ETV Bharat / state

DOT FEST: ଶେଷଦିନରେ ଯୋଗଦେଲେ ସୁଖବିନ୍ଦର, ଓଡ଼ିଶାକୁ ପ୍ରଶଂସାରେ ପୋତିଲେ

author img

By

Published : Jan 24, 2023, 9:42 PM IST

Sukhwinder Singh
Sukhwinder Singh

ଆଜି ଡଟ ଫେଷ୍ଟର ଶେଷ ଦନ ହୋଇଥିବା ବେଳେ ଉତ୍ସବରେ ଚାରଚାନ୍ଦ ଲଗାଇବାକୁ ପହଞ୍ଚିଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ସୁଖବିନ୍ଦର ସିଂ । ସେ ରାଜ୍ୟବାସୀଙ୍କ କ୍ରୀଡ଼ା ମନୋଭାବକୁ ବେଶ ପସନ୍ଦ କରିଥିବା ସହ ଏପରି ଖେଳି ଦେଶକୁ ଗର୍ବିତ କରିବାକୁ କହିଛନ୍ତି । ଅଧିକ ପଢନ୍ତୁ

DOT FEST: ଶେଷ ଦିନରେ ଯୋଗଦେଲେ ସୁଖବିନ୍ଦର, ଓଡ଼ିଶାକୁ ପ୍ରଶଂସାରେ ପୋତିଲେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡଟ ଫେଷ୍ଟର ଦଶମ ଦିନ ବା ଶେଷ ଦିନରେ ଦର୍ଶକଙ୍କୁ ମତୁଆଲା କରିବେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସୁଖବିନ୍ଦର ସିଂ । ମଙ୍ଗଳବାର ଡଟ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିମାନବନ୍ଦରରେ ସୁଖବିନ୍ଦର ପହଞ୍ଚି ଓଡ଼ିଶାକୁ ପ୍ରଶଂସାରେ ପୋତିଛନ୍ତି । ଓଡ଼ିଶା ହକିର ହବ୍‌ ପାଲଟିଛି । ଏହି ରାଜ୍ୟବାସୀଙ୍କ ମନରେ କ୍ରୀଡ଼ା ମନୋଭାବ ଭରି ରହିଛି । ଏହିପରି ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କରୁ ବୋଲି କହିଛନ୍ତି ସୁଖବିନ୍ଦର ।

ରାଜଧାନୀ ଭୁବନେଶ୍ବରରେ ଡଟ ଫେଷ୍ଟର ଭରପୁର ମଜା ନେଉଛନ୍ତି ରାଜଧାନୀବାସୀ । ସନ୍ଧ୍ୟା ହେଲେ ଜମୁଛି ଦର୍ଶକଙ୍କ ପ୍ରବଳ ଭିଡ଼ । ନିଜ ମନ ପସନ୍ଦର କଳାକାରଙ୍କ କଣ୍ଠରେ ଗୀତରେ ଝୁମୁଛନ୍ତି ଦର୍ଶକ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଚାରଚାନ୍ଦ ଲଗାଇବାକୁ ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ ସୁଖବିନ୍ଦର । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଓଡ଼ିଶାକୁ ଢେର୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ବିଶ୍ବକପ୍ ହକି ଆୟୋଜନ କରି ଓଡ଼ିଶା ବିଶ୍ବରେ ନାମ କମାଇଛି । ବହୁତ ଭଲ ଲାଗୁଛି । ଏଠାକୁ ଆଜି ଗୀତ ଗାଇବାକୁ ଆସିଛି। ପୂର୍ବରୁ ରାଉରକେଲାରେ ଆୟୋଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଓଡ଼ିଶାରେ ଖେଳ ପ୍ରତି ସମସ୍ତଙ୍କର ଗଭୀର ମନୋଭାବ ରହିଛି। ଭାରତ ଜିନ୍ଦାବାଦ । ଓଡିଶା ଜିନ୍ଦାବାଦ । ଖେଳୁଥାଅ ।"

ଏହା ବି ପଢନ୍ତୁ- DoT Fest: ଜୁନିୟର ମହାଦେବନଙ୍କ ଗୀତରେ ନାଚିଲା ଭୁବନେଶ୍ୱର

ଏମିତି କହି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟକ ସୁଖବିନ୍ଦର ସିଂ। ଏପଟେ ଆଜି ରାଜଧାନୀ ଭୁବନେଶ୍ବରରେ ଡଟ ଫେଷ୍ଟର ଶେଷ ଦିନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି ପ୍ରସିଦ୍ଧ ବଲିଉଡ ଗାୟକ ସୁଖବିନ୍ଦର ସିଂ ଏବଂ ଅରୁଣିତାଙ୍କ ସମେତ ପୱନଦୀପ। ରାଜଧାନୀରେ ଆଜି ଶେଷ ଦିନ ଡଟ ଫେଷ୍ଟର। ଦୀର୍ଘ ଦିନ ଧରି ସନ୍ଧ୍ୟା ହେଲେ ରାଜଧାନୀରେ ଜମୁଛି ନାଚଗୀତର ଆସର। ଓଲିଉଡ ଓ ବଲିଉଡ କଳାକାରଙ୍କ ଜଲୱାରେ ମତୁଆଲା ହେଉଛନ୍ତି ଦର୍ଶକ । ଅନ୍ୟପଟେ ଫେଷ୍ଟରେ ଆଉ ଏକ ଆକର୍ଷଣ ସାଜୁଛନ୍ତି ବିଦେଶ ପର୍ଯ୍ୟଟକ ବା ଦର୍ଶକ । ପୁରା ସନ୍ଧ୍ୟାରେ ଏମାନଙ୍କ ନାଚ ଉତ୍ସବରେ ଚାରଚାନ୍ଦ ଲଗାଉଛନ୍ତି ।

ବଲିଉଡ ସଙ୍ଗୀତର ତାଳେ ତାଳେ ନାଚୁଛନ୍ତି ବିଦେଶୀ ପର୍ଯ୍ୟଟକ । ଗୀତ ନ ବୁଝିଥିଲେ ବି ଏହାର ବିଟ୍‌କୁ ବୁଝି ଧୁମ ନାଚିଥିଲେ ଆଉ ଫେଷ୍ଟର ଭରପୁର ମଜା ଉଠାଉଛନ୍ତି । ବହୁ ବିଦେଶ ପର୍ଯ୍ୟଟକ ଏଥିରେ ସାମିଲ ହୋଇଥିବା ବେଳେ ଭୁବନେଶ୍ବରରେ ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି । ମଙ୍ଗଳବାର ଦଶମ ଦିନରେ ପରିବେଷଣ ହେବ ନନ୍‌ଷ୍ଟପ୍‌ ଭୁବନେଶ୍ବର । ସୁଖବିନ୍ଦର ସିଂ, ସଲମାନ ୟୁସୁଫ, ପବନଦୀପ ଓ ଅରୁନୀତା କାଞ୍ଜିଲଲଙ୍କ ଭଳି ଅନେକ କଳାକାର ଏଥିରେ ଯୋଗ ଦେଇ ମତୁଆଲା କରିବେ। ସେମାନଙ୍କ ଗୀତର ତାଳେ ତାଳେ ନାଚିବେ ଦର୍ଶକ ଏବଂ ଫ୍ୟାନ୍ସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.