ETV Bharat / state

କମିବ ତାପମାତ୍ରା ଥରିବ ଓଡିଶା

author img

By ETV Bharat Odisha Team

Published : Jan 12, 2024, 10:34 PM IST

Updated : Jan 12, 2024, 10:53 PM IST

କମିବ ତାପମାତ୍ରା ଥରିବ ଓଡିଶା
କମିବ ତାପମାତ୍ରା ଥରିବ ଓଡିଶା

Odisha Weather Update: ଆଗମୀ ପାଞ୍ଚ ଦିନ ଯାଏଁ ପାଗ ଶୁଖିଲା ରହିବା ସହଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

କମିବ ତାପମାତ୍ରା ଥରିବ ଓଡିଶା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ ଅର୍ଥାତ କୁହୁଡି ହଟିବ ଶୀତ ବଢିବ । କମିବ ଦିନ ତାପମାତ୍ରା । ଉପାନ୍ତରୁ ଉପକୂଳ ସବୁଠି ଦେଖାଯିବା ଏଭଳି ପାଗ । ତେବେ ବର୍ତ୍ତମାନ ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା ରହିଥିବା ବେଳେ ୨ ଦିନ ପାଗରେ ପରିବର୍ତ୍ତନ ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା,ପୁରୀ ,ନୟାଗଡ , ଗଞ୍ଜାମ,ଗଜପତି କୋରାପୁଟ କନ୍ଧମାଳ କଟକ କଳାହାଣ୍ଡି ଅନୁଗୁଳ ଢେଙ୍କାନାଳ ଏହି ୧୧ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ସାଧାରଣ ତାପମାତ୍ରା ଠାରୁ ୨ ଡିଗ୍ରୀ ଅଧିକ ରହିଥିଲା ।

ସେହିପରି ଆସନ୍ତାକାଲି ମଧ୍ୟ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତକାଲି ରାଜଧାନୀ, କଟକ,କଳାହାଣ୍ଡି ଓ ସୋନପୁର ଘନ କୁହୁଡି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଉପୁଜିଥିଲା । ଆସନ୍ତାକାଲି ପର୍ଯ୍ୟନ୍ତ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ । ଆଗକୁ ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ....ଜାଡ ମାଡରେ ଥରିବ ଓଡିଶା, ପୁଣି ହେବ ହାଡଭଙ୍ଗା ଶୀତ

ଏନେଇ ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା । ସେହିପରି କୋରାପୁଟ ଓ କିରେଇରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି," ଆଗାମୀ ପାଞ୍ଚ ଦିନ ଭିତରେ ପାଗ ଶୁଖିଲା ରହିବ । ଏହା ପରେ ୧୭ ଏବଂ ୧୮ ତାରିଖ ପରେ କିଛି ସ୍ଥାନରେ ବର୍ଷା ହୋଇପାରେ । "

ଇଟିଭି ଭାରତ ,ଭୁବନେଶ୍ୱର

Last Updated :Jan 12, 2024, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.