ETV Bharat / state

ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର, 2 ଗୁରୁତର

author img

By ETV Bharat Odisha Team

Published : Nov 1, 2023, 8:40 AM IST

ଭୁବନେଶ୍ବର ପାୱାର ହାଉସ ଛକରେ ଏକ ବାଇକକୁ ଧକ୍କା ଦେଇଛି କାର ଫଳରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

car hits bike near power house chowk
ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର

ଭୁବନେଶ୍ବର: ରାଜଧାନୀ ପାଓ୍ବାର‌ ହାଉସ ଛକରେ ଏକ ଛାତିଥରା ଦୁର୍ଘଟଣା ଘଟିଛି । ଟ୍ରାଫିକ ପୋଷ୍ଟରେ ମାଡ଼ିଗଲା ରେଞ୍ଜ ରୋଭର କାର । ଏକ ବାଇକକୁ କାର ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ସହ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତରଣ କରଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ ଥାନାକୁ ନେଇଥିବା ସୂଚନା ମିଳିଛି ।

କ୍ଯାପିଟାଲ ଥାନା ପାୱାର ହାଉସ ଛକରେ ଜନଗଳଳିପୂର୍ଣ୍ଣ ସ୍ଥାନରେ ଏକ ବାଇକକୁ ଧକ୍କା ଦେଇଛି କାର । ଦୁର୍ଘଟଣାରେ ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ରହିଛନ୍ତି । ପୁରୁଷ ଜଣକ କଳିଙ୍ଗ ବିହାର ଅଞ୍ଚଳର କାହ୍ନୁଚରଣ ଓ ମହିଳା ଜଣକ ଲୋପାମୁଦ୍ରା ସାହୁ ବୋଲି ଜଣାପଡିଛି । କାହ୍ନୁଙ୍କର ଗୋଡ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଛି । ମହିଳାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି । ପୋଲିସ କାର ଜବତ କରି ମାମଲା ରୁଜୁ କରିଛି ।

ସୂଚନାଅନୁସାରେ, ଭୁବନେଶ୍ବର ପାୱାର ହାଉସ ଛକରେ ୧୨୦ ବାଟାଲିୟନ ପଟୁ ଏକ ରେଞ୍ଜ ରୋଭର କାରଟି ଟ୍ରାଫିକ ପାଖରେ ପହଞ୍ଚିଥିଲା । ସେହି ସମୟରେ ଡିଏଭି 8 ନମ୍ବର ପଟୁ ଏକ ବାଇକ ଟ୍ରାଫିକ ସିଗନାଲ ଅତିକ୍ରମ କରୁଥିବାବେଳେ କାରଟି ଦ୍ରୁତ ଗତିରେ ଯାଇ ବାଇକକୁ ଧକ୍କା ଦେଇଥିଲା । କାରଟି ଏକ ଘରୋଇ କମ୍ପାନୀର ବୋଲି ଜଣାପଡିଛି । ସେଥିରେ କେବଳ ଡ୍ରାଇଭର ଥିଲେ । ପୋଲିସ କାର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

ଏହା ବି ପଢନ୍ତୁ...ଦଶହରା ଦେଖି ଫେରିବା ବେଳେ 2 ବାଇକ ମୁହାଁମୁହିଁ ଧକ୍କା, 4 ମୃତ

ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ସଡକ ଦୁର୍ଘଟଣା ବୃଦ୍ଧି ଚିନ୍ତାର କାରଣ ହୋଇଛି । ପ୍ରାୟ ସମୟରେ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିବା ଖବର ମିଳୁଛି । ନିକଟରେ ନୂଆପଡାରେ ଦଶହାର ଦେଖିବାକ ଫେରୁଥିବାବେଳେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟି 4ଜଣଙ୍କର ମୃତ୍ୟୁ ହୋଇଥିଲା । ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ 2021 ତୁଳନାରେ 2022ରେ ଓଡିଶାରେ ସଡକ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ବଢିଛି । 2022ରେ 11,663 ଦୁର୍ଘଟଣା ହୋଇଥିବା ରେକର୍ଡ କରାଯାଇଛି । 2018ରୁ 2022 ମଧ୍ୟରେ ଓଡିଶାରେ 5 ହଜାର ଲୋକଙ୍କ ଜୀବନ ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.