ETV Bharat / state

ଜି-20 ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ଜୟନାରାୟଣଙ୍କ କଟାକ୍ଷ, ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Sep 10, 2023, 6:39 PM IST

Etv Bharat
Etv Bharat

ଜି-20 ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ଜୟନାରାୟଣଙ୍କ କଟାକ୍ଷକୁ ନେଇ ଜବାବ ରଖିଲା ବିଜେଡି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ଜୟନାରାୟଣଙ୍କ କଟାକ୍ଷ

ଭୁବନେଶ୍ବର: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-20 ସମ୍ମିଳନୀ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିବା ପରେ ପ୍ରତିକ୍ରିୟା ରଖିଲା ବିଜେଡି । ଯେଉଁଠି ଜଣେ ଷ୍ଟେଟସମ୍ୟାନଙ୍କୁ ଦେଶର ସର୍ବୋଚ୍ଚ ପଦପଦବୀରେ ଥିବା ଆପ୍ରିସିଏଟ୍ କରୁଛନ୍ତି ସେଇଠି ତା ଉପରେ ଟିପ୍ପଣୀ ଦେବା ଠିକ୍ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ଜୟନାରାୟଣଙ୍କ କଟାକ୍ଷର ଏପରି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଏ ନେଇ ସେ କହିଛନ୍ତି, "ଯେତେବେଳେ ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ ହୋଇଥିଲା ସେହି ସମୟରେ ସାଢେ ୪କୋଟି ଓଡ଼ିଆ ଏବଂ ୧୪୦ କୋଟି ଭାରତୀୟ ଗର୍ବ ଅନୁଭବ କରିଥିଲେ । କିନ୍ତୁ ସେହି ସମୟରେ ବିଜେପି ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତିକ୍ରିୟା ରଖିଥିଲେ ଯେପରି ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ରାଜ୍ୟ ଏବଂ ଦେଶ ପାଇଁ ଯେତେବେଳେ କିଛି ଭଲ କାମ ହୁଏ ଏବଂ ଲୋକେ ଖୁସୀ ହୁଅନ୍ତି ସେତେବେଳେ କେମିତି ପ୍ରତିକ୍ରିୟା ରଖିବା ବା ଖୁସୀ ହେବା କଥା ସେ ଜିନିଷ ବିଜେଡିକୁ ଓଡ଼ିଶାର ବିଜେପି ଶିଖେଇବାର ଆବଶ୍ୟକ ନାହିଁ । ଓଡ଼ିଶାରେ ଭଲ କାମ ବେଳେ ବିଜେପି ନେତା ଓ କର୍ମୀମାନେ ଯେମିତି ଦୁଃଖ ଓ ହତୋତ୍ସାହିତ ହେଉଛନ୍ତି ସେଭଳି ନହେବା ପାଇଁ ଅନୁରୋଧ ।"

ଏହା ବି ପଢନ୍ତୁ- G-20 ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନଯିବାରୁ ଓଡ଼ିଶାର ସମ୍ମାନ ରହିଗଲା: ଜୟନାରାୟଣ ମିଶ୍ର

ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡି ଏଭଳି ପ୍ରତିକ୍ରିୟା ରଖିଛି । ଭାରତର ଅଧ୍ୟକ୍ଷତାରେ ଆଜି ବିଶ୍ବର ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ବିଶ୍ବ ନେତାମାନେ ଭାରତକୁ ଆସିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଶ୍ବ ନେତୃତ୍ବଙ୍କୁ ସ୍ବାଗତ କରିଲେ । ଏହି ଐତିହାସିକ ଜି-୨୦ ଶିଖର ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି, ଏହା ଆମ ସମସ୍ତଙ୍କ ପାଇଁ ଗୌରବର କଥା । ପ୍ରଥମ ଦିନରେ ସମ୍ବଲପୁରୀ "ଡାଲଖାଇ ଗୀତ"ରେ ବିଶ୍ବ ଅତିଥିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଓଡ଼ିଶାର କାଳଜୟୀ ଶିଳ୍ପକଳା କୋଣାର୍କ ସୂର୍ଯ୍ୟ ଚକ୍ରର ‘ଥିମ’ ସାମ୍ନାରେ ବିଶ୍ବ ନେତୃବୃନ୍ଦଙ୍କୁ ସ୍ବାଗତ କରିଥିଲେ । ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରାଯାଇ ଓଡ଼ିଶାର ଗୌରବକୁ ବିଶ୍ବ ଦରବାରରେ ସମ୍ମାନିତ କରାଗଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଶର ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୈାପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବାବେଳେ, ତାଙ୍କଠାରୁ ନିମନ୍ତ୍ରଣ ପାଇ ମଧ୍ୟ ଜି-୨୦ ଶିଖର ସମ୍ମିଳନୀର ରାତ୍ରି ଭୋଜନକୁ ଗଲେ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ କହିଥିଲେ ଜୟନାରାୟଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.