ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ବଢ଼ିବ ଡେଙ୍ଗୁ ବେଡ୍‌ ସଂଖ୍ୟା

author img

By

Published : Aug 2, 2023, 8:49 PM IST

dengue cases in bhubaneswar
ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି

କ୍ୟାପିଟାଲ ହସ୍ପିଟାଲରେ ବଢ଼ିବ ଡେଙ୍ଗୁ ବେଡ୍‌ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍ଵତନ୍ତ୍ର ବେଡ଼ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ବେଡ ସଂଖ୍ୟା ବଢ଼ିବ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ଵତନ୍ତ୍ର ବେଡ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ ହସ୍ପିଟାଲ । ପୂର୍ବରୁ ଏଠାରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ସ୍ଵତନ୍ତ୍ର ବେଡ୍‌ ଥିବା ବେଳେ ଖୁବଶୀଘ୍ର ଆଉ ୨୦ ବେଡ୍‌ ବଢ଼ାଇ ୭୦ରେ ପହଞ୍ଚାଇବାକୁ ଯୋଜନା କରାଯାଇଛି ।

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ୨୦ରୁ ୨୫ ଜଣ ଡେଙ୍ଗୁ ରୋଗୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ୮ରୁ ୧୦ ଜଣ ରୋଗୀଙ୍କୁ ହସ୍ପିଟାରେ ଭର୍ତ୍ତି କରାଯାଉଛି । ବର୍ତ୍ତମାନ ୩୮ ଜଣ ରୋଗୀ ବେଡ୍‌ରେ ଆଡମିଶନ ହୋଇ ଚିକିତ୍ସିତ ହେଉଛନ୍ତି । ଯେଉଁ ରୋଗୀଙ୍କ ପ୍ଲେଟ୍‌ଲେଟ୍‌ ସଂଖ୍ୟା ୩୦ ହଜାର ତଳକୁ ରହୁଛି, ସେମାନଙ୍କୁ ପ୍ଲେଟ୍‌ଲେଟ୍‌ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୨୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।
ଏହା ମଧ୍ୟ ପଢ଼ନ୍ତୁ: ନବଜାତକୁ ମା’ ଛେଉଣ୍ଡ କଲା ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଆଖି ବୁଜିଲେ ମହିଳା

ସୂଚନା ଅନୁଯାୟୀ, ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ଚିକିତ୍ସାଧିନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି । ଏପଟେ ରାଜଧାନୀରେ ଡେଙ୍ଗୁ ମୁକାବିଲାରେ ଫେଲ୍‌ ମାରିଛି ବିଏମ୍‌ସି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହି ସଂଖ୍ୟା ୪୫୦ ପାର କରିଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଜଣେ ପ୍ରସୂତି ମହିଳା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ଜୁଲାଇ ମାସ ୨୩ ତାରିଖରେ ଜଣେ ୭ ବର୍ଷୀୟ ଝିଅର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଡେଙ୍ଗୁ ରୋଗୀ ବିଶେଷ କରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ସମେତ ଅନେକ ବସ୍ତି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ନୟାପଲ୍ଲୀ, ଆଚାର୍ଯ୍ୟ ବିହାର ହଟସ୍ପଟ ଚିହ୍ନଟ ହୋଇଛି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଡାକ୍ତରଙ୍କ ସମେତ ଅଙ୍ଗନବାଡ଼ି, ଆଶାକର୍ମୀ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀ ଘରଘର ବୁଲି ସର୍ଭେ କରିବା ସହିତ ଲୋକଙ୍କୁ ସଚେତନ କରୁଛନ୍ତି । ସେହିପରି ପ୍ରଶାସନ ପକ୍ଷରୁ ହଟ୍‌ସ୍ପଟ୍‌ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଧୂଆଁ ସ୍ପ୍ରେ କରାଯିବା ସହିତ ଲାର୍ଭା ନଷ୍ଟ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.