ETV Bharat / state

ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ ନାହିଁ, ତାଙ୍କୁ ଗୋଡାଉଛି 5T ଭୟ: ବିଜେଡି

author img

By ETV Bharat Odisha Team

Published : Sep 8, 2023, 10:42 PM IST

bjd leader lelin mohanty critisizes jaya narayan
ଜୟ ନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି । ଜୟ ନାରାୟଣ ମିଶ୍ରଙ୍କୁ 5T ଭୟ ଘାରିଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଅଧିକ ପଢ଼ନ୍ତୁ

ଜୟ ନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ସମ୍ପାଦକୀୟ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ୫T ସଚିବ ଓ ବିଜେଡିକୁ ଟାର୍ଗେଟ କରୁଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ଉଠାଉଥିବା ପ୍ରସଙ୍ଗକୁ ସମର୍ଥନ କରି ଆସୁଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏନେଇ ଜୟଙ୍କୁ ଘେରିଛି ବିଜୁ ଜନତା ଦଳ । ଜୟ ନାରାୟଣ ମିଶ୍ରଙ୍କୁ ୫T ଭୟ ଗୋଡ଼ାଉଛି ବୋଲି ବିଜେଡି ଅଭିଯୋଗ କରିଛି । ମାନସିକ ରୋଗର ଅଧାପନ୍ତରିଆ ଚିକିତ୍ସା ଯୋଗୁଁ ଏଭଳି ଅବସ୍ଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସୌମ୍ୟଙ୍କ ପାଇଁ ଜୟ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଲେନିନ କଟାକ୍ଷ କରିଛନ୍ତି । ସୌମ୍ୟ ବିଜେପିକୁ ଗଲେ ଜୟନାରାୟଣ ବୁଡିବେ ବୋଲି କହିଛନ୍ତି ଲେନିନ ମହାନ୍ତି ।

ଜୟନାରାୟଣଙ୍କ ଉପରେ ବର୍ଷି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, " ଓଡିଶା ବିଜେପି ନେତା ଜୟ ନାରାୟଣ ମିଶ୍ର କିଛି ଦିନ ତଳେ ତାଙ୍କର କିଡ଼ନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ । କିଡ଼ନୀ ଟ୍ରିଟମେଣ୍ଟ କରିଛନ୍ତି । ତାଙ୍କର କିଡନୀ ଚିକିତ୍ସା ସଫଳ ହୋଇଛି । ବୋଧହୁଏ ସେ ମାନସିକ ଚିକିତ୍ସାକୁ ଅଧାରେ ଛାଡି ଦେଇଛନ୍ତି । ତେଣୁ ସେ ପୁଣି ଥରେ ପାଗଳ ପରି କଥାବାର୍ତ୍ତା ଆରମ୍ଭ କରିଥିବା କହିଛନ୍ତି । ତାଙ୍କର ଆଚରଣ, ଉଚ୍ଚାରଣ ହରାଇଛନ୍ତି । ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଯେମିତି ହୁଅନ୍ତି, ସେ ସେମିତି ହେଉଛନ୍ତି । ପାଗଳ ଭଳି ବ୍ୟବହାର କରୁଛନ୍ତି । ଏଥିରୁ ଜଣାପଡୁଛି ଯେ, ୫T ଭୂତ ଏବେ ବି ତାଙ୍କୁ ଗୋଡାଉଛି । ଯେଉଁଠାକୁ ଗସେ ସେ ୫T ଦେଖୁଛନ୍ତି, ସେଠାରେ ଖାଲି ୫T ଜପ କରୁଛନ୍ତି ।"



ଏହା ମଧ୍ୟ ପଢ଼ନ୍ତୁ: BJP to File Charge Sheet: 108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି: LOP

ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ଜୟ ନାରାୟଣ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ଜୋରରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟ ସେ ଅଘାଡ଼ ସମର୍ଥନ ଦେଉଛନ୍ତି । ଯଦି ସୌମ୍ୟ ବାବୁ ବୁଲି ପଡ଼ିବେ । ଆଉ ବିଜେପିରେ ଯୋଗ ଦେବେ ବୋଲି କହିବେ । ତେବେ ଜୟନାରାୟଣ ମିଶ୍ର ଗୁରୁତର ଅବସାଦ ଓ ଭୟାତୁର ସ୍ଥିତି ଭିତରକୁ ଠେଲି ହୋଇଯିବେ । କାରଣ ସେ ଭଲ ଭାବେ ଜାଣନ୍ତି ଯେ, ସୌମ୍ୟ ପଟ୍ଟନାୟକ ଓଡିଶା ବିଜେପିରେ ଥିବା ବେଳେ କିଭଳି ସବୁ କାର୍ଯ୍ୟ କରିଥିଲେ । ପ୍ରଭୁ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲେନିନ କହିଛନ୍ତି ।



ସୂଚନା ଯୋଗ୍ୟ ଜୟ ନାରାୟଣ କହିଥିଲେ, "ବିଜେଡି ନେତାଙ୍କର ରକ୍ତ ଓ ମାଂସ ନାହିଁ । ବିଜେଡି ବିଧାୟକ ମାନେ ଜଣେ ଜଣେ ଘୁଷୁରୀ । ବିଜେଡି ବିଧାୟକ ମାନେ ଜଣେ ସରକାରୀ କର୍ମଚାରୀଙ୍କ ଶରଣ ପଶିଛନ୍ତି । ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ସଚିବଙ୍କ ପାଇଁ ମିଟିଂ ଆୟୋଜନ କରୁଛନ୍ତି । ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ । ଯାହା ଓଡ଼ିଶା ଓ ଭାରତ ଇତିହାସରେ ହୋଇନଥିଲା ତାହା ୫T ସଚିବ କରୁଛନ୍ତି ।"



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.