟକାରୀ କମିଟି ଗଠନ କରିଛି । ଏଥିରେ ସାରା ଦେଶରୁ ନେତା ସ୍ଥାନ ପାଇଛନ୍ତି । କିନ୍ତୁ ଓଡିଶାରୁ କେବଳ ଭକ୍ତ ଦାସଙ୍କୁ ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ମିଳିଛି । ଯାହାକୁ ନେଇ ଓଡିଶା କଂଗ୍ରେସ ନେତାଙ୍କ ବଢୁଛି ଅସନ୍ତୋଷ । ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏନେଇ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ପିସିସି ସଭାପତି ବଦଳିବା ପ୍ରଶ୍ନ ଉଠୁନାହିଁ। ଶରତ ପଟ୍ଟନାୟକ ଭଲ କାମ କରୁଛନ୍ତି। ଶରତ ଙ୍କ ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଵ। ଯିଏ ଦିଲ୍ଲୀରେ ଭେଟିବେ କିଛି ଫରକ ପଡିବ ନାହିଁ। ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ପିସିସି ସଭାପତି ପରିବର୍ତ୍ତନର କୌଣସି ଯୋଜନା ନାହିଁ। କଂଗ୍ରେସ 2024 ସାଧାରଣ ନିର୍ବାଚନରେ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭଲ କରିବ।

ରାଜନୈତିକ ସମୀକ୍ଷକ କହିଛନ୍ତି ଗୋଟିଏ ପଟେ ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ଙ୍କ ଭଳି ଶୀର୍ଷ ନେତା ଦଳକୁ ମଜବୁତ କରିବାକୁ ବଳ ଗୋଟାଉଛିନ୍ତି। ଦଳ ଛାଡିଥିବା ପୁରୁଖା ନେତା ମାନଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ପିସିସି ପରିବର୍ତ୍ତନ କଲେ କଂଗ୍ରେସ ହିଁ କ୍ଷତି ସହିବ । କାରଣ ଦଳ ଜାତୀୟସ୍ତରରେ ଧୀରେ ଧୀରେ ପୁଣି ଥରେ ପ୍ରଭାବଶାଳୀ ହେଉଛି । ଓଡିଶା ନେତା ମଧ୍ୟ ଟଣାଓଟରା ଛାଡି ଏକାଠି ହୋଇ ଲଢେଇ କଲେ ଫଳପ୍ରଦ ହୋଇପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.