ETV Bharat / state

'ଜାଗା ମିଶନ' ହେଉଛି ଚଳିତ ଦଶନ୍ଧିର ସବୁଠୁ ବଡ଼ ଠକେଇ: ବିଜେପି

author img

By ETV Bharat Odisha Team

Published : Sep 1, 2023, 4:58 PM IST

bjp holds protest against state govt
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ମିଥ୍ୟା ଜାଗା ମିଶନ ପ୍ରହେଳିକା ବୋଲି ଅଭିଯୋଗ କରି ବିଏମସି ଜୋନାଲ ଅଫିସ ଘେରାଉ କରିଛି ବିଜେପି । ରାଜ୍ୟ ସରକାର ଭୁବନେଶ୍ୱରବାସୀଙ୍କୁ ମିଛ ପଟ୍ଟା ଦେଇ ଠକିଥିବା ନେଇ ଅଭିଯୋଗ ଆଣିଛି ଦଳ। ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜାଗା ମିଶନ ବିରୋଧରେ ଗର୍ଜିଲା ବିଜେପି। ଏହା ମିଥ୍ୟା ଜାଗା ମିଶନ ପ୍ରହେଳିକା ବୋଲି ଅଭିଯୋଗ କରି ବିଏମସି ଜୋନାଲ ଅଫିସ ଘେରାଉ କରିଛି ବିଜେପି । ରାଜ୍ୟ ସରକାରଙ୍କ ପଟ୍ଟା ବଣ୍ଟନ ବିରୁଦ୍ଧରେ ବିଜେପି ଚନ୍ଦ୍ରଶେଖରପୁର ମଣ୍ଡଳ ପକ୍ଷରୁ ବିଏମସି ଜୋନାଲ ଅଫିସ ଘେରାଉ କରାଯାଇଛି। ବିକ୍ଷୋଭ ପଦର୍ଶନ ସହ ବିଏମସି ବିରୋଧୀ ନାରାବାଜି କରିଛି ଦଳ। ତେବେ ଘେରାଉ ସହ ଚନ୍ଦ୍ରଶେଖରପୁର ମଣ୍ଡଳ ବିଜେପି ପକ୍ଷରୁ ବିଏମସି ଜୋନାଲ ଡେପୁଟି କମିଶନରଙ୍କୁ ୩ ଦଫା ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ରରେ ଜାଗା ମିଶନରେ ବିଏମ୍‌ସି ଓ ରାଜ୍ୟ ସରକାର ଭୁବନେଶ୍ୱରବାସୀଙ୍କୁ ମିଛ ପଟ୍ଟା ଦେଇ ଠକିଥିବା ନେଇ ଉଲ୍ଲେଖ ରହିଛି । ତେଣୁ ପୁଣି ଥରେ ଯୋଗ୍ୟ ହିତାଧିକାରୀ ଚୟନ କରି ସଠିକ ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି ।

ସେହିପରି ରାଜ୍ୟରେ ଡେଙ୍ଗୁ ରୋଗର ସଠିକ ନିରାକରଣ ପାଇଁ ଦାବି କରିଛି ବିଜେପି । ରାଜ୍ୟ ତଥା ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ସ୍ଥିତି ଅଣାୟତ୍ତ ହୋଇଛି । ସେହିପରି ସୈନିକ ସ୍କୁଲର ଟିଟିଏସ (Temporary Transit Centre)ର ସ୍ଥାନାନ୍ତରଣ ପାଇଁ ମଧ୍ୟ ଦାବି କରିଛି ଦଳ । କାରଣ ଏହି ଅସ୍ଥାୟୀ ଅଳିଆ ଗଦା ପାଇଁ ଲୋକଙ୍କ ଠାରୁ ଆରମ୍ଭ କରି ସୈନିକ ସ୍କୁଲ ପିଲାମାନେ ବି ଅନେକ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଦୁର୍ଗନ୍ଧ ଯୋଗୁଁ ପିଲାମାନେ ରହିପାରୁନଥିବାବେଳେ ସ୍ଥାନୀୟ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି । ଏଭଳି ପରିବେଶ କାରଣରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି ।

ଏହା ବି ପଢନ୍ତୁ...ବିଏମସି ଅଫିସ ଘେରାଉ କଲେ ବସ୍ତି ବାସିନ୍ଦା, ଜାଗା ମିଶନରେ ଅନିୟମିତତା ନେଇ ବର୍ଷିଲା ବିଜେପି

ସେପଟେ ପୂର୍ତ୍ତିଗନ୍ଧମୟ ପରିବେଶରେ ରହିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି । ତେଣୁ ବିଏମସି ପକ୍ଷରୁ ଏହାର ତୁରନ୍ତ ସ୍ଥାନାନ୍ତରଣ ବ୍ୟବସ୍ଥା କରାଯିବା ନେଇ ଦାବିପତ୍ର ଦେଇଛି ମଣ୍ଡଳ ବିଜେପି । ଏନେଇ ମଣ୍ଡଳ ସଭାପତି ଦାମୋଦର ବେହେରା କହିଛନ୍ତି, "ଯଦି ଘେରାଉ ଓ ବିକ୍ଷୋଭ ପରେ ମଧ୍ୟ ବିଏମ୍‌ସିର ଚେତା ନପଶେ ତାହାଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ସହ ବିଏମସି କାର୍ଯ୍ୟାଳୟରେ ତାଲା ପକାଇବୁ ।" ତେବେ ଏହି ଘେରାଉରେ ଚନ୍ଦ୍ରଶେଖରପୁର ମଣ୍ଡଳର ସମସ୍ତ ପଦାଧିକାରୀ କର୍ମୀ, ମହିଳା, ଯୁବକ ଯୋଗ ଦେଇଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଅନ୍ୟ କର୍ମୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.