ETV Bharat / state

'ଅର୍ପଣ ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲାଗିବା ଜଗନ୍ନାଥ ସଂସ୍କୃତିର ଅପମାନ'

author img

By ETV Bharat Odisha Team

Published : Jan 14, 2024, 7:36 PM IST

Updated : Jan 14, 2024, 7:47 PM IST

ଅର୍ପଣ ରଥ ରାଜନୀତି
BJP on Arpana Ratha

BJP on Arpana Ratha: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାରା ଓଡ଼ିଶା ବୁଲୁଥିବା ଅର୍ପଣ ରଥକୁ ନେଇ ତେଜିଛି ରାଜନୀତି । ଏହି ରଥର ରଙ୍ଗକୁ ବିଜେଡି ନିଜର ଦଳୀୟ ରଙ୍ଗ ଦେଇଛି ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଅର୍ପଣ ରଥ ରାଜନୀତି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟରେ ବିଭିନ୍ନ ପଞ୍ଚାୟତ ବଲୁଛି ଅର୍ପଣ ରଥ । ଭକ୍ତଙ୍କ ଠାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ ଓ ଗୁଆ ଅନୁଦାନ ସ୍ବରୂପ ସଂଗ୍ରହ କରିବା ପାଇଁ ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳୁଛି । ଏହାକୁ ନେଇ ରାଜନୀତି ତେଜିଥିବାବେଳେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବୁଲୁଥିବା ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲଗାଇବା ଜଗନ୍ନାଥ ସଂସ୍କୃତିର ଅପମାନ ବୋଲି ଅଭିଯୋଗ କରିଛି ବିଜେପି । ଦଳୀୟ ପ୍ରଚାର ପାଇଁ ଏହି ରଥର ରଙ୍ଗକୁ ମଧ୍ୟ ବିଜେଡି ନିଜର ଦଳୀୟ ରଙ୍ଗ ଦେଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରଞ୍ଚି କହିଛନ୍ତି, "ରାଜ୍ୟର ଲୋକ ବହୁତ ଆଧ୍ୟାତ୍ମିକ । କିନ୍ତୁ ଦୁଃଖର କଥା ଅର୍ପଣ ରଥର ବ୍ୟାନର ବିଜେଡି ଦଳୀୟ ରଙ୍ଗରେ ଲଗା ଯାଇଛି । ତେଣୁ ନିଜର ଦଳୀୟ ପ୍ରଚାର ପାଇଁ ଦଳୀୟ ପତାକାର ରଙ୍ଗକୁ ବ୍ୟବହାର କରାଯାଉଛି । ଏହା ଦୁଃଖଦ । ଜଗନ୍ନାଥ ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲଗାଇବା ଜଗନ୍ନାଥ ସଂସ୍କୃତିର ଅପମାନ । ସାଧାରଣ ଓଡ଼ିଆ ଏଥିରେ ବ୍ୟଥିତ ହୋଇ ବିରୋଧ କରୁଛନ୍ତି । ଜଗନ୍ନାଥଙ୍କ ପରମ୍ପରାର କୌଣସି ସର୍ବାଧିକ କ୍ଷତି ବିଜେଡି ସରକାରରେ ହୋଇଛି । ଜଗନ୍ନାଥ ସଂସ୍କୃତି ସହ ସମ୍ପୂର୍ଣ୍ଣ ଓଡ଼ିଶା ଯୋଡ଼ିହୋଇଛି । ସମସ୍ତ ହିନ୍ଦୁଙ୍କ ଆସ୍ଥା ହେଉଛନ୍ତି ଜଗନ୍ନାଥ । ସଂସ୍କୃତି, ପରମ୍ପରାର ଯଦି କେଉଁଠି ବେଶୀ କ୍ଷତି ବା ଅପମାନ ହୋଇଛି ତେବେ ଏହି ସରକାର ସମୟରେ ହୋଇଛି । ଦାରୁ ବିଭ୍ରାଟ, ବ୍ରହ୍ମ ବିଭ୍ରାଟ ଭଳି ବିବାଦ ଏହି ସରକାର ସମୟରେ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...କୋଭିଡ ସମୟରେ ବିଜେଡି ଲୁଟିଛି ୪୦ ହଜାର କୋଟି: ବିଜେପି

ସେ ଆହୁରି କହିଛନ୍ତି, "ହାଇକୋର୍ଟ କହୁଛନ୍ତି ରତ୍ନ ଭଣ୍ଡାର ଖୋଲାଯାଉ । ଏଏସ୍‌ଆଇ କହୁଛି ପାଣି ଗଳୁଛି, ମରାମତିର ଆବଶ୍ୟକତା ଅଛି । ସରକାରଙ୍କର ସେ ପ୍ରତି ନିଘା ନାହିଁ । ରତ୍ନ ସୁରକ୍ଷିତ ଅଛି କି ନାହିଁ କେହି ଜାଣି ନାହାନ୍ତି । ବିକାଶକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦିଆଗଲା । ସରକାର କହିଲେ ମଠର ପୁନରୁଦ୍ଧାର କରାଯିବ । ଦୁଇ ବର୍ଷରୁ ଅଧିକ ସମୟ ଗଲାଣି, ଏଯାଏଁ କିଛି ନାହିଁ । ରଘୁନନ୍ଦନ ଲାଇବ୍ରେରୀ ଗଲା, ସେ ପୁସ୍ତକ ଠିକ୍ ଅଛି କି ନାହିଁ କାହା ପାଖରେ ଖବର ନାହିଁ । ଲାଇବ୍ରେରୀର ପୁନରୁଦ୍ଧାର ବି ହୋଇନାହିଁ । ସରକାରର ଯଦି ନିୟତି ଠିକ୍ ଅଛି, ତେବେ ଚାରି ଦୁଆର ଖୋଲାଯିବା ଦରକାର । ରତ୍ନ ଭଣ୍ଡାର ମରାମତି ହେବା ଦରକାର । ରତ୍ନ ଭଣ୍ଡାର ଅବିଳମ୍ବେ ଖୋଲାଯିବା ଦରକାର । ଭକ୍ତ ଯେମିତି ଭଗବାନଙ୍କଠୁ ଦୂରେଇ ନଯିବ, ସେନେଇ ଚେଷ୍ଟା ହେବା ଦରକାର । ଆରାଧ୍ୟଙ୍କୁ ନେଇ ବିଜେପି ରାଜନୀତି କରେନାହିଁ । ଟାଇଲ୍‌ ପକେଇ ରଙ୍ଗ ଦେଇ କେବଳ ପ୍ରଚାର କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 14, 2024, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.