ETV Bharat / state

ସତ୍ୟପାଠକୁ ମିଥ୍ୟା କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତା: ବିଜେଡି

author img

By

Published : Aug 1, 2023, 10:55 PM IST

srimandir ratna bhandar issue
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଦିନକୁ ଦିନକ ରାଜନୀତି ତେଜିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି । ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି ବୋଲି କହିଛି ବିଜେଡି । ଯଦି ସତ୍ୟପାଠ ମିଛ, ଏହା ବିରୋଧରେ ହାଇକୋର୍ଟକୁ ନ ଯାଇ ପୃଥ୍ୱୀରାଜ ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।


ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି, "ଜୀବନରେ ୱାର୍ଡ଼ମେମ୍ୱର ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । କୌଣସି ବିଷୟରେ କିଛି ନ ଜାଣି ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି । ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଅଛନ୍ତି । ସେଥିପାଇଁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି ।"



ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି । ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି ବୋଲି ଇପ୍ସିତା ସାହୁ କହିଛନ୍ତି । ପୃଥ୍ୱୀରାଜଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି ? ସବୁ ଆଡୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଇପ୍ସିତା ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ପ୍ରସଙ୍ଗ; ରତ୍ନଭଣ୍ଡାର ଖୋଲିଲେ ସରକାର ଭାଙ୍ଗିଯିବ କହିଲେ ଆଇନଜୀବୀ


ପୃଥ୍ୱୀରାଜ କହିଥିଲେ ଯେ, ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ବଦଳରେ ମିଥ୍ୟାପାଠ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ଆଗରେ ରାଜ୍ୟ ସରକାର ଯେତେବେଳେ ସତ୍ୟପାଠ ଦେଉଛନ୍ତି, ସେଥିରେ ସମସ୍ତ ପ୍ରକାର ସତ୍ୟର ଅବତାରଣା କରିବାର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ସବୁ ଘଟଣାରେ ମିଥ୍ୟାର ଅବତାରଣା କରନ୍ତି । 1978 ମସିହା ଯାହା ଗଣତି ହୋଇଥିଲା, ତାପରେ ଆଉ ଥରେ ଅଳଙ୍କାର ଗୁଡ଼ିକର ଗଣତି କରାଯାଇ ନାହିଁ କି ଇନଭେଣ୍ଟରି ତିଆରି ହୋଇନାହିଁ । ତେଣୁ ରାଜ୍ୟ ସରକାରଙ୍କୁ କଣ ସ୍ବପ୍ନାଦେଶ ହେଲା, ଯେ କେତେ ପରିମାଣର ରୂପା ଓ କେତେ ପରିମାଣର ସୁନା ଗଚ୍ଛିତ ଅଛି, କେତେ ଅଳଙ୍କାର ଅଛି । ନା ରାଜ୍ୟ ସରକାର ସେଥିରେ ମାଇକ୍ରୋସ୍କୋପିକ ଭ୍ୟୁରେ ଆଉ କେଉଁ ରାସ୍ତାରେ ଦେଖିଦେଲେ । ଯାହାର ଜବାବ ବିଜେଡି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.