ETV Bharat / state

ଫେରିଲା ଶୀତ, ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ

author img

By ETV Bharat Odisha Team

Published : Dec 20, 2023, 8:49 PM IST

ଖସୁଛି ପାରଦ, ଥରୁଛି ଓଡିଶା
ଖସୁଛି ପାରଦ, ଥରୁଛି ଓଡିଶା

Cold wave to sweep Odisha: ରାଜ୍ୟରେ ଅନୁଭୂତ ହେଉଛି ହାଡଭଙ୍ଗା ଶୀତ । ୫ ଡ଼ିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିବା ସହର । ଅଧିକ ପଢନ୍ତୁ

ଖସୁଛି ପାରଦ, ଥରୁଛି ଓଡିଶା

ଭୁବନେଶ୍ବର: ରାଜ୍ୟରେ ବଢୁଛି ଶୀତ ଲହରୀ । ପାରଦର ସ୍ତର ହ୍ରାସ ପାଉଥିବା ବେଳେ ସକାଳେ ଓ ସନ୍ଧ୍ୟା ହେଲେ ଶୀତରେ ଥରୁଛି ରାଜ୍ୟ । ଶୀତ ପ୍ରକୋପକୁ ନେଇ ଜି.ଉଦୟଗିରିରେ ୫ ଡ଼ିଗ୍ରୀ ଛୁଇଁଥିବା ବେଳେ ରାଜ୍ୟର ସର୍ବନିମ୍ନ ସହର ଭାବେ ଏଠାରେ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ଟ୍ବିନ ସିଟିରେ ଚଳିତ ସିଜିନର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ୧୩ ଡ଼ିଗ୍ରୀ ରେକର୍ଡ ହୋଇଛି । ଏହି କ୍ରମରେ ୧୪ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା କମ ରାତ୍ରିର ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୭.୦ ଡିଗ୍ରୀ, ସୁନ୍ଦରଗଡର କିରେଇରେ ୭.୫ ଡିଗ୍ରୀ, ରାଉରକେଲାରେ ୮.୬ ଡିଗ୍ରୀ, ଅନୁଗୋଳ ଓ କୋରାପୁଟରେ ୮.୦ ଡିଗ୍ରୀ ଓ ସିମିଳିଗୁଡ଼ାରେ ୮.୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ରାଜ୍ୟରେ ବର୍ତ୍ତମାନ ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ତାପମାତ୍ରାରେ କୌଣସି ବୃଦ୍ଧିର ସମ୍ଭାବନା ମଧ୍ୟ ନାହିଁ । ତେଣୁ ରାଜ୍ୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡ଼ିଶାର ଭୀଷଣ ଶୀତର ପ୍ରକୋପ ସହ କେତେକ ଘନ କୁହୁଡି ବି ଦୃଶ୍ୟମାନ ହେଉଛି । ରାଜ୍ୟରେ ସମସ୍ତ ସ୍ଥାନରେ ଶୁଖିଲା ପାଗ ରହିଛି । ତେବେ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡା, କୋରାପୁଟ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଶୀତ, କିରେଇରେ ସର୍ବନିମ୍ନ ୮.୩ ତାପମାତ୍ରା

ବିଶେଷ କରି ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, କଳାହାଣ୍ଡି ଭଳି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ମଧ୍ୟରେ ଆଭ୍ୟନ୍ତରଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ୫ ଦିନଯାଏ ପାଗ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୩ ଓ ୨୪ ତାରିଖ ପରେ ସର୍ବନିମ୍ନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ର ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.