ETV Bharat / state

Kotia Issue: ଧର୍ମେନ୍ଦ୍ରଙ୍କ ଗସ୍ତ ନେଇ ବିଜେଡିର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେପି

author img

By

Published : Apr 3, 2023, 5:26 PM IST

Updated : Apr 3, 2023, 5:58 PM IST

BJP raise question over role of 5T
BJP raise question over role of 5T

କୋଟିଆ ବିବାଦକୁ ନେଇ ପୁଣି ବିଜେଡିକୁ ଘେରିଲା ବିଜେପି । କୋଟିଆକୁ ଆନ୍ଧ୍ର ମାଡ଼ି ବସିବାକୁ ବସିଥିବା ବେଳେ ସେଠାରେ କଣ 5T କାମ କରୁନି କି ବୋଲି ବିଜେପି ପ୍ରଶ୍ନ କରିଛି । ଅଧିକ ପଢନ୍ତୁ

Kotia Issue: ଧର୍ମେନ୍ଦ୍ରଙ୍କ ଗସ୍ତ ନେଇ ବିଜେଡିର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେପି

ଭୁବନେଶ୍ବର: କାଲି ଭୃଗୁ ବକ୍ସିପାତ୍ରଙ୍କ ପରେ ଆଜି ପୁଣି ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ କଡା ସମାଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ବିଜେଡିର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛି ବିଜେପି । ଅସହିଷ୍ଣୁ ହୋଇ ବିଜେଡ଼ି ନେତାମାନେ ମତ ରଖିଛନ୍ତି, ଯାହାକି ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ପ୍ରେସମିଟରେ ବିଜେପି ବିଧାୟକମାନେ କହିଛନ୍ତି ।

ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିବା ବେଳେ ଆନ୍ଧ୍ର କର୍ମଚାରୀଙ୍କୁ ତଡ଼ିଥିଲେ । ଏହାସହିତ 'ଆନ୍ଧ୍ର ଗୋ ବ୍ୟାକ୍‌' ନାରା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଗସ୍ତ କରିଥିବା ନେଇ ବିଜେଡି ଅଭିଯୋଗ ଆଣିଥିଲା । ଏହାପରେ ଗତକାଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରେସମିଟରେ ବିଜେପିକୁ କଡା ସମାଲୋଚା କରିଥିଲେ । ଆଜି ପୁଣି ବିଜେପି ବିଧାୟକମାନେ ବିଜେଡିକୁ କଡ଼ା ଜବାବ ଦେଇଛନ୍ତି । ଫାଟୁସିନେରୀ ସ୍କୁଲର ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା, ବରପୁତ୍ରଙ୍କ ସ୍ମୃତି ଚାରଣ କରିବା ଯଦି ଅପରାଧ , ତେବେ ଆମେ କହିବୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏହି ଅପରାଧ କରନ୍ତୁ ବୋଲି କହିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "ଆନ୍ଧ୍ରର ଅଫିସରମାନେ କହିଲେ, ୨୧ଟି ଗାଁ ଆନ୍ଧ୍ର ପ୍ରଦେଶର ବୋଲି । ଏହା ଶୁଣି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କୋଟିଆ ଅଞ୍ଚଳ ଓଡ଼ିଶାର । ତା'ପରେ କେନ୍ଦ୍ରମନ୍ତ୍ରୀ ଗୋ ବ୍ୟାକ୍ ନାରା ଦେଇଥିଲେ। ୧୯୫୬ ମସିହା ପରେ ସୀମା ବିବାଦ ସମାଧାନ ହୋଇନାହିଁ । କୋଟିଆବାସୀ ଆନ୍ଧ୍ର ମୁହାଁ ହେବାର ୩ ପ୍ରମୁଖ କାରଣ, ଆନ୍ଧ୍ର ସରକାର ୨୫୦୦ ଟଙ୍କା ଭତ୍ତା ଦେଉଥିବାବେଳେ ଓଡ଼ିଶା ସରକାର ୫୦୦ଟଙ୍କା ଦେଉଛି । ସେହିପରି ୧୫୦ କୋଟି ଟଙ୍କାର ପ୍ରକଳ୍ପ ସେମିତି କିଛି କାମ ହୋଇନାହିଁ ।"

