ETV Bharat / state

କୋଭିଡ ସମୟରେ ବିଜେଡି ଲୁଟିଛି ୪୦ ହଜାର କୋଟି: ବିଜେପି

author img

By ETV Bharat Odisha Team

Published : Jan 14, 2024, 6:34 PM IST

BJP Press Meet
ବିଜେପି ପ୍ରେସ୍‌ମିଟ୍‌

BJP Press Meet on CAG Report: ରାଜ୍ୟରେ କୋଭିଡ ମହାମାରୀ ସମୟରେ ବିଜେଡି ଲୁଟ କରୁଥିବା ଅଭିଯୋଗ । ୪୦ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା CAG ରିପୋର୍ଟକୁ ନେଇ ବିଜେପିର ପ୍ରେସ୍‌ମିଟ୍‌ । ଅଧିକ ପଢ଼ନ୍ତୁ

ବିଜେପି ପ୍ରେସ୍‌ମିଟ୍‌

ଭୁବନେଶ୍ବର: ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ 40 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଲୋକାଲ ଫଣ୍ଡ ଅଡିଟ୍‌ରୁ ମିଳିଥିବା ତଥ୍ୟକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । 2020ରୁ 2022 ମସିହାରେ ରାଜ୍ୟ କୋରୋନା ମହାମାରୀ ସହିତ ଲଢ଼ୁଥିବାବେଳେ ବିଜେଡି ଲୁଟ୍‌ କରୁଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ମନେଜ । ଏପରିକି ରାଜ୍ୟରେ 51 ପ୍ରତିଶତ ପିସି ସରକାର ଚାଲିଥିବା ଅଭିଯୋଗ ଆଣିଛି ବିଜେପି ।

ମନୋଜ କହିଛନ୍ତି, "ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳରେ ଖର୍ଚ୍ଚ ହୋଇଥିବା 40 ହଜାର କୋଟି ଟଙ୍କାର ହିସାବ ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ 400 କୋଟିରୁ ଊର୍ଦ୍ଧ୍ବ ଫାଇନ ପଡ଼ିଛି । ହେଲେ କଲେକ୍ସନ କରୁନାହାନ୍ତି ସରକାର । ଭାତ ହାଣ୍ଡିରେ ଗୋଟାଏ ଚିପିଲା ଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକରେ 2 କୋଟି 61 ଲକ୍ଷ ଟଙ୍କା ଅନିୟମିତତା ହୋଇଛି ।" ଏହାସହ ଆବାସ ଯୋଜନା ଠିକ ରୂପେ କାର୍ଯ୍ୟକାରୀ ହୋଇନଥିବା ମଧ୍ୟ ଅଡିଟ୍‌ରୁ ଜଣା ପଡ଼ିଛି ବୋଲି ମନୋଜ କହିଛନ୍ତି । ଓଡ଼ିଶାରେ 50 ପ୍ରତିଶତ ପିସି କାରବାର ଚାଲିଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ । ଆଜି ସରକାରଙ୍କ ଅଡିଟ ରିପୋର୍ଟରୁ ତାହା ସ୍ପଷ୍ଟ ହୋଇଛି ବୋଲି ମନୋଜ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ

ସେ କହିଛନ୍ତି, "ଓଡ଼ିଶାରେ କ୍ଷମତାରେ ରହି ବିଜୁ ଜନତା ଦଳ ଲୁଟ୍‌ର ଚରମସୀମାରେ ପହଞ୍ଚିଛି । ସାଢ଼େ 4 କୋଟି ଓଡ଼ିଆଙ୍କ ଆଶୀର୍ବାଦ ପାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ଓଡ଼ିଶାର ସେବା କରୁଥିବା ସର୍ବଦା ଡିଣ୍ଡିମ ପିଟୁଛି, କିନ୍ତୁ ବାସ୍ତବରେ ସାଢ଼େ 4 କୋଟି ଲୋକ କିଭଳି ଲୁଟ୍‌ର ଶିକାର ହୋଇଛନ୍ତି, ତାହାର ପର୍ଦ୍ଦାଫାସ କରିଛି ଅଡିଟ ରିପୋର୍ଟ । ୨୦୨୦-୨୨ ମସିହାରେ ରାଜ୍ୟ କରୋନା ସହ ଲଢ଼ୁଥିବାବେଳେ ରାଜ୍ୟ ରାଜକୋଷକୁ ଲୁଟ୍‌ କରୁଥିଲା ବିଜେଡି । ରାଜ୍ୟ ସରକାର ୨୦୨୦-୨୧ ଓ ୨୦୨୧-୨୨ର ଅଡିଟ ରିପୋର୍ଟକୁ ଲୁଚାଇବା ସହ ତାଙ୍କ ୱେବସାଇଟ୍‌ରେ ସମସ୍ତ ତଥ୍ୟ ନାହଁ ।"

ମନୋଜ ଆହୁରି କହିଛନ୍ତି, "ବିଜେଡି ସରକାର ଦୁର୍ନୀତିର ପାହାଡରେ ଛିଡା ହୋଇଛି । ପ୍ରତି ବ୍ଲକରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହରିଲୁଟ୍ ହୋଇଛି । ୨୧ ଲକ୍ଷ ୩୭ ହଜାର ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଖାଇ ଦେଇଛନ୍ତି । ଓଡ଼ିଶାରେ ୪୦ ହଜାର କୋଟି ଟଙ୍କାର ଘୋଟାଲା କରିଛି ବିଜୁ ଜନତା ଦଳ ସରକାର । ଚାକିରୀ ଦେବା ନାଁରେ ବରିର ଜଣେ ଶିକ୍ଷକ ଶଙ୍ଖ ଭବନରେ ନେତାଙ୍କ ସହ ଫଟୋ ଦେଖାଇ ୩ କୋଟି ଟଙ୍କା ଚଳୁ କରିଛି । ଓଡ଼ିଶାରେ ଏବେ "ଭ୍ରଷ୍ଟାଚାରୀ ଜନତା ଦଳ" ସରକାର ଚାଲିଛି । ଏହାକୁ ନେଇ ତଳସ୍ତରକୁ ଯିବ ବିଜେପି । ବ୍ଲକ ଏବଂ ପଞ୍ଚାୟତସ୍ତରରେ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ଦଳ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.