ETV Bharat / state

ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି: ବିଜେପି

author img

By

Published : Mar 19, 2023, 5:10 PM IST

Updated : Mar 19, 2023, 6:15 PM IST

BJP targets BJD MLA Pranab Prakash Das
BJP targets BJD MLA Pranab Prakash Das

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପିର ଟାର୍ଗେଟ । କ୍ରୀତଦାସ ମନ୍ତବ୍ୟକୁ ନେଇ କଡା ଭାଷାରେ ନିନ୍ଦା କଲା ବିଜେପି । ଅଧିକ ପଢନ୍ତୁ

ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି: ବିଜେପି

ଭୁବନେଶ୍ବର: ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ ଓଡି଼ଶାବାସୀଙ୍କ ପାଇଁ ଦ୍ବାରପାଳ କଣ ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି ଅଛି । ନବରଙ୍ଗପୁର ଗସ୍ତ ସମୟରେ ଏପରି କହିଥିଲେ ବବି ଦାସ । ଏହାକୁ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବିଜେପି ପ୍ରଣବ ପ୍ରକାଶ ଦାସଙ୍କ ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି । ଏନେଇ ଗୋଲକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ବବିଙ୍କ ମନ୍ତବ୍ୟ ତାଙ୍କର ସାମନ୍ତବାଦୀ ମାନସିକତାର ପରିଚୟ । ୧୮୪୩ ମସିହାରୁ ବିଲୋପ ହୋଇଛି କ୍ରୀତଦାସ ପ୍ରଥା । ଵବି ଦାସ ଲୋକଙ୍କର ନୁହେଁ, ବରଂ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି । ତେଣୁ ଏ କେଉଁ ପ୍ରକାର ମାନସିକତା ? ଓଡିଶାବାସୀଙ୍କୁ ପୁଣି ବ୍ରିଟିଶ ଶାସନ ଅମଳକୁ ନେଇ ଯିବାକୁ ଚାହୁଁଛନ୍ତି କି ବିଜେଡ଼ି ନେତା ? ଗତକାଲି ଵବି କହିଲେ ନବରଙ୍ଗପୁରକୁ ସିଏମଓ ଆସିଛନ୍ତି । ବିଜେପି ପ୍ରଶ୍ନ କରୁଛି ସିଏମଓ କିଏ ?"

ଏହା ବି ପଢନ୍ତୁ- ପ୍ରଣବଙ୍କୁ ଦ୍ବାରପାଳ କହିଲା କଂଗ୍ରେସ, କଡା ଜବାବ ଦେଲେ ବିଜେଡି ନେତା

ସେ ଆହୁରି କହିଛନ୍ତି ଯେ ସେହିପରି ବିଜେଡିର ଜଣେ ବିଧାୟକ କହିଲେ 5T ଏକ ଚିନ୍ତାଧାରା, ତେଣୁ ଚିନ୍ତାଧାରା ସିଏମଓ କେମିତି ହୋଇପାରିବ ? ଆମେ ଜାଣିଛୁ ପ୍ରିନ୍ସିପାଲ ସେକ୍ରେଟାରୀ ସିଏମଓ ହେବାକଥା । କେତେବେଳେ ପ୍ରମୁଖ ସଚିବ କେତେବେଳେ ବ୍ୟକ୍ତିଗତ ସଚିବ ନା 5ଟି କିଏ ଏମାନଙ୍କ ଭିତରୁ ସିଏମଓ ? ତେଣୁ ବିଜେଡି ଯେତେବେଳେ ଚାହିଁଲେ କହିବେ 5T ଗୋଟେ ଚିନ୍ତାଧାରା ଏବଂ କେତେବେଳେ ସିଏମଓ ତାହେଲେ କଣ ଚାହୁଁଛି ଦଳ ? ଵବି ଦାସ କହୁଛନ୍ତି ମୁଁ ସବୁ ଜାଗାକୁ ଯାଏ । ଯଦି ଆପଣଙ୍କ ଯୋଗ୍ୟତା ଅଛି ତାହେଲେ ନବୀନ ପଟ୍ଟନାୟକ ଆପଣଙ୍କୁ ମନ୍ତ୍ରୀ କାହିଁ କଲେନି ? ଏଥିରୁ ସ୍ପଷ୍ଟ ଯେ ନବୀନ ଯୋଗ୍ୟ ଲୋକଙ୍କୁ ମନ୍ତ୍ରୀ କରନ୍ତି ନାହିଁ । ଏହା ଦୁଃଖ ଆଉ ପରିତାପର ବିଷୟ ।

ତେବେ ବବି ଦାସ ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଗୋଲକ । ଲୋକଙ୍କର ନୁହେଁ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ଵବି ଦାସ । ଏକଥା ସ୍ପଷ୍ଟ କହି ଦିଅନ୍ତୁ । ଜଣେ ଜନ ପ୍ରତିନିଧି ହିସାବରେ ଆପଣ ଓଡ଼ିଶା ଲୋକଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ । ଏଥିରୁ ଜଣାପଡ଼ୁଛି ଓଡିଶା ବାସୀଙ୍କୁ କିପରି ଶାସନ କରୁଛନ୍ତି । ଏଠି ଖଟିଆରେ ଲୋକୋ ବୁହା ହେଉଛନ୍ତି, ଗାଁକୁ ରାସ୍ତା ନାହିଁ, ଡାକ୍ତରଖାନାରେ ଡାକ୍ତର ନାହିଁ, ଶିକ୍ଷକ ଓ ଡ୍ରାଇଭରମାନେ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ଜନପ୍ରତିନିଧି ହିସାବରେ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ଗୋଲକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 19, 2023, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.