ETV Bharat / city

ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ କେନ୍ଦ୍ରୀୟ ସହାୟତାର ଟିକିନିଖି ହିସାବ ଦେଲେ ଧର୍ମେନ୍ଦ୍ର

author img

By

Published : Aug 23, 2020, 8:25 PM IST

ଓଡିଶା ସମେତ ଦେଶରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦି ସରକାର ଗୁରୁତ୍ବ ଦେଉଛନ୍ତି । ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଅଧିକ ଖବର ପଢନ୍ତୁ...

ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ କେନ୍ଦ୍ରୀୟ ସହାୟତାର ଟିକିନିଖି ହିସାବ ଦେଲେ ଧର୍ମେନ୍ଦ୍ର
ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ କେନ୍ଦ୍ରୀୟ ସହାୟତାର ଟିକିନିଖି ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡିଶା ସମେତ ଦେଶରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦି ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ କଲେଜ ନିର୍ମାଣ କରିବାର କାମ ଆରମ୍ଭ କରି ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

"ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦି ସରକାର ଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତିବର୍ଷ ଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି । ଚଳିତ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍ ବ୍ୟୟବରାଦ ମୋଦି ସରକାରଙ୍କ ସ୍ବାସ୍ଥ୍ୟସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି"।

"୨୦୨୦-୨୧ ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୬୯ ହଜାର କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି । ଏହା ୨୦୧୦-୧୧ ପାଇଁ ବଜେଟରେ ବ୍ୟୟବରାଦ ହୋଇଥିବା ୨୨,୩୦୦ କୋଟି ଟଙ୍କାର ପ୍ରାୟ ତିନିଗୁଣା ଅଧିକ । ସେ କହିଛନ୍ତି ଯେ, ମୋଦି ସରକାର ରୋଗ ପ୍ରତିରୋଧକ ଏବଂ କମ ମୂଲ୍ୟରେ ସ୍ବାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ର ପ୍ରତି ଆଭିମୁଖ୍ୟ ଗ୍ରହଣ କରି ସ୍ବାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୀ ପରିଯୋଜନା(ପିଏମ ବିଜେପି) କମ ମୂଲ୍ୟରେ ଜେନେରିକ୍ ଔଷଧ ଯୋଗାଇ ସ୍ବାସ୍ଥ୍ୟସେବାର ମୂଲ୍ୟକୁ ହ୍ରାସ କରିପାରିଛି । ଦେଶରେ ୫୦୦୦ ଜନୌଷଧୀ କେନ୍ଦ୍ର ଗୁଡ଼ିକରେ ୮୦୦ରୁ ଅଧିକ ପ୍ରକାରର ଜେନେରିକ୍ ଔଷଧ ଉପଲବ୍ଧ ଥିବାବେଳେ ଓଡ଼ିଶାର ଥିବା ଏହି ୧୯୮ କେନ୍ଦ୍ର ଦ୍ବାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି" ।

"ଏହାସହ ଗରିବଙ୍କ ପାଇଁ ମେଡ଼ିକାଲ ଉପକରଣ ଗୁଡ଼ିକର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି । ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଅପରପକ୍ଷରେ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ସାରାଦେଶର ୫୨୮ ଜିଲ୍ଲାର ୩.୧୫ କୋଟିରୁ ଊର୍ଦ୍ଧ୍ବ ଶିଶୁ ଏବଂ ୮୦ ଲକ୍ଷ ଗର୍ଭବତୀ ମହିଳାଙ୍କ ଟୀକାକରଣକୁ ସୁନିଶ୍ଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫.୧୮ ଲକ୍ଷରୁ ଅଧିକ ଶିଶୁ ଏବଂ ୧.୪୪ ଲକ୍ଷ ଗର୍ଭବତୀ ମହିଳାଙ୍କ ଟୀକାକରଣ କରାଯାଇଛି "।

ସେହିପରି "ଭୁବନେଶ୍ବର ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପାଇଁ ଓଡ଼ିଶା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଚିରକୃତଜ୍ଞ ରହିବ । ତାଙ୍କର ଦୂରଦୃଷ୍ଟିକୁ ଆଗେଇ ନେବା ପାଇଁ ମୋଦି ସରକାର ପ୍ରତି ରାଜ୍ୟରେ ଏମ୍ସ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରୁଛନ୍ତି । କୋଭିଡ-୧୯ ପାଇଁ ମୋଦି ସରକାରଙ୍କ ନିରନ୍ତର ସ୍ବାସ୍ଥ୍ୟସେବା ସୁବିଧାକୁ ଅଧିକ ଉନ୍ନତ କରିବା ପାଇଁ ସହାୟକ ହୋଇଛି । କୋରୋନା ଭାଇରସର ପ୍ରାରମ୍ଭରେ ଦେଶରେ ଗୋଟିଏ କୋଭିଡ୍ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୫୦୦ ଟି ଲ୍ୟାବ୍ ସ୍ଥାପନ କରାଯାଇ ଦୈନିକ ୧୦ ଲକ୍ଷ ପରୀକ୍ଷା କରାଯାଉଛି । କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ ବିରୋଧୀ ଲଢେଇରେ ଦେଶକୁ ଏକାଠି କରି ଏହାକୁ ଜନକୈନ୍ଦ୍ରିକ କରିପାରିଛନ୍ତି "।

" କେବଳ ସେତିକି ନୁହେଁ ଏହି ଉଦ୍ୟମରେ ‘ଯୋଗ’ ବିଶ୍ବବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ପାରମ୍ପରିକ ‘ଆୟୁର୍ବେଦ ପ୍ରଣାଳୀ’ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ତଥା କୋରୋନା ରୋଗୀ ସୁସ୍ଥ ହେବା ପରେ ସହାୟକ ହୋଇଛି। ଯେତେବେଳେ ଅନେକ ଦେଶ ଏକାସାଙ୍ଗରେ “ଟିକା ଜାତୀୟତାବାଦ”ର ପ୍ରଚାର କରୁଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ “ବସୁଧୈବ କୁଟୁମ୍ବକମ୍‌”ର ଅନୁସରଣ କରି ପଡୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ଦେଶକୁ ଔଷଧ ଏବଂ କିଟ୍ ଯୋଗାଇ ମହାମାରୀ ବିରୋଧୀ ଲଢେଇରେ ସାହାଯ୍ୟ କରିପାରିଛି" ବୋଲି ଟ୍ବିଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.