ETV Bharat / state

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ, ୩୪୯ ନୂଆ ଆମ୍ବୁଲାନ୍ସ ଓ ମଡ୍ୟୁଲାର ଓଟି ଲୋକାର୍ପିତ

author img

By ETV Bharat Odisha Team

Published : Nov 18, 2023, 9:15 PM IST

349 new ambulance
349 new ambulance

ରାଜ୍ୟର ସ୍ବାସ୍ଥ୍ୟକ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ୩୪୯ ନୂଆ ଆମ୍ବୁଲାନ୍ସ ଓ ମଡ୍ୟୁଲାର ଓଟି ଲୋକାର୍ପିତ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ । ଆଜି (ଶନିବାର) ସ୍ବାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମରେ ରାଜ୍ୟ ସରକାର ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ଲାଗି ଲୋକାର୍ପଣ କରିଛନ୍ତି । ଏହା ସହ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହୋଇଛି ମଡ୍ୟୁଲାର ଓଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ଆମ୍ବୁଲାନ୍ସ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ । ତେବେ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି । ବାକି ୭୦କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ।"

ଏହା ବି ପଢନ୍ତୁ- ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ କେନ୍ଦ୍ରୀୟ ସହାୟତାର ଟିକିନିଖି ହିସାବ ଦେଲେ ଧର୍ମେନ୍ଦ୍ର

ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗାଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତର କରାଯିବ ।

ଏହା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୂରଣରେ ସହାୟକ ହେବ । କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠିରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବରେ କୋରିଆନ ସିଟରେ ତିଆରି ହୋଇଛି । ଏଥିରେ ସମସ୍ତ ସରଞ୍ଜାମ ଅତ୍ୟାଧୁନିକ ।

ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁଭଳି ଭାବରେ ରୁମରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି । ରୁମର ଅଟୋମେଟିକ୍ ଟେମ୍ପ୍ରେଚର୍ ପରିବର୍ତ୍ତନର ବ୍ୟବସ୍ଥା ରହିଛି । ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲିଡି ସହିତ ସଂଯୋଗ କରାଯାଇଛି। ଏହା ସତ୍ତ୍ବେ ବି ସମସ୍ତ କାର୍ଯ୍ୟ ସ୍କାନରରେ ପରିଚାଳିତ ହେବ । ତେବେ ଏନେଇ ସମସ୍ତ ପ୍ୟାନେଲ ଆସିଛି କୋରିଆରୁ ଓ କଣ୍ଟ୍ରୋଲ ପ୍ୟାନେଲ ୟୁକେରୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.