ETV Bharat / state

ବିଜେପି କର୍ପୋରେଟରଙ୍କୁ ପୋଲିସ ଟର୍ଚର ! ତେଜିଲା ବିରୋଧ, NH ଅବରୋଧ କଲା ବିଜେପି, ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Jan 13, 2024, 3:05 PM IST

BJP protest: ମହିଳା ଏଏସଆଇଙ୍କୁ ଅସଦାଚରଣ କରି ବିଜେପି କର୍ପୋରେଟର ଗିରଫ ଘଟଣା । ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ଅଧିକ ପଢନ୍ତୁ

bjp protest
bjp protest

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା

ଭୁବନେଶ୍ବର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଏନ ଏଚ ଅବରୋଧ କରିଛନ୍ତି। ସରକାର ବିରୋଧୀ ନାରା ବାଜି ସହ ପୋଲିସ ବିରୋଧୀ ସ୍ଲୋଗାନ ଦେଇଛି ବିଜେପି। ଅକ୍ରୋଶମୂଳକ ଭାବେ ପୋଲିସକୁ ବିଜେପି କର୍ମୀଙ୍କ ବିରୋଧରେ ବିଜେଡି ବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଛି । ମହିଳା ASI ଙ୍କୁ ଅସଦାଚରଣ କରି କର୍ପୋରେଟରଙ୍କୁ ଗିରଫ କରାଯାଇଥିବା ଘଟଣାକୁ ବିରୋଧ କରି ଆନ୍ଦୋଳନ କରିଛି ବିଜେପି ।

ତେବେ ଥାନାରେ ବିଜେପି କର୍ପୋରେଟର ଜୀବନ ରାଉତକୁ ଗିରଫ ବେଳେ ପୋଲିସର ଅକଥନୀୟ ନିର୍ଯାତନା ନେଇ ବିଜେପି ଆନ୍ଦୋଳନ ତେଜିଛି। ଏନେଇ ପୋଲିସ ବିରୋଧରେ ସତ ସଙ୍ଗବିହାର ନିକଟରେ ଉଭୟ ପାର୍ଶକୁ ଅବରୋଧ କରିଛି ବିଜେପି । ଫଳରେ ଶହ ଶହ ଗାଡି ଅଟକି ରହିଛି।ବିଜେପି କର୍ମୀଙ୍କ ଅଭିଯୋଗ ପୋଲିସ ବିଜେଡିର ଗୁଣ୍ଡା ସାଜିଛି। ସରକାରଙ୍କ ଗୁଣ୍ଡା ଭଳି କାର୍ଯ୍ୟ କରୁଛନ୍ତି ପୋଲିସ । ଯେଉଁ ଭଳି ଭାବେ ବିଜେପି କର୍ପୋରେଟର ଏକ କାମରେ ଅବହେଳା ବେଳେ ପ୍ରତିବାଦ କରିବାରୁ ପୋଲିସ ଆସି ଅଟକାଇଥିଲା । ଏଥିସହ ଷଡଯନ୍ତ୍ର କରି ମହିଳା ଏଏସାଇଙ୍କୁ ଅସଦାଚରଣ ମାମଲାରେ ବିଜେପି କର୍ପୋରେଟର ଜୀବନ ରାଉତକୁ ଗିରଫ କରିଥିଲା। ହେଲେ ଗିରଫ ପରେ ପୋଲିସ ତାକୁ ଅକ୍ରୋଶ ମୁଳକ ଭାବେ ଆକ୍ରମଣ କରିଥିଲା। ଏହାକୁ ବିରୋଧ କରିବାରୁ ପୋଲିସ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ମହିଳା ଏଏସଆଇ ଅସଦାଚରଣ କରି ବନ୍ଧା ହେଲେ ବିଜେପି କର୍ପୋରେଟର

ତେଣୁ ଥାନାରେ ପୋଲିସ କଷ୍ଟଡିରେ ଯେଉଁ ଅତ୍ୟାଚାର ଦିଆଯାଉଛି ଏଥିସହ ଯେଉ ଭଳି ମାଆମାନଙ୍କ ନା ନେଇ ଅପଶବ୍ଦ ବ୍ୟବହାର କରି ଗାଳି ଗୁଲଜ କରିଛନ୍ତି ତାର ପ୍ରତିବାଦରେ ଏଭଳି ବିରୋଧ କରାଯାଇଛି। ଯେଉଁଠି ରାଜ୍ୟ ସରକାର ମାଆଙ୍କୁ ସମ୍ମାନ ଦେଉଛନ୍ତି। ସେମାନଙ୍କ ସରକାରୀ କର୍ମଚାରୀ ପୋଲିସ କିଭଳି ମାଆମାନଙ୍କୁ ନେଇ ଅପଶବ୍ଦ ବ୍ୟବହାର କରିଛନ୍ତି। ଏଥିସହ ଜନପ୍ରତିନିଧିକୁ ବିନା କାରଣରେ ଗିରଫ କରାଯାଉଛି । ତେଣୁ ବିଜେପି ଏହାକୁ ବିରୋଧ କରି ଆନ୍ଦୋଳମନ କରିବା ସହ ପୋଲିସକୁ ସସପେଣ୍ଡ କରିବାକୁ ଦାବି କରିଛି । ଯେଉଁ ପୋଲିସ କର୍ମଚାରୀ ଏପରି କରିଛନ୍ତି ସେହି ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ସହ କର୍ପୋରେଟରଙ୍କୁ ଯଦି ଜେଲରୁ ବାହାର କରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଏନେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, "ଆଇନ ତା ବାଟରେ ଯିବ । କାହିଁକି ଏପରି ହୋଇଛି, ତାହା ବିଚାର ହେବ । ମହିଳା ପୋଲିସକୁ ଆକ୍ରମଣ ନିନ୍ଦନୀୟ । ମହିଳାଙ୍କୁ ସମ୍ମାନ ଦେବା ଆମ ଦାୟିତ୍ବ । କିଏ କଣ ଘେରାଉ କରିଛି ମୁଁ ତା ବିଷୟରେ କହି ପାରିବି ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.