ETV Bharat / state

ବିଏମସି ଅଫିସ ଘେରାଉ କଲେ ବସ୍ତି ବାସିନ୍ଦା, ଜାଗା ମିଶନରେ ଅନିୟମିତତା ନେଇ ବର୍ଷିଲା ବିଜେପି

author img

By ETV Bharat Odisha Team

Published : Aug 28, 2023, 10:05 PM IST

ରାଜ୍ୟ ସରକାରଙ୍କ ଜାଗା ମିଶନ ପ୍ରହେଳିକା ସହ ପଟ୍ଟା ବଣ୍ଟନରେ ଅନିୟମିତତା ନେଇ ବିଜେପି BMC ଅଫିସ୍ ଘେରାଉ କରିଛି। ଏହି ଶୋଭାଯାତ୍ରାରେ ବିଜେପି ନେତା ଓ କର୍ମୀଙ୍କ ସହ ବହୁ ସଂଖ୍ୟାରେ ବସ୍ତି ବାସିନ୍ଦା ସାମିଲ ରହିଥିଲେ ।

ବିଏମସି ଅଫିସ ଘେରାଉ କଲେ ବସ୍ତି ବାସିନ୍ଦା
ବିଏମସି ଅଫିସ ଘେରାଉ କଲେ ବସ୍ତି ବାସିନ୍ଦା

ବିଏମସି ଅଫିସ ଘେରାଉ କଲେ ବସ୍ତି ବାସିନ୍ଦା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜାଗା ମିଶନରେ ପଟ୍ଟା ବଣ୍ଟନରେ ଅନିୟମିତା ଅଭିଯୋଗ କରି BMC ଅଫିସ୍ ଘେରାଉ କଲା ବିଜେପି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଛି। ଗୋଟିଏ ପଟେ ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛି ବିଜେପି। ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଯେଉଁଥିରେ ବିଜେପିର ନେତା ଓ କର୍ମୀଙ୍କ ସହ ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀ ସାମିଲ ହୋଇ ବିଏମ୍ସି ଅଫିସ ଘେରାଓ କରିଛନ୍ତି।

ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ପ୍ରତିନିଧିତ୍ୱରେ ଘେରାଓ ହୋଇଥିବାବେଳେ ଏଥିରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ମୁଖପାତ୍ର ଦିଲୀପ ମହାନ୍ତି, ବିଧାୟକ ପାର୍ଥୀ ଜଗନାଥ ପ୍ରଧାନ, ମେୟର ପାର୍ଥି ସୁନୀତି ମୁଣ୍ଡ ପ୍ରମୁଖ ଜିଲ୍ଲା ବିଜେପିର ନେତୃବୃନ୍ଦଙ୍କ ସମେତ ଯୁବ ଛାତ୍ର ଓ ଭୁବନେଶ୍ୱରର ବିଭିନ୍ନ ବସ୍ତିର ଲୋକମାନେ ସାମିଲ ଥିଲେ। ଅନ୍ୟପଟେ ଏହି ଘେରାଉରେ ଯେଉଁ ବସ୍ତିବାସିନ୍ଦା ସାମିଲ ହୋଇଥିଲେ ସେମାନେ ଅଭଯୋଗ ଆଣିଛନ୍ତି, ଜାଗା ମିଶନ ଜରିଆରେ ଆବଣ୍ଟନ ହେଉଥିବା ପଟ୍ଟାରେ ଚଞ୍ଚକତା କରାଯାଉଛି। ୩୦ ବର୍ଷ ଧରି ଏଠାରେ ରହୁଥିଲେ ମଧ୍ୟ ସ୍ଥାୟୀ ବାସିନ୍ଦା ଭାବରେ ଆମକୁ ଯୋଗ୍ୟ ବୋଲି ବିବେଚିତ କରାଯାଉନାହିଁ ।"

ଏହା ବି ପଢନ୍ତୁ...ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ପଡିଛି କାହିଁକି ? ଜବାବ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

ଏନେଇ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "ଏକ ତାଲିକା ପ୍ରସ୍ତୁତ କରି ବିଏମସି ଏମାନଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଘୋଷଣା କରୁଥିବାବେଳେ କିଛି ଲୋକଙ୍କୁ ୧ ହଜାରରୁ ଆରମ୍ଭ କରି ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେଲେ ଆପଣଙ୍କୁ ପଟ୍ଟା ମିଳିବ ବୋଲି କହୁଛନ୍ତି । ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦଙ୍କୁ ରେଭିନେଉ ଲାଗିଥିଵା ସତ ପଟ୍ଟା ଦିଅନ୍ତୁ।"

" ଯଦି ସରକାର ଏଥର ବି ଠକନ୍ତି ତେବେ ଏହାର ବିରୋଧ କରିବ ବିଜେପି । ଲୋକଙ୍କ ହକ ପାଇଁ ଜୋରଦାର ଲଢେଇ କରିବ। ଏହା ପରେ ବି ଯଦି ସରକାର ନ ଶୁଣନ୍ତି ସଚେତନ ନ ହୁଅନ୍ତି, ତେବେ ବିଜେଡିର ନେତା ମନ୍ତ୍ରୀ ଓ କର୍ମୀଙ୍କୁ ଭୁବନେଶ୍ୱର ପୁରାଇ ଦେବୁନି" ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲୀପ ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ହକର ଲଢେଇ ପାଇଁ ଓ ନିଜର ଅଧିକାର ପାଇଁ ସମୟ ଆସିଲେ ସାଧାରଣ ଜନତା ମେୟରଙ୍କ ଠାରୁ ଆରମ୍ଭ କରି କମିଶନର, ବିଧାୟକଙ୍କ ପର୍ଯ୍ୟନ୍ତ ବେକରେ ଗାମୁଛା ପକାଇ ପ୍ରଶ୍ନର ଉତ୍ତର ମାଗିବୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.