ETV Bharat / state

ଜାଗା ମିଶନରେ ହୋଇଛି ଅନିୟମିତତା ! ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

author img

By ETV Bharat Odisha Team

Published : Aug 28, 2023, 9:59 PM IST

ଜାଗା ମିଶନରେ ହୋଇଛି ଅନିୟମିତତା !
ଜାଗା ମିଶନରେ ହୋଇଛି ଅନିୟମିତତା !

ଜାଗା ମିଶନ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ । ଯୋଗ୍ୟ ହିତାଧିକାରୀ ଭୂମି ପାଇବାରୁ ବଞ୍ଚିତ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ଜାଗା ମିଶନରେ ହୋଇଛି ଅନିୟମିତତା !

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମହାନଗର ନିଗମରେ ଆଉ ରହିବେ ନାହିଁ ଭୂମିହୀନ । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ । ଜାଗା ମିଶନ ଅଧୀନରେ ଥିବା ୫ଟି ମହାନଗର ନିଗମ ସମେତ ରାଜ୍ୟର ବିଭିନ୍ନ ବସ୍ତିରେ ବାସ କରୁଥିବା ଭୂମିହୀନଙ୍କୁ ଜାଗା ଦେଲେ ରାଜ୍ୟ ସରକାର । ତେବେ ଜାଗା ମିଶନ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାଫଳରେ ଯୋଗ୍ୟ ହିତାଧିକାରୀ ଭୂମି ପାଇବାରୁ ବଞ୍ଚିତ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଜାଗା ମିଶନ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆଜି ବିଜେପି ବିଏମ୍‌ସିକୁ ଘେରିଥିବାବେଳେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ ।

ହିତାଧିକାରୀ ତାଲିକାରେ ଚଞ୍ଚକତା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଭୋଟ ପାଇଁ ଏମିତି ପ୍ରହସନ କରୁଛନ୍ତି ସରକାର । ବିଭିନ୍ନ ବସ୍ତିରେ ହିତାଧିକାରୀଙ୍କୁ ଚୟନ କରାଯାଇ ନାହିଁ । ଏହାକୁ ରଦ୍ଦ କରାଯାଉ । ଆଉଥରେ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ଦିଆଯାଉ । ନଚେତ କଂଗ୍ରେସ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ । ଦୁର୍ବାର ଆନ୍ଦୋଳନ କରିବ କଂଗ୍ରେସ । ସେଥିପାଇଁ ଦାୟୀ ରହିବେ ସରକାର ।" ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ରାଜ୍ୟରେ ୩୨ ପ୍ରତିଶତ ହେଉଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ପୂର୍ବରୁ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜମି ପାଇଁ ରାଜ୍ୟ ସରକାର ଯେଉଁ ଜମିପଟା ଦେଉଛନ୍ତି ତାହା ସ୍ଥାୟୀ ନୁହେଁ । ସରକାର ଚାହିଁଲେ ପୁନର୍ବାର ନେଇପାରିବେ । ସେପଟେ ଜମି ପାଇଁ ଟଙ୍କା ମଧ୍ୟ ନେଉଛନ୍ତି । ଯେଉଁମାନେ ଟଙ୍କା ଦେଇପାରୁନାହାନ୍ତି ତାଙ୍କୁ ଜାଗା ମିଶନରେ ସାମିଲ କରୁନାହାନ୍ତି । ୪ ବର୍ଷ ହେଲାଣି କାହିଁକି ଜାଗା ମିଶନ କଥା ମନେପଡୁନଥିଲା ? ଏବେ 5T ସଚିବ ବୁଲୁଛନ୍ତି, ନିର୍ବାଚନ ମୁଣ୍ଡ ଉପରେ, ସେଥିପାଇଁ ଜାଗା ମିଶନ କାର୍ଯ୍ୟକାରୀ କରାଯାଉଛି । ହେଲେ ପ୍ରକୃତ ହିତାଧିକାରୀ ଜାଗା ମିଶନରେ ଜାଗା ପାଉନାହାନ୍ତି ।" ତେବେ ବିଜେଡିର କିଛି କର୍ମୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଜାଗା ମିଶନରେ ଫାଇଦା ମିଳୁଛି ବୋଲି ଅଭିଯୋଗ କରିଛନ୍ତି ତାରା ।

ଏହା ମଧ୍ୟ ପଢ଼ନ୍ତୁ...ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ: ମୁଖ୍ୟମନ୍ତ୍ରୀ

ପ୍ରକାଶଯୋଗ୍ୟ, ୨୦୧୮ ମସିହାରୁ ଜାଗା ମିଶନ ଆରମ୍ଭ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ଭୁବନେଶ୍ବର ଜନତା ମୈଦାନରେ ବିଏମ୍‌ସି ପକ୍ଷରୁ ଜମି ପଟ୍ଟା ବଣ୍ଟନ କରିଥିଲେ ରାଜ୍ୟ ସରକାର । ସହରାଞ୍ଚଳରେ ରହୁଥିବା ଗରିବ ଲୋକ, ଯେଉଁମାନଙ୍କର ଭୂମି ବା ଘର ନାହିଁ, ଜାଗା ମିଶନ ଜରିଆରେ ସେହି ପରିବାର ଗୁଡିକୁ ଭୂମି ଅଧିକାର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ ହଜାରରୁ ଅଧିକ ପରିବାରକୁ ଭୂମି ପଟ୍ଟା ମିଳିଛି । ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.