ETV Bharat / state

ପରିବେଶ ସୁରକ୍ଷା ଚିନ୍ତା: ବିନା ପ୍ଲାଷ୍ଟିକ ବ୍ୟବହାରରେ ପିକନିକ୍ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ

author img

By ETV Bharat Odisha Team

Published : Dec 25, 2023, 8:29 AM IST

Appeals For Plastic-Free Picnic Across Odisha
Appeals For Plastic-Free Picnic Across Odisha

Chief Secretary Appeals For Plastic-Free Picnic: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଆହ୍ୱାନ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶ । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି । ସେହିପରି ପରିବେଶ ପ୍ରେମୀ ଜନସାଧାରଣ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।

ତେବେ ଏହା ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ “ୟୁଥ୍ ଫର୍ ୱାଟର” ର ଉଦ୍ୟମ ପାଇଁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । କାରଣ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜିର ଆହ୍ୱାନ, ଏହା କେବଳ ଆମର ପରିବେଶକୁ ସବୁଜ ଏବଂ ସୁସ୍ଥ ରଖିବାରେ ସୁନିଶ୍ଚିତ କରେ ନାହିଁ । ବରଂ ଆମର ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏହି ଧାରାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ବୋଲି କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଦୀପ କୁମାର ଜେନା ଆହୁରି ମଧ୍ୟ କହିଛନ୍ତି, "ପ୍ରକୃତି ଆମକୁ ପରିବେଶରୁ ଅନେକ ସେବା ପ୍ରଦାନ କରିଥାଏ । ତେଣୁ ପ୍ରକୃତି ମାତାଙ୍କ ରକ୍ଷକ ଭାବରେ ତାଙ୍କର ଯତ୍ନ ନେବା ଆମର ଦାୟିତ୍ବ। ଯଦି ଆଗାମୀ ଖ୍ରୀଷ୍ଟମାସ ଓ ନୂଆବର୍ଷ ଅବସରରେ ଯେତେବେଳେ ପର୍ଯ୍ୟଟକ, ଯୁବବର୍ଗ ତଥା ଜନସାଧାରଣ ପ୍ରକୃତିର ଶାନ୍ତ ଓ କମନୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ପ୍ରାକୃତିକ ସ୍ଥାନ ବା ପର୍ଯ୍ୟଟନ ସ୍ଥଳକୁ ଯାଇଥାନ୍ତି ।" ତେଣୁ ଯଥାସମ୍ଭବ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ନେବାକୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପାରାଦ୍ୱୀପରେ ପଲିଥିନ ବ୍ୟାନ; ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସେହିପରି ଥରେ ମାତ୍ର ବ୍ୟବହାର ଯୋଗ୍ୟ ବା ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ମାଟିର ମିଶିପାରୁଥିବା ବା ଜୈବ ବିଘଟନ ହୋଇପାରୁଥିବା ଭଳି ପାତ୍ରରେ ପ୍ରସ୍ତୁତ ପ୍ଲେଟ୍ ଏବଂ କପ୍ ଭଳି ସବୁଜ ସାମଗ୍ରୀ ବ୍ୟବହାର କରିବା ସହ ବ୍ୟବହାର ପରେ ପିକନିକ୍ ସ୍ପଟ୍ ସଫା କରିବାକୁ ନଭୁଲିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ପିକନିକ୍ ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା, ଜାଗାକୁ ଅଳିଆ ଆବର୍ଜନା ମୁକ୍ତ ରଖିବାକୁ ସେ ଦୋହରାଇଛନ୍ତି । ସମସ୍ତଙ୍କୁ ଗ୍ରୀନ୍ ପିକନିକ୍ ଆମ୍ବାସାଡର ହେବା ଏବଂ ଏହି ବାର୍ତ୍ତାକୁ ସମସ୍ତ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ସେ ଆଗାମୀ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.