ETV Bharat / state

ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ

author img

By ETV Bharat Odisha Team

Published : Jan 13, 2024, 9:33 PM IST

BJP Protest: ବିଜେପି କର୍ପୋରେଟରଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା ଅଭିଯୋଗ । ରାଜନୈତିକ ଆକ୍ରୋଶ ରଖି ପୋଲିସ ଅକଥନୀୟ ଅତ୍ୟାଚାର କରିଥିବା ଦର୍ଶାଇ ପୋଲିସ ବିରୋଧୀ ରଣହୁଙ୍କାର ଦେଇଛି ବିଜେପି । ଅନ୍ୟପଟେ ଏହା ଆନ୍ଦୋଳନ ଭିତରେ ବଳି ପଡିଥିଲେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ
ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ

ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ

ଭୁବନେଶ୍ୱର: ବିଜେପି କର୍ପୋରେଟରଙ୍କୁ ଗିରଫ ଘଟଣାକୁ ନେଇ ରାଜଧାନୀରେ ଗର୍ଜିଛି ଦଳ । କର୍ପୋରେଟରଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ଥିବା ଅଭିଯୋଗ କରିଛି ଦଳ । ଅସୁରକ୍ଷିତ କହିଲେ ବିଜେପି କର୍ପୋରେଟର । କର୍ପୋରେଟର ଜୀବନ ରାଉତଙ୍କ ଗିରଫକୁ ନେଇ ପ୍ରତିବାଦ କରିଛି ବିଜେପି । ବିଜେଡି କର୍ପୋରେଟରଙ୍କୁ ସାତଖୁର ମାପ । ଉଭୟ କର୍ପୋରେଟର ଘଟଣାରେ ସମ୍ପୃକ୍ତ ଥିବା ବେଳେ ବିଜେପି କର୍ପୋରେଟରଙ୍କୁ ଆକ୍ରୋଶମୂଳକ ଗିରଫ କରାଯାଇଥିବା ଅଭିଯୋଗ । ଅନ୍ୟପଟେ ବିଜେଡି କର୍ପୋରେଟରଙ୍କୁ ଫେରାର କରି ଦିଆଯାଇଥିବା କହିଛି ବିଜେପି । ଏଭଳି ପ୍ରତିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ ।

ଆଜି ଏମିତି ଅଭିଯୋଗ ଆଣି ରାଜଧାନୀରେ ଜାତୀୟ ରାଜପଥ ହାଇଜାକ କରିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି । ଦେଢ଼ଘଣ୍ଟାଧରି ଜାତୀୟ ରାଜପଥକୁ ଅବରୋଧ କରିବା ସହ ସତସଙ୍ଗ ବିହାର ନିକଟରେ ବିଜେପି କର୍ମୀଙ୍କ ହଲାବୋଲ କରିଥିଲେ । ପୋଲିସ ସରକାରୀ ଗୁଣ୍ଡା ସାଜିଥିବା ଅଭିଯୋଗ କରି ସ୍ଲୋଗାନ ଦେଇଥିଲେ କର୍ମୀ । କିଭଳି ଜନ ପ୍ରତିନିଧିଙ୍କୁ ପୋଲିସ କେଶରେ ଫସାଇ ଦିଆଯାଉଛି । ଆଉ ଗିରଫ କରିବା ବେଳେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ସହ ଅକଥନୀୟ ଅତ୍ୟାଚାର କରାଯାଉଛି ତାହା ଦର୍ଶାଇ ପୋଲିସ ବିରୋଧୀ ରଣହୁଙ୍କାର ଦେଇଛି ବିଜେପି । ୧୮ ନମ୍ବର ୱାର୍ଡରେ ୨୯ ନମ୍ବର କର୍ପୋରେଟରଙ୍କୁ ଜୀବନ ରାଉତଙ୍କୁ ଗିରଫ ବେଳେ ପୋଲିସ କଷ୍ଟଡିରେ କିଭଳି ଦିଆଯାଇଛି ମାଡ ମାରିବା ସହ ଅକଥନୀୟ ଅତ୍ୟାଚାର ସେନେଇ ଭିଡିଓ ଜାରି କରିଛି ଦଳ ।

