ETV Bharat / state

G-20 ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନଯିବାରୁ ଓଡ଼ିଶାର ସମ୍ମାନ ରହିଗଲା: ଜୟନାରାୟଣ ମିଶ୍ର

author img

By ETV Bharat Odisha Team

Published : Sep 10, 2023, 5:47 PM IST

G-20 ସମ୍ମିଳନୀର ରାତ୍ରି ଭୋଜନରେ ମୁଖ୍ୟମନ୍ତ୍ରୀ ନଯିବା ପ୍ରସଙ୍ଗ । ନିମନ୍ତ୍ରଣ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନ ଯିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢ଼ନ୍ତୁ

Jayanarayan mishra targets cm over G20dinner
G20 ସମ୍ମିଳନୀର ରାତ୍ରି ଭୋଜନରେ ମୁଖ୍ୟମନ୍ତ୍ରୀ ନଯିବା ପ୍ରସଙ୍ଗ

G-20 ସମ୍ମିଳନୀର ରାତ୍ରି ଭୋଜନରେ ମୁଖ୍ୟମନ୍ତ୍ରୀ ନଯିବା ପ୍ରସଙ୍ଗ

ଭୁବନେଶ୍ବର: G-20 ସମ୍ମିଳନୀର ରାତ୍ରି ଭୋଜନକୁ ମୁଖ୍ୟମନ୍ତ୍ରୀ ନଯିବା ପ୍ରସଙ୍ଗ ଉଠାଇ ଶାସକ ଦଳକ ଘେରିଲା ବିଜେପି । ରାଷ୍ଟ୍ରପତିଙ୍କ ଦ୍ଵାରା ଆୟୋଜିତ G-20 ସମ୍ମିଳନୀର ରାତ୍ରି ଭୋଜନକୁ ନିମନ୍ତ୍ରଣ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନ ଯିବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ନବୀନଙ୍କ ମନରେ ହୀନ ଭାବନା ରହିଛି କହିଲେ ଜୟନାରାୟଣ । ହୀନମନ୍ୟତା ଯୋଗୁଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଇନଥିବା ସେ କହିଛନ୍ତି ।



ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି ଏହା ଆମ ପାଇଁ ଗୌରବର କଥା । ବିଶ୍ୱ ନେତୃତ୍ବ ସମ୍ବଲପୁରୀ ନୃତ୍ୟ ଦେଖିଲେ । କୋଣାର୍କର ଥିମ ସାମ୍ନାରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କଲେ । ଓଡ଼ିଆ ଖାଦ୍ୟପେୟ, ହସ୍ତ ଶିଳ୍ପ, ତାରକସି କାମ, ପିପିଲିର ଚାନ୍ଦୁଆ ସବୁ କିଛିକୁ G-20 ସମ୍ମିଳନୀରେ ସାମିଲ କରାଯାଇଥିଲା । ଯାହା କି ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ଆଗକୁ ନେଇଛି । କିନ୍ତୁ ଦୁଃଖର ବିଷୟ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ନିମନ୍ତ୍ରଣ କରାଯାଇଥିବା G-20 ସମ୍ମିଳନୀର ରାତ୍ରି ଭୋଜନକୁ ଗଲେନି । ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ ତାର ହୀନ ଭାବନା ଥାଏ । ଓଡ଼ିଶାକୁ ଯେଉଁ ଅବସ୍ଥାରେ ସେ ପକାଇ ସାରିଛନ୍ତି ସେଥିପାଇଁ ସେ ଯିବାକୁ ଭୟ କରୁଛନ୍ତି । ଦାରିଦ୍ର୍ୟତା, ନାରୀ ନିର୍ଯାତନା ସବୁ ପ୍ରକାରର ଶିକାର ହୋଇଛି ଓଡ଼ିଶା । ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ । ମୁଣ୍ଡପିଛା ଆୟରେ ଆମେ ତଳେ । ନଯିବା ବି ଗୋଟେ ଦୃଷ୍ଟିରୁ ଭଲ ଓଡ଼ିଶାର ସମ୍ମାନ ରହିଗଲା ।"

ଏହା ମଧ୍ୟ ପଢ଼ନ୍ତୁ: G 20 Summit: ବିଶ୍ବ ଦେଖିଲା ଭାରତର ଐତିହ୍ୟ

G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିବା ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ନ ଦିଆଯିବାକୁ ନେଇ ଜୟ ନାରାୟଣ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ନବୀନ ପଟ୍ଟନାୟକ କେବଳ ଧନ୍ୟବାଦ ନେଇ ଜାଣନ୍ତି କିନ୍ତୁ କେବେ ଦେଇ ଜାଣନ୍ତିନାହିଁ । ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ । G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିବା ପରେ ବି ନବୀନ ବାବୁ ଧନ୍ୟବାଦ ଦେଲେନି । ସେହିପରି ବିଜେଡ଼ି ସବୁବେଳେ କହୁଛି ଜୟନାରାୟଣ ମିଶ୍ରଙ୍କ ମାନସିକତା ଠିକ ନାହିଁ ଏବଂ ବିରୋଧୀ ଦଳ ନେତା ମାନସିକ ରୋଗ ଚିକିତ୍ସା ଅଧାରୁ ଚାଲି ଆସିଥିବା ବିଜେଡି ବାରମ୍ବାର ଅଭିଯୋଗ କରିବା ପରେ କଡ଼ା ଜବାବ ରଖିଛନ୍ତି ଜୟ ନାରାୟଣ । "ଆମକୁ ପାଗଳ ପାଗଳ କହୁଛନ୍ତି, ଆମେ ବି ତାଙ୍କ ନେତାଙ୍କୁ ଡ୍ରଗିଷ୍ଟ କହିବୁ ଯାହାର ପ୍ରମାଣ ବି ଆମ ପାଖରେ ଅଛି । ଯିଏ କି ଡ୍ରଗ୍ସ ଖାଇ ଦିଲ୍ଲୀର ଟ୍ୟାକ୍ସି ମାନଙ୍କରେ ବୁଲୁଥିଲେ ।" ଯିଏ ଅଭିଯୋଗ କରୁଛି ସେ ପ୍ରମାଣ ଦେଉ । ଯିଏ ଅଭିଯୋଗ ଆଣିଛନ୍ତି ସେ ସାଇକ୍ରାଇଟିକ୍ସ ହୋଇଥିବେ । ନିୟମ ଅନୁଯାୟୀ ପାଗଳ ମାନେ ବାହାରେ ବୁଲିବା କଥା ନୁହେଁ । ତେଣୁ ଅଭିଯୋଗ ଆଣିବା ଅପେକ୍ଷା ଆଇନଗତ ସାହାଯ୍ୟ ନେବା କଥା । ଯଦି ବାରମ୍ବାର ଏମିତି ଅଭିଯୋଗ ଆଣିବେ ତେବେ ମାନହାନୀ ମକଦ୍ଦମା କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.