ETV Bharat / state

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପୁରସ୍କାର ୨୦୨୩ ସମାରୋହ, 388 କ୍ରୀଡ଼ାବିତ ପୁରସ୍କୃତ

author img

By ETV Bharat Odisha Team

Published : Aug 29, 2023, 10:52 PM IST

Etv Bharat
Etv Bharat

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପୁରସ୍କାର ୨୦୨୩ ସମାରୋହ ଅନୁଷ୍ଠିତ । ସାଇକ୍ଲିଷ୍ଟ ସ୍ଵସ୍ତି ସିଂଙ୍କୁ ଆଉଟ ଷ୍ଟାଣ୍ଡିଂ ପରଫରମାନ୍ସ ଆୱାର୍ଡ । ଅଧିକ ପଢନ୍ତୁ

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପୁରସ୍କାର ୨୦୨୩ ସମାରୋହ

ଭୁବନେଶ୍ବର: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ରାଜଧାନୀ ଭୁବନେଶ୍ବରର ଲୋକସେବା ଭବନ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଆୱାର୍ଡ ପ୍ରଦାନ କରିଛନ୍ତି । ସାଇକ୍ଲିଷ୍ଟ ସ୍ଵସ୍ତି ସିଂଙ୍କୁ ଆଉଟ ଷ୍ଟାଣ୍ଡିଂ ପରଫରମାନ୍ସ ଆୱାର୍ଡ, ଆରପି ସିଂ ଏବଂ ପିଟର ତୀର୍କିଙ୍କୁ ଲାଇଫଟାଇମ ଆର୍ଚିଭମେଣ୍ଟ ଆୱାର୍ଡ, ଦୀପ ରଞ୍ଜନ ବିଶୋଇଙ୍କୁ ଶ୍ରେଷ୍ଠ ପାରା ସ୍ପୋର୍ଟ୍ସ ଖେଳାଳି ଆଦି ପ୍ରଦାନ କରାଯାଇଛି ।

ଏହାସହ 388 ଜଣ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଦିବଙ୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ବାଇଁଙ୍କୁ ପୁରସ୍କାର ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କ ପରିବାର ସଦସ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ସରୋଜ ଦାସଙ୍କ ପାଇଁ ତାଙ୍କ ପିତା ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଗ୍ରହଣ କରିଥିଲେ । ସାଇକେଲ ଚାଳିକା ସ୍ବସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି । ଏହାସହ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଲାଗି ସ୍ବସ୍ତିଙ୍କୁ ୨ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ- National Sports Day: ସବୁ ବର୍ଗର ଲୋକଙ୍କୁ ଏକାଠି କଲା ସାଇକ୍ଲିଂ ମାରାଥନ

ସେହିପରି ଦୀପ ରଞ୍ଜନ ବିଷୋୟୀଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ପୁରସ୍କାର ମିଳିଥିବା ବେଳେ ଉଦୀୟମାନ କ୍ରୀଡ଼ାବିତ ଭାବେ ସବିତା ଟପ୍ପୋ, ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ବତନ୍ତ୍ର କ୍ରୀଡ଼ା ପୁରସ୍କାର, ପିଟର ତିର୍କୀଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର ଏବଂ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର ସହ ୩ ଲକ୍ଷ ଆର୍ଥିକ ପୁରସ୍କାର ଦିଆଯାଇଛି । କ୍ରୀଡ଼ା ସାମ୍ବାଦିକ ଅଜୟ ଦାସଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ । ରାଜ୍ୟରେ ଖେଳକୁ ପ୍ରାଧାନ୍ୟ ଦେବା ପାଇଁ କହିଛନ୍ତି ଖେଳ ସଚିବ । ଓଡ଼ିଶାର ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.