ଏନେଇ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଯେ ଏହି ଘଟଣାଟି ସମ୍ପୂର୍ଣ୍ଣ ଭାବେ ମାନବ ଅଧିକାରର କ୍ଷୁର୍ଣ୍ଣ କରିଛି । ଏଥିପାଇଁ ଆମେ ରାଜ୍ୟ ଓ କେନ୍ଦ୍ର ମାନବ ଅଧିକାରଙ୍କ ଦ୍ୱାରସ୍ଥ ହେବୁ । ଯଦି କର୍ପୋରେଟର ଦୋଷ କରିଛନ୍ତି ସେଥିପାଇଁ ଆଇନ ଅଛି ଦଣ୍ଡ ଦେବା ପାଇଁ ହେଲେ ସେମାନେ ତାହା ନ କରି ଜାଣିଶୁଣି କର୍ପୋରେଟରଙ୍କୁ ଅଣଦେଖା କରି ରାଜନୈତିକ ଉଦେଶ୍ୟକୁ ଓ ଅର୍ଡ଼ରକୁ ମାନିବାକୁ ଯାଇ ଆଇନୀକୁ ହାତକୁ ନେଇ ଅଭଦ୍ରତାର ପରିଚୟ ଦେଇଛନ୍ତି । ଆଇନର ରକ୍ଷକ ନୁହେଁ ଭକ୍ଷକ ସାଜିଛନ୍ତି ।" ସେହିପରି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଅଧିକାରୀଙ୍କୁ ବହିଷ୍କାର ଦାବି କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଏହି ଘଟଣାକୁ ନେଇ ବିଏମସିର ଅନ୍ୟ ବିଜେପି ବା ବିରୋଧୀ କର୍ପୋରେଟର ନିଜକୁ ଅସୁରକ୍ଷିତ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ବିଜେପି କର୍ପୋରେଟରଙ୍କୁ ପୋଲିସ ଟର୍ଚର ! ତେଜିଲା ବିରୋଧ, NH ଅବରୋଧ କଲା ବିଜେପି, ଜବାବ ରଖିଲା ବିଜେଡି

ଅନ୍ୟପଟେ ବିଜେପିର ଏଭଳି ପ୍ରତିବାଦକୁ ନେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଅନନ୍ତ କହିଛନ୍ତି ଯେ ଆଇନ ତା ବାଟରେ ଯିବ । କାହିଁକି ଏପରି ହୋଇଛି, ତାହା ବିଚାର ହେବ । ମହିଳା ପୋଲିସକୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ମହିଳାଙ୍କୁ ସମ୍ମାନ ଦେବା ଆମ ଦାୟିତ୍ୱ । ଏହା ଉଚିତ ନୁହେଁ । କିଏ କଣ ଘେରାଉ କରିବ। ମୁଁ ତା ବିଷୟରେ କହି ପାରିବିନାହିଁ ।

ତେବେ ବିଜେପିର ଧାରଣା ବିକ୍ଷୋଭ ଓ ରାସ୍ତାଜାମକୁ ନେଇ ସାଧାରଣ ଲୋକେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ଫସିରହିଥିଲେ । ଏଥିପାଇଁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସତସଙ୍ଗ ବିହାରରୁ ଖଣ୍ଡଗିରି ଯାଏଁ ଭିଡ ସହ ଗାଡି ଗୁଡିକ ଧାଡ଼ିଧାଡି ହୋଇରହିଥିଲା । ଯେଉଁଥିରେ ଅନେକ ଲୋକ ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟରେ ଯାଉଥିଲେ ସେମାନେ ଫସିଥିଲେ । ଭିଡରେ ଫସିଥିବା ଯୋଗୁଁ କିଏ ହସ୍ପିଟାଲ ଯାଇପାରିନଥିଲା ତ କିଏ ପରୀକ୍ଷା ଦେଇପାରିନଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.