ETV Bharat / state

ବିଜେଡି ନାଁରେ ସରକାରୀ ଅର୍ଥ ଦୁରୁପଯୋଗ ଅଭିଯୋଗ; ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବ କଂଗ୍ରେସ

author img

By ETV Bharat Odisha Team

Published : Dec 1, 2023, 7:01 AM IST

Congress allegation: ଦଳୀୟ ଚିହ୍ନ "ଶଙ୍ଖ" ବ୍ୟବହାର କରି ବିଜେଡ଼ିର ପ୍ରଚାର ପ୍ରସାରର ଅଭିଯୋଗ ଆଣିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ବିଜେଡି ଦଳ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାର ଅଭିଯୋଗ । ଅଧିକ ପଢନ୍ତୁ

ସରକାରୀ ଅର୍ଥର ଦୁରୁପଯୋଗର ଅଭିଯୋଗ ଆଣିଲା କଂଗ୍ରେସ
ସରକାରୀ ଅର୍ଥର ଦୁରୁପଯୋଗର ଅଭିଯୋଗ ଆଣିଲା କଂଗ୍ରେସ

ସରକାରୀ ଅର୍ଥର ଦୁରୁପଯୋଗର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର: ସାଧାରଣ ଜନତା ଓ ସରକାରଙ୍କ ଟଙ୍କାରେ ଦଳୀୟ ଚିହ୍ନ "ଶଙ୍ଖ" ବ୍ୟବହାର କରି ବିଜେଡ଼ିର ପ୍ରଚାର ପ୍ରସାର କରୁଛନ୍ତି ନବୀନ ପଟ୍ଟନାୟକ । ଗୁରୁବାର ଭୁବନେଶ୍ବରରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଓଡ଼ିଶା ସରକାର ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ଓଡ଼ିଶାର ସାଧାରଣ ଜନତାଙ୍କ ଟଙ୍କାକୁ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ "ଶଙ୍ଖ" ବ୍ୟବହାର କରାଯାଉଛି । ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ପଟ୍ଟନାୟକ । ଆଚରଣ ବିଧି ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ । କେବଳ ନିର୍ବାଚନ ସମୟରେ ଯେ ନିର୍ବାଚନ କମିଶନରଙ୍କ କ୍ଷମତା ଅଛି ତାହା ନୁହେଁ, ନିର୍ବାଚନ ନଥିବା ସମୟରେ ବି ନିର୍ବାଚନ କମିଶନରଙ୍କ କାର୍ଯ୍ୟନୁଷ୍ଠାନ ନେବାର କ୍ଷମତା ରହିଛି । ସୁପ୍ରିମକୋର୍ଟ ଓ ନିର୍ବାଚନ କମିଶନଙ୍କୁ ଅବମାନନା କରୁଛନ୍ତି ବିଜେଡି ସରକାର । ବିଜେଡି ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆଗାମୀ ଦିନରେ କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନରଙ୍କୁ ଅବଗତ କରାଇବ ।

ଏହା ମଧ୍ୟ ପଢନ୍ତୁ... ତୁଳସୀ ଯାତ୍ରା ପାଇଁ କଂଗ୍ରେସର ପ୍ରସ୍ତୁତି, ଆସନ୍ତା ୧ରେ ଭୁବନେଶ୍ୱରରୁ ଶରଧା ବାଲି ଯିବ ଦଳ

ତା' ସହ ନବରଙ୍ଗପୁରରେ ଗୋଟିଏ କଲେଜରେ ନୂଆ ଭୋଟରଙ୍କ ଫର୍ମ ଫିଲପ୍ କରୁଥିବା ସମୟରେ ବିଜେଡ଼ି ଛାତ୍ର ନେତା ଓ କଲେଜ ପ୍ରିନ୍ସିପାଲଙ୍କ ଉପସ୍ଥିତ ରହି ପ୍ରଚ୍ଛଦ ପଟ୍ଟରେ ନବୀନ ଓ ବିଜୁ ଜନତା ଦଳର ଦଳୀୟ ଚିହ୍ନ ରଖିଛନ୍ତି । ଏହାର ଅର୍ଥ ବିଜେଡି ଦଳ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ବିଜୟ ପଟ୍ଟନାୟକ । ସେହିପରି ଅଧିକାଂଶ ବ୍ଲକସ୍ତରୀୟ ସରକାରୀ କାମରେ କୋଟି କୋଟି ଟଙ୍କାର କାର୍ଯ୍ୟକୁ ସିଧାସଳଖ ଜୁନିଅର ଇଞ୍ଜିନିୟର ମଧ୍ୟମରେ ଖର୍ଚ୍ଚ କରାଯାଉଛି । ଜେଇମାନଙ୍କ ନାଁରେ ୱାର୍କ ଅର୍ଡର ହେଉଛି ଏବଂ ପ୍ରକୃତରେ କାମ କରୁଛନ୍ତି ବିଜେଡ଼ି ନେତା । ମୁକ୍ତ ଓ ଅବାଧ ମାଧ୍ୟମରେ ଟେଣ୍ଡର ବ୍ୟବସ୍ଥା ହୋଇଥିଲେ ସେଚ୍ଛତା ଆସିଥାନ୍ତା କିନ୍ତୁ ଏହିଭଳି ଭାବେ ନିୟମ ଉଲ୍ଲଙ୍ଘନ କରି ବିଜେଡି ଦଳୀୟକର୍ମୀଙ୍କୁ ଫାଇଦା ଦେବାର ବ୍ୟବସ୍ଥା କରାଯାଉଛି । ନବୀନ ବାବୁ ଖୋଲାଖୋଲି ଭାବରେ ସରକାରୀ ଅର୍ଥ ଓ ସରକାରୀ କର୍ମଚାରୀଙ୍କୁ ନିଜ ଦଳୀୟ ଫାଇଦା ପାଇଁ ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ବିଜୟ ପଟ୍ଟନାୟକ । ଏହା ସମ୍ପୂର୍ଣ୍ଣ ନିୟମ ବିରୋଧି ତେଣୁ କଂଗ୍ରେସ ଦଳ ଏହା ବିରୁଦ୍ଧରେ ଆଗାମୀ ଦିନରେ ସ୍ୱର ଉତ୍ତୋଳନ କରିବ ଏବଂ ଏହା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଦାଲତର ଦ୍ବାରସ୍ଥ ହେବ । ଏହି ଅବସରର ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ପଞ୍ଚାନନ ଦାସ, ବି ଏନ ଆଚାର୍ଯ୍ୟ ଏବଂ ଉଦ୍ଧବ କର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.