ETV Bharat / bharat

G 20 Summit: ବିଶ୍ବ ଦେଖିଲା ଭାରତର ଐତିହ୍ୟ

author img

By ETV Bharat Odisha Team

Published : Sep 10, 2023, 5:08 PM IST

Konark to Nalanda: India's architectural heritage comes alive at G20 Summit
Konark to Nalanda: India's architectural heritage comes alive at G20 Summit

ସରିଲା ଜି 20 ଶିଖର ସମ୍ମିଳନୀ । ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରଠୁ ନେଇ ବିହାରର ବହୁ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଜି 20ରେ ସାମିଲ ହୋଇ ଦେଶର ଉତ୍କୃଷ୍ଟ କଳା ସ୍ଥାପତ୍ୟର ପରିଚୟ ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀ: ସରିଲା ଜି 20 ଶିଖର ସମ୍ମିଳନୀ । ଭାରତର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଦେଖିଲା ବିଶ୍ବ । ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରଠୁ ନେଇ ବିହାରର ବହୁ ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଜି-20ରେ ସାମିଲ ହୋଇ ଦେଶର ଉତ୍କୃଷ୍ଟ କଳା ସ୍ଥାପତ୍ୟର ପରିଚୟ ପ୍ରଦାନ କରିଛନ୍ତି । ଜି ୨୦ ସମ୍ମିଳନୀ ସ୍ବାଗତସ୍ଥଳରେ ଲାଗିଥିଲା ଓଡ଼ିଶାର ଐତିହ୍ୟର ସର୍ବୋକୃଷ୍ଟ କଳାକୃତିର ପରିଚୟ ଦେଉଥିବା କୋଣାର୍କ ଚକ୍ର । ଭାରତ ମଣ୍ଡପମରେ ସ୍ବାଗତସ୍ଥଳରେ କୋଣାର୍କ ଚକ୍ର ଶୋଭା ପାଇଥିଲା । ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଛିଡ଼ା ହୋଇ ବିଶ୍ବ ନେତାଙ୍କୁ ସ୍ବାଗତ କରିଥିଲେ ଓ ନେତାମାନଙ୍କୁ କୋଣାର୍କ ଚକ୍ରର ସ୍ବତନ୍ତ୍ରତା ବିଷୟରେ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

  • Symbolic and historic!

    Leaders' warm greetings with PM @narendramodi feature the Konark Wheel of Odisha, a marvel from the 13th century under King Narasimhadeva-I's rule. This wheel, with its 24 spokes, also graces India's national flag, symbolizing the nation's ancient wisdom,… pic.twitter.com/nWbTAnS64Y

    — MyGovIndia (@mygovindia) September 9, 2023 " class="align-text-top noRightClick twitterSection" data=" ">

ସେହିଭଳି ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ଜି-୨୦ ଡିନରର ସ୍ବାଗତସ୍ଥଳୀର ଝଲସୁଥିଲା ସର୍ବ ପ୍ରାଚୀନ ବିଶ୍ବବିଦ୍ୟାଳୟ ନାଳନ୍ଦାର କଳାକୃତି । ନାଳନ୍ଦା ବିଶ୍ବବିଦ୍ୟାଳୟ ବିଶ୍ବର ସର୍ବପୁରାତନ ବିଶ୍ବବିଦ୍ୟାଳୟ ମଧ୍ୟରେ ଅନ୍ୟତମ । ଅତିଥିମାନଙ୍କୁ ସ୍ବାଗତ କରୁଥିବା ବେଳେ ନାଳନ୍ଦାର ଗୁରୁତ୍ବ ବିଷୟରେ ନେତାମାନଙ୍କୁ ବୁଝାଉଥିବା ନଜର ଆସିଥିଲେ ପ୍ରଧାନମନ୍ତ୍ରୀ । ନାଳନ୍ଦା ବିଶ୍ବବିଦ୍ୟାଳୟ ଭାରତର ଉନ୍ନତ ଶିକ୍ଷାବ୍ୟବସ୍ଥାର ଏକ ଜୀବନ୍ତ ପ୍ରମାଣ ସ୍ବରୂପ । ଆଧୁନିକ ବିହାରରେ ଅବସ୍ଥିତ ଏହି ବିଶ୍ବବିଦ୍ୟାଳୟ ପ୍ରାୟତଃ ପଞ୍ଚମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. G20 Summit: ସରିଲା ଦୁଇଦିନିଆ ସମ୍ମିଳନୀ, ବ୍ରାଜିଲକୁ ଜି20 ଅଧ୍ୟକ୍ଷତା ହସ୍ତାନ୍ତର କଲା ଭାରତ

