ETV Bharat / state

Naba Das Murder Mystry: ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120Bକୁ ଅଣଦେଖା: ବିଜୟ ମହାପାତ୍ର

author img

By

Published : Mar 9, 2023, 6:00 PM IST

ବିଜୟ ମହାପାତ୍ର କହିଛନ୍ତି, ‘‘ହତ୍ୟା ଘଟଣାକୁ 40 ଦିନ ବିତିଥିଲେ ବି କ୍ରାଇମବ୍ରାଞ୍ଚକୁ କୌଣସି ସୁରାକ ମିଳିପାରିଲାନାହିଁ । ବିଧାନସଭା ଭିତରେ ହେଉ ବା ବାହାରେ ସରକାର ଏତେ ବଡ ହତ୍ୟାକାଣ୍ଡକୁ ମାମୁଲି ଭାବେ ନନେବାକୁ ଦାବି ହେଉଥିଲା । ପ୍ରକୃତରେ ତଦନ୍ତକୁ ଗୁରୁତର ସହ ନେବାକୁ ସରକାର ଓ କ୍ରାଇମବ୍ରାଞ୍ଚ ଚାହାଁନ୍ତି ନାହିଁ । ଏହା ଏବେ ଧୀରେ ଧୀରେ ପ୍ରମାଣିତ ହେବାକୁ ଲାଗିଲାଣି ।" ଅଧିକ ପଢନ୍ତୁ

ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120B କୁ ଅଣଦେଖା: ବିଜୟ ମହାପାତ୍ର
ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120B କୁ ଅଣଦେଖା: ବିଜୟ ମହାପାତ୍ର

ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120B କୁ ଅଣଦେଖା: ବିଜୟ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ 40 ଦିନରେ ପହଞ୍ଚିଲାଣି । 40 ଦିନ ପରେ ବି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ କରିପାରିନାହିଁ କ୍ରାଇମବ୍ରାଞ୍ଚ । ଗୋପାଳ ଓ ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120B କୁ ଅଣଦେଖା କରି ସେକ୍ସନ 84 ଆଧାରରେ ଚାଲିଛି ତଦନ୍ତ । ଆଜି ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।

ବିଜୟ ମହାପାତ୍ର କହିଛନ୍ତି, ‘‘ହତ୍ୟା ଘଟଣାକୁ 40 ଦିନ ବିତିଥିଲେ ବି କ୍ରାଇମବ୍ରାଞ୍ଚକୁ କୌଣସି ସୁରାକ ମିଳିପାରିଲାନାହିଁ । ବିଧାନସଭା ଭିତରେ ହେଉ ବା ବାହାରେ ସରକାର ଏତେ ବଡ ହତ୍ୟାକାଣ୍ଡକୁ ମାମୁଲି ଭାବେ ନନେବାକୁ ଦାବି ହେଉଥିଲା । ପ୍ରକୃତରେ ତଦନ୍ତକୁ ଗୁରୁତର ସହ ନେବାକୁ ସରକାର ଓ କ୍ରାଇମବ୍ରାଞ୍ଚ ଚାହାଁନ୍ତି ନାହିଁ । ଏହା ଏବେ ଧୀରେ ଧୀରେ ପ୍ରମାଣିତ ହେବାକୁ ଲାଗିଲାଣି । ଖାମଖିଆଲି ଭାବେ ଏହି ତଦନ୍ତକୁ ବନ୍ଦ କରିବା ପାଇଁ ବା ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ଚକ୍ରାନ୍ତ ବା ଷଡଯନ୍ତ୍ର ଚାଲିଛି । ବା ପ୍ରସ୍ତୁତି ଚାଲିଛି । ମର୍ଡର ପାଇଁ ଏକ ଚକ୍ରାନ୍ତ ବା ଷଡଯନ୍ତ୍ର ହେଲା । ତଦନ୍ତରେ ମଧ୍ୟ ଚକ୍ରାନ୍ତ ଓ ଷଡଯନ୍ତ୍ର କରାଗଲା । ଏବେ କେସ୍‌କୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା ଲାଗି ବା ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ଲାଗି ମଧ୍ୟ ସେହି ଷଡଯନ୍ତ୍ର ଅବ୍ୟାହତ ରହିଛି । ତାହା ହିଁ ଆଜି ରାଜ୍ୟବାସୀଙ୍କ ଲାଗି ଚିନ୍ତା ଓ ଉଦବେଗର କାରଣ ପାଲଟିଛି ।’’

