ETV Bharat / state

ପାରାଦ୍ୱୀପରେ ପଲିଥିନ ବ୍ୟାନ; ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Dec 14, 2023, 8:25 AM IST

Updated : Dec 14, 2023, 2:23 PM IST

Polythene Ban in Paradip: ପାରାଦ୍ୱୀପରେ ଥିବା ପର୍ଯ୍ୟଟନ ସ୍ଥଳୀରେ ପଲିଥିନ ବ୍ୟାନ ଉପରେ କଟକଣା । ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ ପଲିଥିନ ବ୍ୟାନ
ପାରାଦ୍ୱୀପରେ ପଲିଥିନ ବ୍ୟାନ

ପାରାଦ୍ୱୀପରେ ପଲିଥିନ ବ୍ୟାନ

ପାରାଦ୍ୱୀପ: ପଲିଥିନ ମୁକ୍ତ ହେବ ପାରାଦ୍ବୀପ ସହର । ପାରାଦ୍ବୀପରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପଲିଥିନ ବ୍ୟବହାର ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛି ପୌର ପ୍ରଶାସନ । ଡିସେମ୍ବରରୁ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହ ଦିନକୁ ଦିନ ପାରାଦ୍ୱୀପରେ ପର୍ଯ୍ୟଟକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବିଶେଷ ଭାବରେ ସମୁଦ୍ର ଉପକୂଳ, ବିସ୍ତିର୍ଣ୍ଣ ବାଲୁକାରାଶି ସମେତ ନେହୁରୁ ବଙ୍ଗଳା ନିକଟରେ ଥିବା ମହାନଦୀ ମୁହାଁଣରେ ପର୍ଯ୍ୟଟକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏପରିସ୍ଥଳେ ପର୍ଯ୍ୟଟକଙ୍କୁ ଭଲ ଅନୁଭୂତି ଦେବା ପାଇଁ ସହର ସମେତ ପର୍ଯ୍ୟଟନସ୍ଥଳୀ ଗୁଡିକୁ ପଲିଥିନ ମୁକ୍ତ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଏହି ନିଷତ୍ତି ନିଆଯାଇଛି ।

ବିଶେଷକରି ପର୍ଯ୍ୟଟକମାନେ ନେହୁର ବଙ୍ଗଳାକୁ ବଣଭୋଜି କରିବା ପାଇଁ ଆସିବା ସମୟରେ ଅତ୍ୟଧିକ ପଲିଥିନ ବ୍ୟବହାର କରିଥାଆନ୍ତି । କୁଢ଼ କୁଢ଼ ପଲିଥିନ ପଡିବା ଯୋଗୁଁ ସମୁଦ୍ର ବେଳାଭୂମି ସହିତ ମହାନଦୀ ମୁହାଣ ପ୍ରଦୂଷିତ ହୋଇଥାଏ । ଚଳିତ ବର୍ଷ ପାରାଦ୍ୱୀପ ପୌର ପ୍ରଶାସନ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏହାର ବ୍ୟବହାର ଉପରେ କଟକଣା ଲଗାଇଛି । ଯେଉଁ ପର୍ଯ୍ୟଟକ ବଣଭୋଜି ପାଇଁ ପଲିଥିନ ବ୍ୟବହାର କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ସହରରେ ମଧ୍ୟ ପଲିଥିନ ବିକ୍ରି ଉପରେ ପୌର ପ୍ରଶାସନ ନଜର ରଖିବ । ପଲିଥିନ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Ban Plastic: ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ବନ୍ଦ ନେଇ ବାଲୁକା କଳା

ବୁଧବାର ପାରାଦ୍ବୀପ ପୌର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ କହିଛନ୍ତି ଯେ, ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ପ୍ରତ୍ୟେକ ବର୍ଷ ହଜାର ହଜାର ପର୍ଯ୍ୟଟକ ପାରାଦ୍ୱୀପ ଆସିଥାଆନ୍ତି । ମହାନଦୀ ମୁହାଣ ଓ ନେହୁରୁ ବଙ୍ଗଳା ନିକଟରେ ଥିବା ଜଙ୍ଗଲରେ ବଣଭୋଜି କରିବା ପାଇଁ ଲୋକଙ୍କ ସୁଅ ଛୁଟିଥାଏ । ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପୌର ପ୍ରଶାସନ ପକ୍ଷରୁ ପାନୀୟ ଜଳ ଅସ୍ଥାୟୀ ଶୌଚାଳୟ ଆଦି ଖୋଲା ଯାଇଛି । ପାରାଦ୍ୱୀପ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ସେଥିରେ ସହଯୋଗ କରିବା ପାଇଁ ସେ ପର୍ଯ୍ୟଟକମାନଙ୍କୁ ନିବେଦନ କରିଛନ୍ତି । ପାରାଦ୍ୱୀପ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ପୌର ପ୍ରଶାସନର ଏହି ନିଷ୍ପତ୍ତିକୁ ପାରାଦ୍ୱୀପବାସୀ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Dec 14, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.