ETV Bharat / state

7 ଦଫା ଦାବି ନେଇ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ

author img

By ETV Bharat Odisha Team

Published : Oct 17, 2023, 10:52 PM IST

7 ଦଫା ଦାବି ନେଇ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ
7 ଦଫା ଦାବି ନେଇ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ

ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନର । 7 ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି । ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ କଞ୍ଚା ପରିବା ବ୍ୟବସାୟ ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ସଂଘ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନର । 7 ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି । ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ କଞ୍ଚା ପରିବା ବ୍ୟବସାୟ ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ସଂଘ ।



ତେବେ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି, "ଶାରଦୀୟ ଦୁର୍ଗାପୂଜା ଅବସରରେ ୟୁନିଟ-୧ରେ ଏକ ଦୁର୍ଗା ପୂଜା ଆୟୋଜନ କରାଯାଉଛି । କିଛି ବ୍ୟବସାୟୀ ଓ ଆଖପାଖ ଲୋକେ ମିଳିତ ଭାବେ ଏହି ପୂଜାକୁ ଆୟୋଜନ କରୁଛନ୍ତି । କିନ୍ତୁ ପୂଜା ଲାଗି ଆଜିକୁ ୪ଦିନ ହେଲା ଏକ ନମ୍ବର ପରିବା ହାଟକୁ ପଡିଥିବା ମୁଖ୍ୟରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାକି ବେଆଇନ ବୋଲି ବିବେଚନା କରାଯାଉଛି । ଏହି ରାସ୍ତା ବନ୍ଦ ଯୋଗୁଁ ପରିବାର ହାଟକୁ ଗାଡିମୋଟର ଯିବା ଆସିବା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଏପରିକି ପରିବା ମହାସଂଘ ପକ୍ଷରୁ ସାମୟିକ ସମୟ ଲାଗି କଲୋନୀ ରାସ୍ତାରେ ଗାଡି ଯିବାଆସିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । କଲୋନୀ ରାସ୍ତା ଦେଇ ପରିବା ଗାଡି ଯିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ଯାହାକୁ ନେଇ ପରିବା ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଛନ୍ତି । ପୂଜାର ଗୋଟିଏ କିମ୍ବା ଦୁଇ ଦିନ ରାସ୍ତା ଅବରୋଧ କରି ଅନ୍ୟ ଦିନରେ ମାର୍କେଟ ରାସ୍ତାକୁ ଖୋଲା କରିବାକୁ ପୂଜା କମିଟିକୁ ଅନୁରୋଧ କରିଥିଲେ । ହେଲେ ପୂଜା କମିଟି ଏହାକୁ ପ୍ରତ୍ୟାଖାନ କରିବା ସହ ସେମାନଙ୍କୁ ଧମକଚମକ ଦେଉଛନ୍ତି । ଏନେଇ ସଂଘ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଅବଗତ କରିଥିଲା । ମାତ୍ର କିଛି ସୁଫଳ ମିଳିନାହିଁ । ସଂଘ ବିଏମସି ନିକଟରେ ମଧ୍ୟ ଦାବି ରଖିଛି । କିନ୍ତୁ ଏଦିଗରେ ବିଏମସି ପକ୍ଷରୁ କୌଣସି ସମାଧାନ କରାଯାଇନାହିଁ ।"

ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍-୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ତେଣୁ ଏହି ଏକମାତ୍ର ରାସ୍ତାରେ ବେଆଇନ୍ ଅବରୋଧ ସହ ପୂଜା ସମୟରେ ଲାଇଟ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି । ସେହିପରି ୟୁନିଟ୍-୧ ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ଏକନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତି ବିକ୍ରି ବନ୍ଦ ଆଦି ଦାବି କରିଛି ବ୍ୟବସାୟୀ ମହାଜନ ସଂଘ । ତେବେ ଦାବି ପୂରଣ ନହେଲେ ଆଗାମୀ 20 ତାଗିଖରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ ।


ଏହା ମଧ୍ୟ ପଢ଼ନ୍ତୁ.....ପ୍ରତିଶୃତି ଦେଲା BMC, ୬ ଦିନ ପରେ ଖୋଲିଲା ୟୁନିଟ-୧ ହାଟ


ସେପଟେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଳି ରାସ୍ତାକୁ ଅବରୋଧ କରାଯାଇ ଥିବା କଥାକୁ ଅସ୍ବୀକାର କରିଛି ୟୁନିଟ ୧ ଦୁର୍ଗାପୂଜା କମିଟି । ହାଟକୁ ୯ ଟି ରାସ୍ତା ସଂଯୋଗ କରୁଥିବା ବେଳେ ଟ୍ରକ ଯିବା ଆସିବା କରିବା ପାଇଁ ସ୍ବତନ୍ତ୍ର ଅଲଗା ଦୁଇଟି ରୂଟ ଦିଆଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଯେଉଁ ରୁଟକୁ ନେଇ ହାଟ ସଂଘ ପ୍ରତିକ୍ରିୟା ପ୍ରକାଶ କରିଛି ସେ ରାସ୍ତାରେ ପରିବା ଟ୍ରକ ଯିବା ଆସିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି କୁହାଯାଇଛି । ତେବେ ୨୦ ତାରିଖରୁ ହାଟ ବନ୍ଦ ପାଇଁ ସେମାନେ ଦାୟୀ ନୁହନ୍ତି ବୋଲି ଦୂର୍ଗାପୂଜା କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷେ ବିଏମସି କମିସନର ମଧ୍ୟ ଘଟଣାକୁ ତର୍ଜମା କରୁଛନ୍ତି ବୋଲି କହିଛନ୍ତି । ବର୍ତମାନ ହାଟ ବନ୍ଦ ଚ୍ୟାଲେଞ୍ଜକୁ ତୁରନ୍ତ ସାମଧାନ କରାଯିବ । ଏହାଛଡ଼ା ଭଗବାନପୁରରେ ହାଟ ପାଇଁ ଯେଉଁ ଯାଗା ପ୍ରଦାନ କରାଯାଇଛି ତାହାକୁ ମଧ୍ୟ ନଜରରେ ରଖି ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.