ଏହାବି ପଢନ୍ତୁ- ଶୁକ୍ରବାର ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ହେବ ଏକାଧିକ ପ୍ରକଳ୍ପ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତର ପରିସୀମା ବଢେଇବାକୁ ସବୁ ରାଜନୈତିକ ଦଳ ଦାବି କରିଥିଲେ । ତଦନ୍ତର ପରିସୀମା ଗୋପାଳ କେନ୍ଦ୍ରୀକ ନହେଉ ବୋଲି ଦାବି ହୋଇଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ସେ ଦିଗରେ ଗୁରୁତ୍ୱ ଦେଲାନାହିଁ । ଏହା ଆଜି ପର୍ଯ୍ୟନ୍ତ ଗୋପାଳ କେନ୍ଦ୍ରୀକ ତଦନ୍ତରେ ସୀମିତ ରହିଛି । ସବୁ ଦିଗରୁ ତଦନ୍ତ ହେଉଛି ବୋଲି ସରକାର ବିଧାନସଭା ଭିତରେ ଓ ବାହାରେ କହିଲେ ବି ଏହା ଜଣାପଡୁନାହିଁ । ଏହା ଅତ୍ୟନ୍ତ ସ୍ପଷ୍ଟ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାଧାରଣ ମାରପିଟ ଘଟଣାରେ ପୋଲିସ 120B ଦଫା ଲଗାଏ । ଅର୍ଥାତ ଅପରାଧିକ ଷଡ଼ଯନ୍ତ୍ରରେ ମାମଲା ରୁଜ୍ଜୁ ହୁଏ । କିନ୍ତୁ ଏହି ଘଟଣାରେ 120B ଦଫା ଲଗାଯାଇ ନାହିଁ । ପୋଲିସ ମୂଳରୁ ଉଦେଶ୍ୟ ମୂଳକ ଭାବେ 120B ଲଗାଇନାହିଁ । କେସ ଡାଏରୀରେ କଣ ଲଗାଯାଇଛି ତାହା କେବଳ କ୍ରାଇମବ୍ରାଞ୍ଚକୁ ଜଣା । ଆଉ କାହାକୁ ଜଣାନାହିଁ । ମୋର ସନ୍ଦେହ 120 B ଦଫାରେ କୌଣସି ତଦନ୍ତ ହେଉନାହିଁ । ଫଳରେ ଅନ୍ୟ ଦିଗକୁ ତଦନ୍ତ ଯାଇପାରିବନାହିଁ । କେବଳ ଗୋପାଳ, ଗୋପାଳର ଚିକିତ୍ସା, ଗୋପାଳର ନାର୍କୋ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ, ରାଜ୍ୟ ବାହାରକୁ ନେବୁ, ବିଭିନ୍ନ କଥା ଭେଳିକି ଦେଖା ଯାଉଛି । ତଦନ୍ତକୁ ବାଟବଣା ନୁହେଁ, ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଧାରକୁ ଠେଲି ଦିଆଯାଉଛି ।

ଏତେ ବଡ ସମ୍ବେଦନଶୀଳ ହତ୍ୟା ଘଟଣାକୁ ଗୁରୁତ୍ୱ ନଦିଆଯିବା ଓଡିଶାର ପ୍ରଥମ ଘଟଣା ହେବ । ଭାରତ ବର୍ଷରେ ପ୍ରଥମ ଘଟଣା ହେଲା ମନ୍ତ୍ରୀକୁ ପୋଲିସ ଗୁଳି ମାରିଲା । ତଦନ୍ତ ମଧ୍ୟ ସେମିତି ଐତିହାସିକ ହୋଇକି ରହିବ । ପୋଲିସ ଇତିହାସରେ ଏହି ତଦନ୍ତ କଳଙ୍କିତ ପୃଷ୍ଠା ହୋଇ ସବୁଦିନ ରହିଯିବ । ଘଟଣାର ଦୁଇ ଚାରି ଦିନ ପୂର୍ବରୁ ଗୋପାଳର ଗତିବିଧି କେଉଁଠି କେଉଁଠି ଥିଲା । କେଉଁ ଜାଗାକୁ ଯାଇଥିଲା, କେତେ ସମୟ ରହିଥିଲା, କେଉଁଠି ସମୟ କଟାଉଥିଲା । ଅବସରପ୍ରାପ୍ତ ପୋଲିସ ଅଧିକାରୀ ସାମିଲ ବୋଲି ଅଭିଯୋଗ କରିଥିଲି । ସେ ଦିଗରେ ମଧ୍ୟ ତଦନ୍ତ ହେଲାନାହିଁ । ତଦନ୍ତ କରିଥିଲେ ହୁଏତ କିଛି ସୁଫଳ ମିଳିଥାନ୍ତା ।