ଅନ୍ୟପଟେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ଚକ୍ର ବି ଜି ୨୦ର ଶୋଭା ବଢାଇଥିଲା । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ରାଜୁତି ସମୟରେ ନିର୍ମାଣ ହୋଇଥିଲା କୋଣାର୍କ । ଭାରତର ଜାତୀୟ ପତାକାରେ ବି ରହିଥାଏ କୋଣାର୍କ ଚକ୍ର । ଏହି ଚକ୍ରରେ ୨୪ ଅଖ ରହିଛି । ଯାହାକୁ କାଳଚକ୍ର ବି କୁହାଯାଏ । ଏହି ଚକ୍ର ଭାରତର ପ୍ରାଚୀନ ଜ୍ଞାନ, ଉନ୍ନତ ସଭ୍ୟତା ଓ ସ୍ଥାପତ୍ୟର ଉତ୍କର୍ଷକୁ ପରିପ୍ରାଦିତ କରିଥିଲା ।

ଅନ୍ୟପଟେ ସୋସିଆଲ ସାଇଟ୍‌ ଏକ୍ସରେ MyGovIndia ଦ୍ବାରା ଶନିବାର ଦିନ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବନେତାମାନଙ୍କୁ ସ୍ବାଗତ କରୁଥିବାର ଏକ ଭିଡିଓ ପୋଷ୍ଟ କରାଯାଇଛି । କୋଣାର୍କ ଚକ୍ରର ଉଚ୍ଚକୋଟିର ସ୍ଥାପତ୍ୟକୁ ନେଇ ଲେଖାଯାଇଛି । ସୂର୍ଯ୍ୟଦ୍ବାର ବିଷୟରେ ବି ଉଲ୍ଳେଖ ରହିଛି । ଆଉ ମଧ୍ୟ ଅତିଥିମାନଙ୍କ ପାଇଁ ହୋଇଥିବା ସଂସ୍କୃତି କରିଡରରେ ସ୍ଥାନ ପାଇଥିଲା ଦେଶର ଅନ୍ୟାନ୍ୟ କଳାକୃତି । ପାଣିଣିଙ୍କ ବ୍ୟାକରଣ ସମ୍ବନ୍ଧିୟ ପୁସ୍ତକ ଅଷ୍ଟାଧ୍ୟାୟୀ, ରୁକ ବେଦ ଓ ମଧ୍ୟପ୍ରଦେଶର ୩୦ହଜାର ପୁରାତନ ଗୁମ୍ଫାଚିତ୍ର ଭୀମଭକ୍ତ ଗୁଡିକର ଡିଜିଟାଲ ଫଟୋ ପ୍ରଦର୍ଶିତ ହୋଇଥିଲା । ଭାରତ ମଣ୍ଡପମରେ ଲଗାଯାଇଥିଲା ୨୭ ଫୁଟ ଉଚ୍ଚତା ବିଶିଷ୍ଟ ନଟରାଜ ମୃର୍ତ୍ତି । ଅଷ୍ଟଧାତୁରେ ନିର୍ମିତ ଏହି ମୂର୍ତ୍ତି ବିଶ୍ବର ସବୁଠୁ ଉଚ୍ଚ ମୂର୍ତ୍ତି ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.