ETV Bharat / state

Kotia Issue: 'ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ, ଏଥିରେ କୌଣସି ଦୁଇମତ ନାହିଁ'

author img

By

Published : Apr 2, 2023, 5:05 PM IST

BJP press meet on Kotia Issue
BJP press meet on Kotia Issue

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ଗୋ ବ୍ୟାକ ନାରାକୁ ବିଜେଡି ରାଜନୈତିକ ଉଦ୍ଦେଶ୍ୟ ରହିଥିବା କହିବା ପରେ ପ୍ରତିକ୍ରିୟା ରଖିଛି ବିଜେପି ।ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ ବୋଲି କହିଛି ଦଳ । ଅଧିକ ପଢନ୍ତୁ

ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ,

ଭୁବନେଶ୍ବର: ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ବିଜେଡି ଅଭିଯୋଗ କରିଥିଲା । ଏହାପରେ ପ୍ରତିକ୍ରିୟା ରଖିଛି ବିଜେପି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦୁଇମତ ନାହିଁ କିମ୍ବା ଦ୍ଵନ୍ଦ୍ୱ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଜାଗାରେ ଓଡିଶାର ମୁଖ୍ୟମନ୍ତ୍ରୀ ଯଦି ଉତ୍କଳ ଦିବସ କୋଟିଆରେ ପାଳନ କରିଥାଆନ୍ତେ ତେବେ ଦଳ ଏହାକୁ ସ୍ବାଗତ କରିଥାଆନ୍ତା ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

ଏ ନେଇ ବିଜେଡି ନେତା ପ୍ରଦୀପ ମାଝୀ ଅଭିଯୋଗ କରି କହିଥିଲେ, "ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଏ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ଏହି ଗସ୍ତରେ କୌଣସି ଆନ୍ତରିକତା ନଥିଲା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ। କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି । ଗୋ ବ୍ୟାକ୍ ନାରା ବହୁତ ପୁରୁଣା । ୟାକୁ ଓଡ଼ିଶାବାସୀ ଗ୍ରହଣ କରିବେନି । ଯଦି ଆନ୍ତରିକତା ଥାନ୍ତା, ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କେନ୍ଦ୍ର ଏଠି ହସ୍ତକ୍ଷେପ କରିଥାନ୍ତା । ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ ।"

ଏହା ବି ପଢନ୍ତୁ- ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଛନ୍ତି । ଏପରିକି କୋଟିଆର ବିକାଶ ପାଇଁ ୧୬୦ କୋଟି ଟଙ୍କା ପ୍ୟାକେଜ ଦେଇଛନ୍ତି । ସୁପ୍ରିମ କୋର୍ଟରେ କେସ ମଧ୍ୟ ଲଢ଼ୁଛନ୍ତି । ସେଥିପାଇଁ ଧର୍ମେନ୍ଦ୍ରଙ୍କ ବୟାନ ଏବଂ ତାଙ୍କ ଗସ୍ତକୁ ସମସ୍ତେ ନିନ୍ଦା କରୁଛନ୍ତି ବୋଲି କହିଛି ବିଜେଡି । ଶାସକ ଦଳର ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେପି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ ବୋଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଓଡ଼ିଆ, ତାପରେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଆମକୁ କହିବାକୁ ପଡ଼ିନଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଏବଂ ଏବେ ପୁଣି ଉତ୍କଳ ଦିବସ ଦିନ କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି । ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦୁଇମତ ନାହିଁ କିମ୍ବା ଦ୍ଵନ୍ଦ ନାହିଁ । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିନେ ବି କୋଟିଆ ଗଲେ ନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ କଥା । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପାଟିରେ ବିଜେଡ଼ି ବିବୃତ୍ତି କରାଇଲା ।

ମୁଖ୍ୟମନ୍ତ୍ରୀ ଏବଂ ନରସିଂହ ମିଶ୍ର ଉଭୟ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରେସମିଟ୍ କରି କୋଟିଆ ଉପରେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ । ୬୦ ଦଶକରେ ହୋଇଥିବା ମକଦ୍ଦମା ଆଜି ମଧ୍ୟ ବିଚାରାଧୀନ ଅଛି । ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପାଇଁ କୌଣସି ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ରଖିପାରିଲେ ନାହିଁ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବିଗତ ଦିନରେ କାହିଁକି ଓଡ଼ିଆ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସେ ନେଇ ମଧ୍ୟ ସ୍ପଷ୍ଟ ତଥ୍ୟ ରଖାଗଲା ନାହିଁ । ସେ ଆସିବା ପରଠୁ କୋଟିଆରେ ଆନ୍ଧ୍ର ଉପଦ୍ରବ ବଢିଛି । ଉତ୍କଳ ଦିବସ ଦିନ ମଧ୍ୟ ଆନ୍ଧ୍ର କୋଟିଆରେ ବୈଠକ କରୁଥିବା ବେଳେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଟାଇଥିଲେ ।"

ସୂଚନା ଥାଉ କି, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । କୋଟିଆ ମାଟି ଓଡ଼ିଶାର, ଆନ୍ଧ୍ରର ନୁହଁ । ଏ ମାଟି ଛାଡ଼ି ତୁମେ ଚାଲିଯାଅ କହିବା ସହ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇଥିଲେ । କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆନ୍ଧ୍ର ଉଦ୍ଦେଶ୍ୟରେ ଏଭଳି ଚରମ ବାଣୀ ଶୁଣାଇଥିଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.