ସେ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ହତ୍ୟା ଘଟଣାରେ ଇନ କ୍ୟାମେରା ତଦନ୍ତ ହେଉଛି ବୋଲି ଅନୁଭବ ହେବାରେ ଲାଗିଛି । ବାହାରକୁ କେହି ଆସୁନାହାନ୍ତି, ମିଡ଼ିଆ ଆଗରେ କେହି ତଥ୍ୟ ରଖୁନାହାନ୍ତି । ପୋଲିସ ଡିଜି, ଗୃହ ସଚିବ, ନା କ୍ରାଇମବ୍ରାଞ୍ଚ ଅଧିକାରୀ କେହି ସାମ୍ନାକୁ ଆସୁନାହାନ୍ତି । ବହୁ ସମୟରେ ଗଣମାଧ୍ୟମକୁ ଡାକି ବ୍ରିଫିଙ୍ଗ କରାଯାଏ । ଏକେସରେ ସେମିତି ହେଉନାହିଁ । ଇନ କ୍ୟାମେରା ପ୍ରୋସିଡିଙ୍ଗ କୋର୍ଟ କରନ୍ତି । ଗୋପାଳ ଜଣେ ପାଗଳ ନୁହେଁ । 2022 ମସିହାରେ ଗୋପାଳର ଅର୍ଥପେଡିକ ଚିକିତ୍ସା ହେଉଥିଲା । ସରକାର କହିଲେ ବିଶ୍ୱସ୍ତରିୟ ତଦନ୍ତ କରିବୁ । କିନ୍ତୁ FBI କୁଆଡେ ଗଲା କିଛି ଜଣାପଡୁନି । ରାଜ୍ୟରେ ଦକ୍ଷ ତଦନ୍ତକାରୀ ପୋଲିସ ଅଧିକାରୀ ଅଛନ୍ତି । ଯାହାଙ୍କର ଏପରି ସମ୍ବେଦନଶୀଳ ହତ୍ୟା ଘଟଣାର ତଦନ୍ତ କରିବା ଅଭିଜ୍ଞତା ରହିଛି । କେବଳ ଆଇପିଏସ ନୁହେଁ ଡ଼ିଏସପି ଓ ଇନ୍ସପେକ୍ଟର ବାହାରିବେ, ଯେଉଁମାନେ ଏଭଳି ମାମଲାର ତଦନ୍ତରେ ଅଭିଜ୍ଞତା ହାସଲ କରିଥିବେ । ସେମାନଙ୍କ ସାହାଯ୍ୟ ନନେଇ ଏକଚାଟିଆ ଭାବେ ସରକାର ଏହି ତଦନ୍ତ କରୁଛନ୍ତି । ସବୁ ଦିଗକୁ ନଯିବା ଓ ଏକଚାଟିଆ ଭାବେ ତଦନ୍ତ କରିବାକୁ କଲ୍ପେବୁଲ ଓମିସନ କୁହାଯାଏ । ଜାଣିଶୁଣି ଘଟଣାକୁ ଚପେଇ ଦିଆଯାଉଛି । କାହାକୁ ପ୍ରୋଟକେସନ ଦେବା ପାଇଁ ପୋଲିସ ଚାହୁଁଛି ବା ସରକାର ଚାହୁଁଛନ୍ତି, ବୁଝା ପଡୁନି । ତେଣୁ ବଡ଼ବଡିଆ ଲୋକଙ୍କର ସାମିଲ ଥିବା ନେଇ ସନ୍ଦେହ ହେଉଛି । ଯାହାଙ୍କୁ ସୁରକ୍ଷା ଦେବା ଲାଗି ତଦନ୍ତ ଏକପାଖିଆ ଭାବେ କରାଯାଉଛି ।

କୁହାଯାଉଥିଲା ଜଷ୍ଟିସ ଦାସ ଆସିବେ । ଏହି ଘଟଣାର ସୁପରଭାଇଜ କରିବେ । ହାଇକୋର୍ଟ କହିଛନ୍ତି । ତାଙ୍କୁ ବି ପ୍ରଶ୍ନ କରାଯିବା ଦରକାର । ସେ କେଉଁଠି ଓ କଣ ସୁପରଭାଇଜ କରୁଛନ୍ତି । ଘଟଣା ଘଟିବାର ଅଧଘଣ୍ଟା ଭିତରେ ଗୋପାଳ ପାଗଳ ବୋଲି ଅଭିଯୋଗ ଆସିଲା । ଗୋପାଳ ପାଗଳ ବୋଲି ସ୍କ୍ରିପ୍ଟ ଲେଖି ପ୍ରଚାର କରାଗଲା । ଗୋପାଳ କିପରି ସୁରକ୍ଷିତ ରହିବ, ଯେଉଁମାନେ ଏହି ହତ୍ୟା ଘଟଣାର ପ୍ଲଟ କରିଥିବା ବଡ଼ବଡ଼ିଆଙ୍କୁ ସୁରକ୍ଷିତ ଦେବା ଲାଗି ଏହି ତଦନ୍ତ ଚାଲିଛି । Section 84 କୁ ଆଧାର କରି ଗୋପାଳକୁ ପାଗଳ ପ୍ରମାଣ କରିବା ପାଇଁ ତଦନ୍ତ ଚାଲିଛି । ମେଡ଼ିକାଲ ବୋର୍ଡ ଓ କୋର୍ଟ କହିଛନ୍ତି ଗୋପାଳ ପାଗଳ ନୁହେଁ । କାହିଁକି ଗୋପାଳକୁ ପାଗଳ ପ୍ରମାଣିତ କରିବାକୁ ଚାହୁଁଛନ୍ତି, ଆଇନ ଅତ୍ୟନ୍ତ ସ୍ପଷ୍ଟ କହିଛି । Section 84କୁ ଆଧାର କରି ତଦନ୍ତ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.