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକ ପାଉନାହାନ୍ତି, ବିଜୁଳି ଏବଂ ରାସ୍ତା ଆନ୍ଧ୍ର ଦେଉଛି । ଓଡ଼ିଶା ସରକାର କୋଟିଆକୁ ଅବହେଳା କରୁଛନ୍ତି । ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ନେବୁ । କିନ୍ତୁ ବିଜେଡ଼ି ନେତାମାନେ ଦଳ ମତ ନିର୍ବିଶେଷରେ ଏକାଠି ହେବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ସମର୍ଥନ ନକରି ତାଙ୍କ ଗସ୍ତକୁ ବିଜେଡି ଯେମିତି ଯେଉଁ ମନ୍ତବ୍ୟ ଦେଉଛି ତାହା କୁମ୍ଭୀର କାନ୍ଦଣା ଭଳି ଏହା କେତେ ଦୁଃଖ ମାନସିକତା ତାହା ସ୍ପଷ୍ଟ ଅନୁମେୟ କରିହେଉଛି ବୋଲି ମହାଲିଙ୍ଗ କହିଛନ୍ତି ।

ଏହା ବି ପଢନ୍ତୁ- Kotia Issue: 'ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ, ଏଥିରେ କୌଣସି ଦୁଇମତ ନାହିଁ'

ସେପଟେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, "ବିଜେଡ଼ି ସ୍ବାଗତ କରିବା ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ୨୦୧୮ରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗସ୍ତ କରି ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ବାରମ୍ବାର ଚିଠି ଲେଖି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସର୍ବଦଳୀୟ ବୈଠକ ଡାକି ନାହାନ୍ତି । କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ଗଞ୍ଜାମ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଭଳି ଅନେକ ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ପ୍ରବେଶ କରୁଛି ତା ଉପରେ ନିଘା ନାହିଁ ରାଜ୍ୟ ସରକାରଙ୍କର । ଯେଉଁଠି ଓଡିଶା ସରକାରଙ୍କ ବୋର୍ଡ ଲାଗିଛି । ଠିକ୍ ପାଖରେ ଆନ୍ଧ୍ର ସରକାରଙ୍କ ବୋର୍ଡ ଲାଗିଛି ଏହା ଦେଶରେ ବିରଳ । ଆନ୍ଧ୍ର ଦାଦାଗିରି କରୁଛି , ବିଜେଡି ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ'କୁ ବିରୋଧ କରିବା ଯାହା ଆନ୍ଧ୍ର ସପକ୍ଷରେ କହିବା ତାହା, ଆନ୍ଧ୍ର ଭାଷା ବିଜେଡି କହୁଛି।"

ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି, "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓଡ଼ିଶା ଆସିଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ କି କଣ ଆଲୋଚନା ହୋଇଥିଲା ତାକୁ ସାର୍ବଜନୀନ କରାଗଲା ନାହିଁ । କୋଟିଆରେ କଣ 5T କାମ କରୁନି କି ? 5T କଣ କେବଳ ସହରାଞ୍ଚଳରେ କାମ କରୁଛି। ସେପଟେ ୧୦କିମି ପର୍ଯ୍ୟନ୍ତ ଆନ୍ଧ୍ର ପ୍ରବେଶ କରିସାରିଛି । ଜିଲ୍ଲା ପ୍ରଶାସନ କଣ କରୁଛି ? କୋଟିଆବାସୀଙ୍କ ସହ କେବେ ମିଶିଛନ୍ତି କି ରାଜ୍ୟ ସରକାର । ତୁରନ୍ତ ଆନ୍ଧ୍ର ସରକାରଙ୍କ ହୋର୍ଡିଂ ହଟାନ୍ତୁ ଏବଂ ସୀମା ବିବାଦର ସମାଧାନ କରନ୍ତୁ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 3, 2023, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.