ETV Bharat / state

ସୋସିଆଲ ମିଡିଆରେ ଜଣାନ୍ତୁ ସମସ୍ୟା, ଗୃହରେ ହେବ ଉପସ୍ଥାପନ: ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

author img

By ETV Bharat Odisha Team

Published : Nov 6, 2023, 7:56 PM IST

Updated : Nov 6, 2023, 9:31 PM IST

Bjp on Assemble issue
Bjp on Assemble issue

ସୋସିଆଲ ମିିଡିଆରେ ନିଜସ୍ବ ଅଞ୍ଚଳର ସମସ୍ୟା ଗୁଡିକ ସମ୍ବନ୍ଧରେ ଜଣାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କଲେ ବିଜେପି ବିଧାୟକ । ଆଗକୁ ପଢନ୍ତୁ

ସୋସିଆଲ ମିଡିଆରେ ଜଣାନ୍ତୁ ସମସ୍ୟା

ଭୁବନେଶ୍ବର: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକ ସମ୍ବନ୍ଧରେ ସୋସିଆଲ ମିଡିଆ ଜରିଆରେ ଜଣାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ମୁକେଶ ମହାଲିଙ୍ଗ । ସୋସିଆଲ ମିଡିଆ ଜରିଆରେ ନିଜ ଅଞ୍ଚଳରେ ସମସ୍ୟା ଗୁଡିକୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି । ଏହି ସମସ୍ୟା ଗୁଡିକୁ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ଦେଖାଗଲାଣି ରାଜନୈତିକ ଉଷ୍ଣତା । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କଲେଣି ବିଭିନ୍ନ ପ୍ରମୁଖ ଦଳ । ଏହାମଧ୍ୟରେ ରାଜ୍ୟର ଶୀତକାଳୀନ ଅଧିବେଶନ ବେଶ ଗୁରୁତ୍ବ ବହନ କରେ । ବିଭିନ୍ନ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କଲେଣି ବିରୋଧି ଦଳ । ଏହାମଧ୍ୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନିଜ ଅଞ୍ଚଳର ପ୍ରମୁଖ ସମସ୍ୟା ଗୁଡିକୁ ସୋସିଆଲ ମିଡିଆରେ ମାଧ୍ୟମରେ ତାଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ।

ଏହାମଧ୍ୟ ପଢନ୍ତୁ..Assembly Winter Session: 21ରୁ ବିଧାନସଭା ଶୀତ ଅଧିବେଶନ

ଏହି ସମସ୍ୟା ଗୁଡିକୁ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିଜେପି । ଆଉ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି, ଆମ ଓଡିଶା ନବୀନ ଓଡିଶାରେ ଦଳୀୟ ଚି଼ହ୍ନର ବ୍ୟବହାର, ରାଜ୍ୟର ଶିକ୍ଷା ବ୍ୟବସ୍ଥା, ଧାନ ମଣ୍ଡି ଭଳି ସମସ୍ୟାକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି ବିଧାୟକ ।

ସୂଚନାଯୋଗ୍ୟ,ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ କୁହାଯାଇଛି ଯେ, ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ । ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ । ଅଧିବେଶନ ପାଇଁ ବିଧାନସଭା ସଚିବାଳୟ ସମସ୍ତ ବିଧାୟକଙ୍କୁ ସୂଚନା ପ୍ରଦାନ କରିଛି । ଏହି ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିବେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ରଘୁବର ଦାସଙ୍କ ସଭାପତିତ୍ବରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ୨୦୨୪ରେ ରାଜ୍ୟ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଶୀତକାଳୀନ ଅଧିବେଶନ ବିଧାନସଭାର ଶେଷ ଅଧିବେଶନ ହୋଇପାରେ । ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ଅଧାଦିନ ମୁଲତବୀ ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 6, 2023, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.